ନ୍ୟାସନାଲ ଅର୍ବାନ ହେଲଥ ମିଶନ (NUHM) ରେ ସିଧାସଳଖ ନିଯୁକ୍ତି, କେବଳ ଦରକାର ମାତ୍ର ଏହି ଡିଗ୍ରୀ

ଚାକିରି ଖୋଜୁଛନ୍ତି କି ? ଆଉ ତା’ ପୁଣି ବିନା କୌଣସି ପରୀକ୍ଷା କିମ୍ବା ଇଣ୍ଟରଭ୍ୟୁରେ। ତେବେ ଜଲଦି କରନ୍ତୁ। ନ୍ୟାସନାଲ ଅର୍ବାନ ହେଲଥ ମିଶନ (NUHM) ଅଧିନରେ କଲିକତା ମୁନିସିପାଲ କର୍ପୋରେସନରେ ନିଯୁକ୍ତି ହେଉଛି। ଏହି ନିଯୁକ୍ତି ପାଇଁ କୌଣସି ଲିଖିତ ପରୀକ୍ଷା ଦେବାକୁ ପଡିବ ନାହିଁ। ଖାଲିପଡିଥିବା ପଦବୀ ପାଇଁ ସିଧାସଳଖ ( ଓ୍ଵାକ ଇନ ଇଣ୍ଟରଭ୍ୟୁ) ମାଧ୍ୟମରେ ଚାକିରି ପାଇପାରିବେ। ସାକ୍ଷାତକାରର ଶେଷ ତାରିଖ ୧୦ ସେପ୍ଟେମ୍ବର ପର୍ଯ୍ୟନ୍ତ ରହିଛି।

ପଦବୀ

ମେଡିକାଲ ଅଫିସର (ଫୁଲ ଟାଇମ) : ୪୨
ମେଡିକାଲ ଅଫିସର ( ପାର୍ଟ ଟାଇମ): ୫୫

ଗୁରୁତ୍ୱପୂର୍ଣ୍ଣ ତାରିଖ : ୧୦ ସେପ୍ଟେମ୍ବର (Walk in Interview)

job

ଦରମା : ୪୦ ହଜାର ଟଙ୍କା

ଶିକ୍ଷାଗତ ଯୋଗ୍ୟତା : ପଦବୀ ଅନୁସାରେ ଇଚ୍ଛୁକ ପ୍ରାର୍ଥୀଙ୍କ ମେଡିକାଲ କାଉନସିଲ ଅଫ ଇଣ୍ଡିଆରୁ ମାନ୍ୟତା ପାଇଥିବା କଲେଜରୁ ଏମବିବିଏସ୍‌ ଡିଗ୍ରୀ ହାସଲ କରିଥିବା ଆବଶ୍ୟକ। ଏହା ସହିତ ମେଡିକାଲ କ୍ଷେତ୍ରରେ ଏକ ବର୍ଷର ଅଭିଜ୍ଞତା ଥିବା ଆବଶ୍ୟକ।

ବୟସ ସୀମା : ଏହି ପଦବୀରେ ଆବେଦନ କରିବା ପାଇଁ ସର୍ବାଧିକ ବୟସ ୬୨ ବର୍ଷ ହୋଇଥିବା ଆବଶ୍ୟକ।

କେମିତି କରିବେ ଆବେଦନ : ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀ କେଏମସିର ଅଧିକାରକ ସାଇଟକୁ ଯାଇ ଅଧିସୂଚନା ଲିଙ୍କରେ କ୍ଲିକ କରନ୍ତୁ। ଅଧିସୂଚନା ଶେଷରେ ଥିବା ଆବେଦନ ଫର୍ମାଟ ଦିଆଯାଇଛି। ଏହାକୁ ଡାଉନଲୋଡ କରି ନିର୍ଦ୍ଧାରିତ ସମୟରେ ସାକ୍ଷାତକାର ପାଇଁ ପହଞ୍ଚିଯାଆନ୍ତୁ।

ଇଣ୍ଟରଭ୍ୟୁ ହେବାର ଠିକଣା : Room No. 254,2nd Floor, PMU, Kolkata City NUHM Society, 5,S.N.Banerjee Road, Kolkata-700013 ସମୟ ଦିନ ୧୧.୩୦।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.