HCL ରେ ଚାକିରି ସୁଯୋଗ, ୧୦ମ୍‌ ପାସ୍‌ କରିଥିଲେ ତୁରନ୍ତ କରନ୍ତୁ ଆବେଦନ

ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଭଲ ମଉକା । ହିନ୍ଦୁସ୍ତାନ କପର ଲିମିଟେଡ୍‌ରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ । ହିନ୍ଦୁସ୍ତାନ କପର ଲିମିଟେଡ୍‌ରେ ଓ୍ଵାର୍କମ୍ୟାନ୍‌ ପଦବୀ ଖାଲିପଡିଛି। ଏହି ପଦବୀରେ ଭର୍ତ୍ତି ପାଇଁ ଆପଣ ମଧ୍ୟ ଆବେଦନ କରିପାରିବେ ।
ଇଚ୍ଛୁକ ପ୍ରାର୍ଥୀ ଏଚସିଏଲର ଅଫିସିଆଲ ୱେବସାଇଟ୍‌ hindustancopper.com କୁ ଯାଇ ଆବେଦନ କରିପାରିବେ । ଏହି ଭର୍ତ୍ତି ପାଇଁ ଆବେଦନ ପ୍ରକ୍ରିୟା ଜାରି ହୋଇଛି ।

ଜରୁରୀ ତାରିଖ : ପ୍ରାର୍ଥୀ ଏହି ପଦବୀ ପାଇଁ ୩୧ ଜାନୁଆରୀ ୨୦୨୩ ପର୍ଯ୍ୟନ୍ତ କରିପାରିବେ ।

ପଦବୀ ବିବରଣୀ : ୫୪

ମାଇନିଂ ମେଟ : ୨୧
ବ୍ଲାଷ୍ଟର : ୨୨
ୱେବ ବି: ୯
ୱେବ ସି : ୨

କେଉଁଠି ହେବ ପୋଷ୍ଟିଂ : ହିନ୍ଦୁସ୍ତାନ କପର ଲିମିଟେଡ୍‌ ଦ୍ୱାରା ପ୍ରାର୍ଥୀଙ୍କ ପୋଷ୍ଟିଂ କପର କମ୍ପ୍ଲେକ୍ସ ରାଜସ୍ଥାନରେ ହେବ ।

ଶିକ୍ଷାଗତ ଯୋଗ୍ୟତା : ପ୍ରାର୍ଥୀ ଅନଲାଇନ ଆବେଦନ କରିବା ପୂର୍ବରୁ ଶିକ୍ଷାଗତ ଯୋଗ୍ୟତା ଜାଣିବା ପାଇଁ ଅଫିସିଆଲ ନୋଟିଫିକେସନ ଚେକ୍‌ କରିପାରିବେ ।

ପ୍ରାର୍ଥୀଙ୍କ ପାଖରେ ବିଶ୍ୱବିଦ୍ୟାଳୟ କିମ୍ବା କେନ୍ଦ୍ର/ରାଜ୍ୟ ସରକାରଙ୍କ ଦ୍ୱାରା ସ୍ଥାପିତ ୟୁଜିସି/ଏଆଇସିଟିଇ/ଏନସିଟିଭିଟି/ଏସସିଟିଇ ଏବଂ ଭିଟି ଭଳି ମାନ୍ୟତାପ୍ରାପ୍ତ ସଂସ୍ଥାରୁ ଶିକ୍ଷାଗତ ଯୋଗ୍ୟତା ହାସଲ କରିଥିବା ଜରୁରୀ। ପ୍ରାର୍ଥୀ ସର୍ବନିମ୍ନ ଭାବେ ୧୦ମ ପାସ୍‌ କରିଥିବା ଜରୁରୀ ।

ଆବେଦନ ଶୁଳ୍କ : HCL ୨୦୨୩ ଭର୍ତ୍ତି ପାଇଁ ଆବେଦନ କରିବାକୁ ଇଚ୍ଛୁକ ଥିବା ସାଧାରଣ ବର୍ଗ ପ୍ରାର୍ଥୀ, ଓବିସି ଏବଂ EWS ପ୍ରାର୍ଥୀ ୫୦୦ ଟଙ୍କା ଦେବେ । ସେହିଭଳି ରିଜର୍ଭ କ୍ୟାଟେଗୋରୀରେ ଥିବା ପ୍ରାର୍ଥୀଙ୍କୁ ରିହାତି ମିଳିବ ।

ବୟସ ସୀମା : ପ୍ରାର୍ଥୀଙ୍କ ବୟସ ସୀମା ସର୍ବାଧିକ ୪୦ ବର୍ଷ ହେବା ଜରୁରୀ । ଆବେଦନ ଶୁଳ୍କ ଭଳି ସଂରକ୍ଷିତ ବର୍ଗ ପ୍ରାର୍ଥୀଙ୍କୁ ବୟସ ସୀମାରେ ରିହାତି ମିଳିବ ।

କେମିତି କରିବେ ଆବେଦନ :

HCL ଭର୍ତ୍ତି ୨୦୨୩ ନୋଟିଫିକେସନ ମୁତାବକ, ଏହି ପଦବୀରେ ଆବେଦନ କରିବାକୁ ଇଚ୍ଛା ରଖିଥିବା ପ୍ରାର୍ଥୀ ନିର୍ଦ୍ଧାରିତ ଶୁଳ୍କ ହିତ ସ୍କାନ କରିଥିବା ଡକ୍ୟୁମେଣ୍ଟକୁ ଅପଲୋଡ କରି ଅନଲାଇନ ମାଧ୍ୟମରେ ଆବେଦନ କରିପାରିବେ ।

ଅଧିକ ଜାଣିବା ପାଇଁ ଏଠାରେ କ୍ଲିକ୍‌ କରନ୍ତୁ :

https://www.hindustancopper.com/Upload/Notice/0-638076685816311250-NoticeFILE.pdf

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.