Below header

୩୫୦ କର୍ମଚାରୀ ହୋଇଗଲେ କୋଟିପତି, Paytm IPO ବଦଳାଇଲା ଭାଗ୍ୟ

ପେଟିଏମ୍ ଆଇପିଓ ଏହି ସପ୍ତାହରେ ସଫଳତାର ଏକ ନୂଆ କାହାଣୀ ଲେଖିଛି । ପେଟିଏମର ପ୍ରାରମ୍ଭିକ ପବ୍ଲିକ ଅଫର (ଆଇପିଓ) ବା ଶେୟାର ବିକ୍ରି ନିକଟରେ ଶେଷ ହୋଇସାରିଛି । ୧୮ ହଜାର ୩୦୦ କୋଟି ମୂଲ୍ୟର ଏହି ଶେୟାର ଭାରତର ସବୁଠାରୁ ବଡ଼ ହୋଇଥିବା ବେଳେ ଏସୀୟ ପ୍ରଶାନ୍ତ ମହାସାଗର ଅଞ୍ଚଳରେ ସବୁଠାରୁ ବଡ଼ ଫିନଟେକ୍ ଆଇପିଓ ବୋଲି କୁହାଯାଉଛି । ତେବେ ଏହି ଆଇପିଓ ଫଳରେ ୩୫୦ ଜଣ କର୍ମଚାରୀ ଓ ପୂର୍ବତନ କର୍ମଚାରୀ କୋଟିପତି ହୋଇ ଯାଇଛନ୍ତି ।

ରଏଟର୍ସ ଖବର ଅନୁଯାୟୀ, ପେଟିଏମ୍ ଆଇପିଓ ପରେ କମ୍ପାନୀର ଏହି କର୍ମଚାରୀଙ୍କ ନିଟ୍ ମୂଲ୍ୟ ଅତି କମରେ ୧ କୋଟି ଟଙ୍କାରେ ପହଞ୍ଚିବ ବୋଲି କୁହାଯାଇଛି । ପେଟିଏମର ପୂର୍ବତନ କର୍ମଚାରୀ ସିଦ୍ଧାର୍ଥ ପାଣ୍ଡେ କୁହନ୍ତି ଯେ ଯେତେବେଳେ ସେ ୯ ବର୍ଷ ପୂର୍ବେ ପେଟିଏମରେ ଯୋଗ ଦେବା ପାଇଁ ଆଗକୁ ବଢ଼ିଥିଲେ ତାଙ୍କ ବାପା ବିରକ୍ତ ହୋଇଥିଲେ। ବାପାଙ୍କ ବିରୋଧ ସତ୍ତ୍ବେ ସେ ଏହି କମ୍ପାନିରେ ଯୋଗଦେଇଥିଲେ। ପେଟିଏମ୍‌ରେ ୭ ବର୍ଷ ଧରି କାର୍ଯ୍ୟ କରିଥିବା ପାଣ୍ଡେ କହିଛନ୍ତି, ତାଙ୍କ ସେୟାର ମୂଲ୍ୟ ଅତିକମ୍‌ରେ ୧ ନିୟୁତ ଡଲାରରୁ ଅଧିକ ରହିବ। ମୋତେ ସେତେବେଳେ ଏହି କମ୍ପାନିରେ ଯୋଗଦେବା ପାଇଁ ନିରୁତ୍ସାହିତ କରୁଥିବା ମୋର ବାପା ଆଜି ଖୁସି ବୋଲି ପାଣ୍ଡେ କହିଛନ୍ତି।

ଭାରତର ମୁଣ୍ଡପିଛା ଆୟ ୨୦୦୦ ଡଲାରରୁ କମ୍ (ପ୍ରାୟ 1.48 ଲକ୍ଷ ଟଙ୍କା), ତେଣୁ କୋଟିପତି ହେବା ଏକ ବଡ କଥା। ପାଣ୍ଡେ ବର୍ତ୍ତମାନ ପେଟିଏମ୍ ସହିତ କାମ କରୁନାହାଁନ୍ତି, ତେଣୁ ସେ ତାଙ୍କର ପ୍ରକୃତ ପରିଚୟ ପ୍ରକାଶ କରିବାକୁ ମନା କରି ଦେଇଛନ୍ତି। କିନ୍ତୁ ସେ କହିଛନ୍ତି ଯେ କମ୍ପାନୀରେ ୭ ବର୍ଷ କାମ କରିବା ହେତୁ ତାଙ୍କର ଭଲ ସଂଖ୍ୟା ଅଛି ଯାହାର ଅର୍ଥ ହେଉଛି କମ୍ପାନୀର ହଜାରେ ସେୟାର ଅଛି । କିନ୍ତୁ ଶୁକ୍ରବାର ଦିନ ଗ୍ରେ ମାର୍କେଟରେ ପେଟିଏମର ଅଂଶ ୨,୧୫୦ ଟଙ୍କା ଥିଲା। ଏହାକୁ ଭିତ୍ତି କରି ପାଣ୍ଡେ କହିଛନ୍ତି ଯେ ତାଙ୍କ ପାଖରେ ୧ କୋଟିରୁ ଅଧିକ ମୂଲ୍ୟର ସେୟାର ଅଛି।

ତାଙ୍କ ପରି କମ୍ପାନୀର ପ୍ରାୟ ୩୫୦ କର୍ମଚାରୀ ଅଛନ୍ତି, ଯେଉଁମାନଙ୍କର ପେଟିଏମର ବହୁ ସଂଖ୍ୟକ ସେୟାର ଅଛି ଏବଂ କମ୍ପାନୀ ତାଲିକାଭୁକ୍ତ ହେବା ପରେ ସେମାନେ ସମସ୍ତେ କୋଟିପତିଙ୍କ ମଧ୍ୟରେ ଅନ୍ତର୍ଭୁକ୍ତ ହେବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.