ଭାରତରେ MG ଲଞ୍ଚ କରୁଛି Comet EV

ଖୁବଶୀଘ୍ର ଭାରତରେ MG ଲଞ୍ଚ କରୁଛି Comet EV।ଜବରଦସ୍ତ ଲୁକ ଓ Power Packed battery ସହ ଆସୁଛି ଏହି କାର। ଏମଜି ଏୟାରର ଅଫିସିିଆଲ ନାମ ହେବ Comet EV। ଆଉ ଯାହାର ଦାମ ପାଖାପାଖି ୧୦ ରୁ ୧୫ ଲକ୍ଷ ଟଙ୍କା ରହିବ।

MG Motor India ବର୍ତ୍ତମାନ ନିଜର ନୂଆ ଅପକମିଂ ଇଲେକଟ୍ରିକ କାର ଲଞ୍ଚ ସମ୍ପର୍କରେ ସୂଚନା ଦେଇଛି। ଏହାର ନାମ Comet EV’s ରଖାଯାଇଛି ଯାହାକି iconic 1934 British Airplane ରୁ ପ୍ରେରିତ ହୋଇଛି। ଯାହାକି ଇଂଲଣ୍ଡ ଅଷ୍ଟ୍ରେଲିଆ ମେକାରବର୍ଟସନ ଏୟାର ରେସ୍‌ ରେ ଭାଗ ନେଇଥିଲା। ଏମଜି ଏୟାରର ଅଫିସିିଆଲ ନାମ ହେବ Comet EV। । ପୂର୍ବରୁ ଅଟୋ ଏକ୍ସପୋ ୨୦୨୩ ଲଞ୍ଚ ହେବାର ଥିଲା। ଏବେ କିନ୍ତୁ ଏମଜି ଏୟାର ଇଭି ଖୁବ ଶୀଘ୍ର ଭାରତରେ ଲଞ୍ଚ ହେବ।

ଏବେ ଯୁଗ ହେଲାଣି ଡିଜିଟାଲ। ତେଣୁ ଯେପରି କାମ ମଧ୍ୟ ଖୁବ ସହଜରେ ଆଉ ଡିଜିଟାଲି ହୋଇଯିବ ସେଥିପାଇଁ ସମସ୍ତେ ରେସ୍‌ ଲଗାଉଛନ୍ତି। ଆଉ ଏହାରି ମଧ୍ୟରେ ଗାଡ଼ି ନିର୍ମାତା କମ୍ପାନୀ ମଧ୍ୟ ଆଗକୁ ଆସି ପ୍ରତିଥର ନୂଆ ନୂଆ ଇଭି ମଡେଲ ଯୋଡ଼ୁଛନ୍ତି। ତେବେ ମାର୍କେଟରେ ଅନେକ କମ୍ପାନୀ ନିଜ ର ଇଭି ମଡେଲକୁ ବଜାରକୁ ପ୍ରବେଶ କରାଉଛନ୍ତି। କିନ୍ତୁ ସମସ୍ତଙ୍କୁ ସେବସୁ ପସନ୍ଦ ଆସିବ ତାହା ଆଦୌ ନୁହେଁ। ତେଣୁ ଗ୍ରାହକଙ୍କୁ ନିଜ ଆଡ଼କୁ କିପରି ଅଧିକ ରୁ ଅଧିକ ଆକର୍ଷିତ କରିବେ ସେଥିପାଇଁ ଚିନ୍ତାରେ ଗାଡ଼ି ନିର୍ମାତା କମ୍ପାନୀ।

ଗ୍ରାହକଙ୍କୁ ଆକର୍ଷିତ କରିବା ପାଇଁ ଇଭି ର ଫିଚର ସହିତ ଏହାର ଡିଜାଇନର ମଧ୍ୟ ବହୁତ ଗୁରୁତ୍ୱପୂର୍ଣ୍ଣ ଭୂମିକା ଥାଏ। ଏବେ ଏମଜି ନିଜର ନୂଆ Comet Ev ରେ ଗ୍ରାହକଙ୍କ ମନ କୁ ଜିିତିବ ବୋଲି ଆଶା ରଖାଯାଇଛି।

ଏମଜି ମୋଟର ଇଣ୍ଡିଆ ର ପୋର୍ଟଫୋଲିଓ ରେ ହେକ୍ଟର ଏସୟୁଭି ସାମିଲ ରହିଛି। ଯାହାର ନାମ ୧୯୩୦ ଦଶକରେ ନିର୍ମିତ ହୋଇଥିବା ଦ୍ୱିତୀୟ ବିଶ୍ୱଯୁଦ୍ଧର ଶକ୍ତିଶାଳୀ ବ୍ରିଟିଶ ବାଇପ୍ଲେନର ନାମ ରଖାଯାଇଥିଲା। ସେହିଭଳି ଗ୍ଲଷ୍ଟର ନାମକ ଏକ ପ୍ରୋଟୋଟାଇପ ଜେଟ ଇଞ୍ଜିନ ବିମାନର ନାମ ରେ ରଖାଯାଇଛି। ଯାହାକୁ ବ୍ରିଟେନରେ ବନାଯାଇଥିଲା। ଆଉ ପ୍ରଥମେ ୧୯୪୧ ମସିହାରେ ଉଡ଼ାଯାଇଥିଲା।

ଏମଜିର ଏହି Comet EV’s ଖୁବଶୀଘ୍ର ବଜାରରେ ଲଞ୍ଚ ହେବ। ଆଉ ଯାହାର ଦାମ ପାଖାପାଖି ୧୦ ରୁ ୧୫ ଲକ୍ଷ ଟଙ୍କା ରହିବ।

ଏବେ ଜାଣନ୍ତୁ ବ୍ୟାଟେରୀ ରେଞ୍ଜ:
ଏମଜି କମେଟ ଇଭି ୨.୯ମିଟର ଲମ୍ବା ସହିତ ଭାରତରେ ସବୁଠୁ ଛୋଟ ହ୍ୟାଚବ୍ୟାକ ହେବ। ତେବେ ଏହା ପୂର୍ବରୁ ମାରୁତି ସୁଜୁକି ଅଲ୍ଟୋର ୩.୪ ମିଟର ଓ ଟାଟା ନାନୋର ୩ମିଟର ଥିଲା।

ଗ୍ଲୋବାଲ ସ୍ପେକ ଏମଜି ଏୟାର ଭଳି ଏମଜି କମେଟ୍‌ ଇଭିରେ ଦୁଇଟି ବ୍ୟାଟେରୀ ପ୍ୟାକ ଦିଆଯାଇଛି। ଏଥିରେ ଗୋଟିଏ 20kwh ଓ ଅନ୍ୟଟି 25kwh ର ରହିଛି। ଇଲେକଟ୍ରିକ ମୋଟର ପାଖାପାଖି ୪୦ ବିଏଚପି ପିକ ପାଓ୍ଵାର ଜେନେରେଟ କରୁଛି। ଫୁଲ ଚାର୍ଜ ହେବା ପରେ ରେଞ୍ଜ ପାଖାପାଖି ୧୫୦ କିମି ପର୍ଯ୍ୟନ୍ତ ରହିବ ବୋଲି ସୂଚନା ମିଳିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.