ଜିଓ-ଏୟାରଟେଲ ୟୁଜର୍ସଙ୍କ ପାଇଁ ଆସିଲା ଖରାପ ଖବର, ନୂଆବର୍ଷରେ କମ୍ପାନୀ ପୁଣି ବଢ଼ାଇବ ପ୍ୟାକର ଦାମ୍‌

ଯଦି ଆପଣ ଜିଓ ଓ ଏୟାରଟେଲ ୟୁଜର୍ସ ତେବେ ଆପଣଙ୍କ ପାଇଁ ଖରାପ ଖବର। ନୂଆବର୍ଷରେ ଏହି ଦୁଇଟି ବଡ଼ ଟେଲିକମ କମ୍ପାନୀ ନିଜ ୟୁଜର୍ସଙ୍କୁ ଖୁସି କରିବା ପରିବର୍ତ୍ତେ ଆଣୁଛନ୍ତି ଏକ ଖରାପ ଖବର। ନିଜ ପ୍ୟାକ ର ଭାଲ୍ୟୁକୁ ନେଇ ଚର୍ଚ୍ଚାରେ ରହୁଥିବା ଏହି ଦୁଇଟି କମ୍ପାନୀ ଏବେ ନିଜ ୟୁଜର୍ସଙ୍କୁ ଦେବ ବଡ଼ ଝଟକା। ଯାହାର ପ୍ରଭାବ ପ୍ରତ୍ୟେକ ୟୁଜର୍ସଙ୍କ ଉପରେ ପଡ଼ିବ। କାରଣ ଆଜିକା ସମୟରେ ଏହି ଦୁଇଟି ସିମକୂୁ ଅଧିକ ମାତ୍ରାରେ ବ୍ୟବହାର କରାଯାଉଛି। ଆପଣ ବି ଏଥିରୁ ବଞ୍ଚିତ ହେବେ ନାହିଁ।

ଶୁଣିବାକୁ ମିଳିଛି ଯେ ଏହି ଦୁଇଟି ବଡ଼ ଟେଲିକମ କମ୍ପାନୀ ଖୁବ ଶୀଘ୍ର ନିଜ ତାରିଫ ପ୍ଲାନକୁ ବଢ଼ାଇବାର ଯୋଜନା କରୁଛନ୍ତି। କଶଣ ରହିଛି ଏହାର କାରଣ ଏବେ ଜାଣନ୍ତୁ..

ଭାରତୀ ଏୟାରଟେଲ ଓ ରିଲାଏନ୍ସ ଜିଓ ଦେଶର ଦୁଇଟି ପ୍ରମୁଖ ଟେଲିକମ ପ୍ରୋଭାଇଡର। ଦୁହିଁଙ୍କ କମ୍ପାନୀ ଦେଶ ସାରା ୫ଜି ନେଟଓ୍ଵାର୍କ ଚଲାଇବା ଆରମ୍ଭ ମଧ୍ୟ କରିଦେଇଛି। ଦେଶର ଅନେକ ସହରରେ ଏହି ୫ଜି ସର୍ଭିସ କାମ କରିବା ଆରମ୍ଭ ହୋଇସାରିଛି। ସୂଚନା ଅନୁଯାୟୀ ଏବେ ୫ଜି ଆସିବା ପରେ ଏୟାରଟେଲ ଓ ଜିଓ ନିଜ ପ୍ଲାନର ଦାମ କୁ ବଢ଼ାଇପାରନ୍ତି। କିନ୍ତୁ ଏହା କେବେଠୁ ଲାଗୁ ହେବ ସେନେଇ କିଛି ସଠିକ ସୁଚନା ମିଳିନାହିଁ। କିନ୍ତୁ ଖୁବ ଶୀଘ୍ର ଏହା ଲାଗୁ ହୋଇପାରେ। ଯାହାର ପ୍ରଭାବ ପ୍ରତ୍ୟେକ ଲୋକଙ୍କ ଉପରେ ପଡ଼ିବ।

ରିପୋର୍ଟ ଅନୁସାରେ ଲୋକଙ୍କ ମୋବାଇଲ ବିଲ ଖୁବ ଶୀଘ୍ର ବଢ଼ିପାରେ। କାରଣ ଟେଲିକମ ଦ୍ୱାରା ଏହାର ଦାମ ୧୦% ବଢ଼ିବାର ସମ୍ଭାବନା ରହିଛି। ସେମାନେ ଏୟାରଟେଲ ଓ ଜିଓରୁ ୧୦% ମୂଲଞ ବୃଦ୍ଧି FY23,FY24 , FY25 ର ୪ର୍ଥ ତ୍ରିମାସରେ ଘୋଷଣା କରିନପାରନ୍ତି। ରିଭ୍ୟୁ ଓ ମାର୍ଜିନ କୁ ଦେଖିଲେ ଏଥିପାଇଁ ଅଧିକ ପ୍ରେସର ମଧ୍ୟ ପଡ଼ୁଛି। ତେଣୁ ଦର ବଢ଼ିବାର ଖବର ଶୁଣିବାକୁ ମିଳିଛି।

ଏୟାରଟେଲ ଏଥିପାଇଁ ଟେଷ୍ଟିଂ କରିସାରିଛି। କମ୍ପାନୀ ଚଳିତ ବର୍ଷ । ଆରମ୍ଭ ରେ ପରୀକ୍ଷା କରିବା ପାଇଁ କିଛି ସର୍କଲରେ ୯୯ ଟଙ୍କା ପ୍ୟାକକୁ ହଟାଇଦେଇଛି। ଏମିତିରେ ଗ୍ରାମୀଣ କ୍ଷେତ୍ରରେ ଏହାର ବ୍ୟବହାରକୁ ଅଧିକ ଦୃଷ୍ଟି ମଧ୍ୟ ଦେଉଛି। ଏବେ ବଢ଼ୁଥିବା ଗ୍ରାହକଙ୍କ ସଂଖ୍ୟା ଓ ମୋବାଇଲ ନମ୍ବର ପୋର୍ଟବିଲିଟି ପାଇଁ ରିକ୍ୱେଷ୍ଟ ଭାରତୀୟ ଦୂରସଞ୍ଚାର ଉଦ୍ୟୋଗରେ ବଢ଼ୁଥିବା ଆଗ୍ରହର ସଂକେତ ଦେଇଛି।

ଟ୍ରାଇର ସୂଚନା ଅନୁସାରେ ଅକ୍ଟୋବର ୨୦୨୨ରେ ଭୋଡ଼ାଫୋନ ଆଇଡିଆ ଗ୍ରାହକଙ୍କ ସଂଖ୍ୟା ୩.୫% ମିଲିୟନ ପର୍ଯ୍ୟନ୍ତ କମିଯାଇଛି। ସେମିତି ଆଇଓ ଓ ଏୟାଟେଲ ମିଳିତ ରୂପେ ୨.୨ ମିଲିୟନ ନୂଆ ଗ୍ରାହକଙ୍କୁ ନିଜ ସହ ଯୋଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.