ଆଜି ଲଞ୍ଚ ହେବ Bajaj Pulsar 250 ଓ 250f , ଜାଣନ୍ତୁ ଏହାର ପ୍ରାଇସ

ମାର୍କେଟରେ ସବୁ ଜିନିଷକୁ ନେଇ ବଢିଚାଲିଛି କମ୍ପିଟିସନ । ଖାଲି ଏତିକି ନୁହେଁ ଯୁବ ପିଢି ମଧ୍ୟ ନୂଆ ନୂଆ ଜିନିଷ ଟ୍ରାଏ କରିବାକୁ ପଛାଉ ନାହାନ୍ତି । ସେଥିପାଇଁତ ଅନେକ ସମୟରେ ଅଟୋମୋବାଇଲ୍ସ ମାର୍କେଟରେ ପରିବର୍ତ୍ତନ ଦେଖିବାକୁ ମିଳୁଛି । ବାଇକ ଚାଳକ ଯେଉଁମାନେ କି ନୂଆ ନୂଆ ବାଇକର ଡିଜାଇନକୁ ନେଇ ସବୁବେଳେ ଉତ୍ସୁକ ଥାଆନ୍ତି ।  ଆପଣ ଯଦି ଗାଡି କିଣିବା ପାଇଁ ପ୍ଲାନିଙ୍ଗ କରୁଛନ୍ତି ତେବେ ଆପଣଙ୍କ ପାଇଁ ରହିଛି ଖୁସି ଖବର । ଆଜି ବଜାରକୁ ଆସିବ ଏହି ବର୍ଷର ଏକ ନୂଆ ଡିଜାଇନ ବାଜାଜ ପଲସର ୨୫୦ ଓ ପଲସର ୨୫୦ଏଫ । ଯାହାକୁ ନେଇ କିଛି ଦିନ ପୂର୍ବରୁ ଟେଲିଭିଜନରେ ଆଡ ଆସିଥିଲା ଓ ଏହି ବାଇକର ଟିଜର ମଧ୍ୟ ରିଲିଜ ହୋଇଥିଲା । ଏହି ଦୁଇଟି ବାଇକକୁ ଭାରତୀୟ ରୋଡରେ ଟେଷ୍ଟିଂ କରାଯାଇ ସାରିଛି । ଆଉ ଏବେ ବିକ୍ରି ପାଇଁ ରେଡି ।

ତେବେ ଏହାର ଲୁକ ଓ ଡିଜାଇନ ମଧ୍ୟ ସେମିତି ଆଖି ଦୃଶିଆ ରହିଛି । ଏକ୍ସଟିରିୟର ଲୁକ ଓ ଡିଜାଇନର କଥା କହିବାକୁ ଗଲେ ଏହି ଗାଡିର ସବୁ ନୂଆ ଡିଜାଇନ କରାଯାଇଛି । ଏହା ପଲସର ରେଞ୍ଜ ସହିତ ମେଳ ଖାଇପାରେ ବୋଲି ଆନୁମାନ କରାଯାଉଛି । ଏହାର ବାହାର ଡିଜାଇନ ଦେଖିବାକୁ ଅଧିକ ଆକର୍ଷଣୀୟ ହୋଇଛି ।

ଏହା ପଲସର ବାଇକ ମଧ୍ୟରୁ ଫ୍ଲାଗସିପ ବାଇକ ବା ସବୁଠାରୁ ସୁନ୍ଦର ବାଇକ ହେବ । ତେବେ ଏହାର ମେନ ଏକ୍ସଟିରିୟର ଫିଚରର କଥା କହିବା ତ ଏଥିରେ ଏଲଇଡି ପ୍ରୋଜେକ୍ଟ ହେଡଲ୍ୟାମ୍ପ , ଏଲଇଡି ଡିଆରଏଲ ଓ ଇଣ୍ଡିକେଟର୍ସ, ପ୍ଲିଟ ସିଟ , ଟେଲିସ୍କୋପିକ ଫ୍ରଣ୍ଟ ଫୋର୍କ , ରିୟର ମୋନୋଶାକ , ଷ୍ଟିଲ ହ୍ଵିଲ ଆଦି ରହିବ ।

ପଲ୍ସର ୨୫୦ରେ ନେକେଡ ଷ୍ଟ୍ରିଟ ଫାଇଟର ଷ୍ଟାଇଲ ରହିବ ଓ ପଲ୍ସର ୨୫୦ଏଫ ରେ ସେମି ଫିୟର୍ଡ ସେଟଅପ ରହିବ । ଏହି ଦୁଇଟି ମଡେଲରେ ଇଞ୍ଜିନ ଓ ଫିଚର ସେଟଅପ ସମାନ ରହିବ କିନ୍ତୁ ଗାଡିର ବାହାର ଡିଜାଇନ ଓ ଷ୍ଟାଇଲ ଅଲଗା ରହିବ ।
ତେବେ ମାର୍କେଟରେ Bajajର ଗାଡିର ଚାହିଦା ଦିନକୁ ଦିନ ବଢିବାରେ ଲାଗିଛି । ନେକେଡ ପଲ୍ସର ୨୫୦ ର ଏକ୍ସ – ଶୋରୁମର ମୂଲ୍ୟ ରହିଛି ୧ ଲକ୍ଷ ୩୫ ହଜାର ଟଙ୍କା । ସେମି – ଫିୟର୍ଡ ପଲ୍ସର ୨୫୦ ଏଫ ର ଏକ୍ସ ଶୋରୁମ ମୂଲ୍ୟ ୧ଲକ୍ଷ ୪୫ ହଜାର ରହିପାରେ । ତେବେ ବାଜାଜ କମ୍ପାନୀ ଏହି ଦୁଇଟି ବାଇକକୁ ଏପରି ଭାବେ ମାର୍କେଟରେ ଲଞ୍ଚ କରିବାକୁ ଚାହୁଁଛି ଯେମିତି ତାର ଅନ୍ୟ ବାଇକ ଡୋମିନାର ୨୫୦ର ବିକ୍ରିରେ କୌଣସି ପ୍ରଭାବ ନପଡେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.