୧୦ମ୍‌ ପାସ୍‌ କରିଥିଲେ ଇନକମ୍‌ ଟ୍ୟାକ୍ସ ବିଭାଗରେ ମିଳିବ ଚାକିରି, ଜାଣନ୍ତୁ କେମିତି କରିବେ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଇନକମ ଟ୍ୟାକ୍ସ ବିଭାଗରେ ଖାଲିପଡିଛି ବିଭିନ୍ନ ପଦବୀ। ଏହି ଭର୍ତ୍ତି ପ୍ରକ୍ରିୟା ଅଧିନରେ ଇନକମ ଟ୍ୟାକ୍ସ ଇନ୍ସପେକ୍ଟର, ଟ୍ୟାକ୍ସ ଆସିଷ୍ଟାଣ୍ଟ, ମଲ୍ଟି ଟାସ୍କିଂ ଷ୍ଟାଫ ପଦବୀ ପାଇଁ ଆବେଦନ ଗ୍ରହଣ କରାଯାଉଛି। ଇଚ୍ଛୁକ ପ୍ରାର୍ଥୀ ଇନକମ୍‌ ଟ୍ୟାକ୍ସ ଅଫିସିଆଲ ୱେବସାଇଟ୍‌ tnincometax.gov.in କୁ ଯାଇ ଅନଲାଇନ ଆବେଦନ ଗ୍ରହଣ କରିପାରିବେ ।

ପଦବୀ ବିବରଣୀ :୭୨

ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର : ୨୮
ଟ୍ୟାକ୍ସ ଆସିଷ୍ଟାଣ୍ଟ : ୨୮
ମଲ୍ଟି ଟାସ୍କିଂ ଷ୍ଟାଫ : ୧୬

ଜରୁରୀ ତାରିଖ :ଆବେଦନ କରିବାର ଶେଷ ତାରିଖ ୬ ଫେବୃଆରୀ ୨୦୨୩ ରହିଛି ।

ବୟସ ସୀମା : ଏହି ଭର୍ତ୍ତି ପ୍ରକ୍ରିୟାରେ ସାମିଲ ହେବାକୁ ଇଚ୍ଛା ରଖିଥିବା ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ୧୮ ରୁ ୩୦ ବର୍ଷ ନିର୍ଦ୍ଧାରିତ କରାଯାଇଥିବା ବେଳେ ଟ୍ୟାକ୍ସ ଆସିଷ୍ଟାଣ୍ଟ ଏବଂ ମଲ୍ଟି ଟାସ୍କିଂ ଷ୍ଟାଫ ପାଇଁ ୧୮ରୁ ୨୭ ବର୍ଷ ଧାର୍ଯ୍ୟ କରାଯାଇଛି ।

ଶିକ୍ଷାଗତ ଯୋଗ୍ୟତା :

ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦ ପାଇଁ ଆବେଦନ କରୁଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ୟୁନିଭରସିଟି/କଲେଜରୁ ବ୍ୟାଚଲର ଡିଗ୍ରୀ ରଖିଥିବା ଜରୁରୀ।।

ସେହିପରି ଟାକ୍ସ ଆସିଷ୍ଟାଣ୍ଟ ପଦବୀ ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀ କୌଣସି ମାନ୍ୟତାପ୍ରାପ୍ତ ବିଶ୍ୱବିଦ୍ୟାଳୟରୁ ଡିଗ୍ରୀ ରଖିଥିବା ଜରୁରୀ।

ମଲ୍ଟି ଟାସ୍କ ଷ୍ଟାଫ ପଦବୀ ପାଇଁ ମାନ୍ୟତାପ୍ରାପ୍ତ ବୋର୍ଡ କିମବା ସଂସ୍ଥାରୁ ୧୦ମ ପାସ୍‌ କିମ୍ବା ଏହାର ସମକକ୍ଷ ଯୋଗ୍ୟତା ଥିବା ଜରୁରୀ । ଏହାଛଡା ଜାତୀୟ କିମ୍ବା ଅର୍ନ୍ତଜାତୀୟ ସ୍ତରରେ ଦେଶ ପାଇଁ ଖେଳିଥିବା ଜରୁରୀ।

ଦରମା : ଇନକମ୍‌ ଟ୍ୟାକ୍ସ ଇନ୍ସପେକ୍ଟର ପଦବୀ ପାଇଁ ମାସିକ ୯,୩୦୦ରୁ ୩୪,୮୦୦ ଟଙ୍କା ଧାର୍ଯ୍ୟ କରାଯାଇଛି। ସେହିପରି ଟ୍ୟାକ୍ସ ଆସିଷ୍ଟାଣ୍ଟ ପଦବୀରେ ୫,୨୦୦ରୁ ୨୦,୨୦୦ ଟଙ୍କା ମାସିକ ଏବଂ ଏମଟିଏସ୍‌ ପାଇଁ ୫,୨୦୦ରୁ ୨୦,୨୦୦ ଟଙ୍କା ଦରମା ମିଳିବ ।

କେମିତି କରିବେ ଆବେଦନ :

ପ୍ରଥମେ ଅଫିସିଆଲ ୱେବସାଇଟ୍‌ www.tnincometax.gov.in କୁ ଯାଆନ୍ତୁ ।
ଏହା ପରେ ଅନଲାଇନ ଆବେଦନ ଲିଙ୍କରେ କ୍ଲିକ୍‌ କରନ୍ତୁ।
ଏବେ ସ୍ପୋଟର୍ସ କୋଟା ଆପ୍ଲିକେସନ ଫର୍ମ ଉପରେ କ୍ଲିକ୍‌ କରନ୍ତୁ ।
ନୂଆ ପେଜ ଖୋଲିବା ପରେ ସମସ୍ତ ବିବରଣୀ ପୂରଣ କରନ୍ତୁ।
ତା’ ପରେ ଡକ୍ୟୁମେଣ୍ଟ ଅପଲୋଡ୍‌ କରନ୍ତୁ ।
ଆପ୍ଲିକେସନ ଫର୍ମ ପୂରଣ କରିବାର ଏକ ପ୍ରିଣ୍ଟ ଆଉଟ୍‌ କାଢି ରଖନ୍ତୁ ।

ଅଧିକ ଜାଣିବା ପାଇଁ କ୍ଲିକ୍‌ କରନ୍ତୁ :

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.