ଏଟିଏମ୍‌ କାର୍ଡଧାରୀଙ୍କ ପାଇଁ ଖୁସି ଖବର, ବ୍ୟାଙ୍କ ଆପଣଙ୍କୁ ଦେଉଛି ୫ ଲକ୍ଷ ଟଙ୍କାର ଫାଇଦା

ଏଟିଏମ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ୫ ଲକ୍ଷ ଟଙ୍କାର ଫାଇଦା ଉଠାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ ।

ATM କାର୍ଡଧାରୀଙ୍କ ପାଇଁ ଖୁସି ଖବର । ଯଦି ଆପଣଙ୍କ ପାଖରେ ଏଟିଏମ କାର୍ଡ ଅଛି ତେବେ ଏହି ଖବର ଖାସ କରି ଆପଣଙ୍କ ପାଇଁ । କାହିଁକିନା ଏଟିଏମ କାର୍ଡଧାରୀଙ୍କୁ ମିଳିବ ୫ ଲକ୍ଷ ପର୍ଯ୍ୟନ୍ତ ଟଙ୍କା । ତେବେ ଆଜିର ସମୟରେ ଆମମାନଙ୍କ ମଧ୍ୟରୁ ଅଧିକାଂଶ ଲୋକଙ୍କ ପାଖରେ ଏଟିଏମ କାର୍ଡ ଅଛି । ଡେବିଟ କାର୍ଡ ଆସିବା ପରେ ଦେଶ କ୍ୟାସଲେସ ଇକୋନେମେୀ ଆଡକୁ ଅଗ୍ରସର ହେଉଛି । ଡେବିଟ କାର୍ଡ ଆମକୁ କ୍ୟାସ ଉପରୁ ନିର୍ଭର କରିବା କମ୍‌ କରିଛି । ଆଜିର ସମୟରେ ତ ଆମେ ବିଭିନ୍ନ ଅନଲାଇନ୍‌ ଟ୍ରାନଜାକସନକୁ ଡେବିଟ କାର୍ଡ ଜରିଆରେ କରୁଛନ୍ତି ।

ଏଟିଏମ ଦ୍ୱାରା ସହଜରେ ଟଙ୍କା ନେଣଦେଣ କରାଯାଇପାରେ ବୋଲି ସମସ୍ତେ ଜାଣନ୍ତି । କିନ୍ତୁ ଏହାଦ୍ୱାରା ଆହୁରି ଅନେକ ଫାଇଦା ପାଇପାରିବେ ଗ୍ରାହକ, ଯାହା ପ୍ରାୟ ଅଧିକାଂଶ ଲୋକଙ୍କୁ ଜଣା ନଥିବ । ଏଟିଏମ କାର୍ଡ ବ୍ୟବହାର କରୁଥିବା ଗ୍ରାହକମାନେ ୫ ଲକ୍ଷ ଟଙ୍କାର ଫାଇଦା ଉଠାଇପାରିବେ । ତେବେ ଏଥିପାଇଁ ଆପଣଙ୍କୁ ଆବେଦନ କରିବାକୁ ପଡିବ । ତାହେଲେ ଆସନ୍ତୁ ଜାଣିବା ବ୍ୟାଙ୍କର ଏହି ସୁବିଧା କ’ଣ ଏବଂ କିପରି ଗ୍ରାହକ ଏହାର ଫାଇଦା ଉଠାଇପାରିବେ?

ପ୍ରତ୍ୟେକ ବ୍ୟାଙ୍କ ତରଫରୁ ଏଟିଏମ ବ୍ୟବହାର କରୁଥିବା ଗ୍ରାହକମାନଙ୍କୁ ବୀମା ସୁବିଧା ଯୋଗାଇ ଦିଆଯାଇଛି । ଏହାସହିତ ଗ୍ରାହକମାନଙ୍କୁ ଅନେକ ପ୍ରକାର ମାଗଣା ସୁବିଧା ମଧ୍ୟ ମିଳିଥାଏ । ଆପଣଙ୍କୁ ଜଣାଇବାକୁ ଚାହିଁବୁ ଯେ ଟିଏମ କାର୍ଡ ଜାରି କରିବା ସହିତ ଗ୍ରାହକଙ୍କୁ ଦୁର୍ଘଟଣା ଜନିତ ବୀମା ସୁବିଧାର ଅନ୍ତର୍ଭୁକ୍ତ କରାଯାଇଥାଏ । ତେବେ ଏହି ବୀମା ସମ୍ପର୍କରେ ପ୍ରାୟ ଅନେକ ଲୋକଙ୍କୁ ଜଣାନାହିଁ । ତେବେ ଏଟିଏମ କାର୍ଡଧାରକମାନଙ୍କୁ ଭିନ୍ନ ଭିନ୍ନ କ୍ୟାଟେଗରୀ ଅନୁସାରେ ବୀମା ଯୋଗାଇ ଦେଇଥାଏ ବ୍ୟାଙ୍କ । ଏହି କ୍ୟାଟେଗରୀ ଗୁଡିକ ହେଉଛି କ୍ଲାସିକ, ପ୍ଲାଟିନମ ଏବଂ ସାଧାରଣ । ଏହି ସାଧାରଣ ମାଷ୍ଟର କାର୍ଡ ଉପରେ ୫୦ହଜାର ଟଙ୍କା, କ୍ଲାସିକ ଏଟିଏମ କାର୍ଡ ଉପରେ ୧ ଲକ୍ଷ ଟଙ୍କା ଏବଂ ଭିସା କାର୍ଡ ୧.୫ରୁ ୨ ଲକ୍ଷ ଟଙ୍କା ଏବଂ ପ୍ଲାଟିନମ୍ କାର୍ଡ ଉପରେ ୫ ଲକ୍ଷ ଟଙ୍କାର ବୀମା ମଧ୍ୟ ମିଳିଥାଏ ।

ଯଦି ଏଟିଏମ କାର୍ଡଧାରକ କୌଣସି ଦୁର୍ଘଟଣାରେ ମୃତ୍ୟୁବରଣ କରନ୍ତି, ତେବେ ୧-୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ବୀମା ପାଇପାରିବେ ଗ୍ରାହକ । ସେହିପରି ଦୁର୍ଘଟଣାରେ ଗୋଟିଏ ଗୋଡ କିମ୍ବା ହାତ କ୍ଷତିଗ୍ରସ୍ତ ହେଲେ ଗ୍ରାହକଙ୍କୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ବୀମା ରାଶି ମିଳିପାରିବ । ତେଣୁ ଗ୍ରାହକ କିମ୍ବା ପରିବାର ପକ୍ଷରୁ ବ୍ୟାଙ୍କରେ ଆବେଦନ କରିବା ପାଇଁ ପଡିବ । ତେବେ କାର୍ଡଧାରକଙ୍କର ବ୍ୟାଙ୍କ ଆକାଉଣ୍ଟରେ ଥିବା ନୋମିନିଙ୍କୁ ଏଥିପାଇଁ ଆବେଦନ ପତ୍ର ଜମା କରିବାକୁ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.