ପତଞ୍ଜଳିର ସାନିଟାଇଜରକୁ ସବୁଠୁ ଶସ୍ତା କହି ଟ୍ରୋଲ ହେଲେ ବାବା ରାମଦେବ, ମିଳିଲା ଏଭଳି ରିଆକ୍ସନ

କରୋନା ମହାମାରୀ ମଧ୍ୟରେ ସାନିଟାଇଜରର ପ୍ରବଳ ଚାହିଦା ରହିଛି। ସଂକ୍ରମଣ ରୋକିବାରେ ଏହା ସାହାଯ୍ୟ କରୁଥିବାରୁ ବିଭିନ୍ନ କମ୍ପାନୀଗୁଡ଼ିକ ଏବେ ଚଢ଼ା ଦରରେ ସାନିଟାଇଜର ବିକ୍ରି କରୁଛନ୍ତି। ତେବେ ଏହି ହ୍ୟାଣ୍ଡ ସାନିଟାଇଜରକୁ ନେଇ ଯୋଗଗୁରୁ ରାମଦେବଙ୍କର ଏକ ଟ୍ୱିଟକୁ ନେଇ ଏବେ ଚର୍ଚ୍ଚା ଜୋର ଧରିଛି। ଡେଟଲ ଓ ପତଞ୍ଜଳିର ହ୍ୟାଣ୍ଡ ସାନିଟାଇଜରକୁ ନେଇ ବାବା ରାମଦେବ କରିଥିବା ଟ୍ୱିଟକୁ ଲୋକମାନେ ରିଟ୍ୱିଟ କରି ମଜାକ କରୁଥିବା ଦେଖିବାକୁ ମିଳିଛି। ଅଧିକାଂଶ ୟୁଜର ପତଞ୍ଜଳି ସାମଗ୍ରୀ ତଥା ରାମଦେବ ବାବାଙ୍କ ଉପରେ ଅସନ୍ତୋଷ ପ୍ରକାଶ କରିଛନ୍ତି।


ରାମଦେବ ବାବା ନିଜ ଟ୍ୱିଟରରେ ଲେଖିଥିଲେ ଯେ “ଡେଟଲ କମ୍ପାନୀର ୫୦ମିଲିଲିଟର ସାନିଟାଇଜର ୮୨ ଟଙ୍କାରେ ଆସୁଥିବା ବେଳେ ପତଞ୍ଜଳିର ୨ଗୁଣ ଅଧିକ ୧୨୦ ମିଲିଲିଟର କେବଳ ୫୫ ଟଙ୍କାରେ ମିଳୁଛି। ଆପଣ ନିଜେ ହିଁ ନିର୍ଣ୍ଣୟ କରନ୍ତୁ କୋଉଟା ନେବେ। ସ୍ବଦେଶୀ ଆପଣାଅ, ଦେଶ ବଞ୍ଚାଅ। ବିଦେଶୀ କମ୍ପାନୀ ପାଇଁ ଭାରତ ଏକ ବଜାର କିନ୍ତୁ ପତଞ୍ଜଳି ପାଇଁ ଏହା ଏକ ପରିବାର। ଦେଶକୁ ଲୁଟିବାରୁ ବଞ୍ଚାନ୍ତୁ, ପତଞ୍ଜଳି ଆପଣାନ୍ତୁ।”


ରାମଦେବଙ୍କ ଟ୍ୱିଟରେ ରିପ୍ଲାଏ ଦେଇ ଜଣେ ୟୁଜର ଲେଖିଛନ୍ତି ଯେ ଆପଣ ୨୦୧୩ ରେ କଳାଧନ ଫେରାଇ ଆଣିବାକୁ କହିଥିଲେ, କିନ୍ତୁ ଆଣିଲେନି। ଆପଣ ବିଶ୍ୱାସଯୋଗ୍ୟ ନୁହେଁ। ଆମେ ଆପଣଙ୍କ ଜିନିଷ କିଣିବୁ ନାହିଁ। ସେହିପରି ଆଉ ଜଣେ ଲେଖିଛନ୍ତି ଯଦି ଭାରତ ଆପଣ ପରିବାର ତେବେ ବେପାର କାହିଁକି କରୁଛନ୍ତି। ମାଗଣାରେ ଦିଅନ୍ତୁ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.