ମିଳିଲା ପିଏମ୍‌- କିଷାନର ନବମ କିସ୍ତି, ୯.୫ କୋଟି ଚାଷୀ ପରିବାରଙ୍କ ବ୍ୟାଙ୍କ ଖାତାକୁ ଗଲା ଟଙ୍କା

ନୂଆଦିଲ୍ଲୀ: କରୋନା ସଙ୍କଟ ମଧ୍ୟରେ ‘ପିଏମ କିଷାନ ଯୋଜନା’ରେ ଚାଷୀଙ୍କୁ ଟଙ୍କା ଦିଆଯାଇଛି । ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅପରାହ୍ନ ୧୨.୩୦ରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ୍‌-କିଷାନ) ଯୋଜନା ଅଧିନରେ ଆର୍ଥିକ ସୁବିଧାର ପରବର୍ତ୍ତୀ କିସ୍ତି ମଞ୍ଜୁର କରିଛନ୍ତି । ୯.୭୫ କୋଟି କୃଷି ପରିବାରର ହିତାଧିକାରୀଙ୍କୁ ଏହା ଜରିଆରେ ୧୯,୫୦୦ କୋଟିରୁ ଅଧିକ ଅର୍ଥ ଟ୍ରାନ୍ସଫର କରାଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ କୃଷକ ହିତାଧିକାରୀମାନଙ୍କ ସହିତ ଆଲୋଚନା କରିବା ସହ ଦେଶକୁ ସମ୍ବୋଧିତ କରିଛନ୍ତି ।

ଉଲ୍ଲେଖ୍ୟଯୋଗ୍ୟ ପିଏମ୍‌-କିଷାନ ଯୋଜନା ଅଧୀନରେ କୃଷକ ପରିବାରର ଯୋଗ୍ୟ ହିତାଧିକାରୀମାନଙ୍କୁ ପ୍ରତି ବର୍ଷ ୬୦୦୦ ଟଙ୍କା ପ୍ରଦାନ କରାଯାଇଥାଏ । ବାର୍ଷିକ ପ୍ରତି ୪ମାସରେ ତିନିଟି କିସ୍ତିରେ ୨୦୦୦ ଟଙ୍କା ଲେଖାଏଁ ଦିଆଯାଏ । ଏହି ଅର୍ଥ ସିଧାସଳଖ ହିତାଧିକାରୀମାନଙ୍କ ବ୍ୟାଙ୍କ୍ ଆକାଉଂଟକୁ ପଠାଯାଇଥାଏ । ଏହି ଯୋଜନାରେ ୧.୩୮ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ୱ ରାଶି କୃଷକ ପରିବାରକୁ ପଠାଯାଇଛି । ଏହି ଅବସରରେ କେନ୍ଦ୍ର କୃଷି ମନ୍ତ୍ରୀ ମଧ୍ୟ ଉପସ୍ଥିତ ଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.