ସୁପରସଣ୍ଡେ ସୁପର ଫାଇଟ୍‌: ଟି-୨୦ ବିଶ୍ୱକପ ଫାଇନାଲରେ ମୁହାଁମୁହିଁ ହେବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ

କେନ୍ୟୁଜ୍(ବ୍ୟୁରୋ): ସୁପରସଣ୍ଡେରେ ଟି-୨୦ ବିଶ୍ୱକପର ସୁପର ଫାଇଟ୍‌ । ଫାଇନାଲରେ ପରସ୍ପରକୁ ସାମ୍ନା କରିବେ ଅଷ୍ଟ୍ରେଲିଆ-ନ୍ୟୁଜିଲାଣ୍ଡ । ମୁହାଁମୁହିଁ ହେବେ କେନ୍‌ ଓ୍ଵିଲିୟମସନ- ଆରନ୍‌ ଫିଞ୍ଚ । ବିଶ୍ୱ ଟି୨୦ ର‍୍ୟାଙ୍କିରେ ନ୍ୟୁଜିଲାଣ୍ଡର ନମ୍ବର ୪, ଅଷ୍ଟ୍ରେଲିଆର ନମ୍ବର ୬ । କିଏ କାହାଠାରୁ କମ୍‌ ନୁହନ୍ତି । ଦୁଇ ପ୍ରାରମ୍ପରିକ ଟିମ୍‌ଙ୍କ ପାଖରେ ରହିଛି ପ୍ରଥମ ଟାଇଟଲ ଜିତିବାର ସୁଯୋଗ । ଉଭୟ ଟିମ ସେମିରେ ଦମଦାର ପ୍ରଦର୍ଶନ କରି ଫାଇନାଲରେ  ଏଣ୍ଟ୍ରୀ ମାରିଛନ୍ତି । ରୋମାଞ୍ଚକର ସେସିଫାଇନାଲରେ ଇଂଲଣ୍ଡକୁ ନ୍ୟୁଜିଲାଣ୍ଡ ଏବଂ ପାକସ୍ତାନକୁ ହରାଇ ଟାଇଟଲ ଲଢେଇରେ ସାମିଲ ହୋଇଛି କଙ୍ଗାରୁ ଦଳ ।

୨୦୧୫ ମସିହା ଦିନିକିଆ ବିଶ୍ୱକପ ଫାଇନାଲରେ ଉଭୟ ଟିମ ମୁହାଁମୁହିଁ ହୋଇଥିଲେ । ତେବେ କଙ୍ଗାରୁ ଦଳ କିଓ୍ଵି ଟିମର ବିଶ୍ୱକପ ଜିତିବାର ସ୍ୱପ୍ନକୁ ଚୁରମାର କରିଥିଲା । ତେଣୁ ଏବେ ବଦଲା ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ ଟିମ ନ୍ୟୁଜିଲାଣ୍ଡ । ଫାଇନାଲ ଲଢେଇରେ ଟସକୁ ଗୁରୁତ୍ୱ ଦିଆଯାଉଛି । ବିଶ୍ୱକପର ଅଧିକାଂଶ ମ୍ୟାଚରେ ଟସ୍‌ ମ୍ୟାଚର ଭାଗ୍ୟ ନିର୍ଦ୍ଧାରଣ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.