ଦୀପାବଳି ପୂର୍ବରୁ ବଢିପାରେ ରୋଷେଇ ଗ୍ୟାସ ମୂଲ୍ୟ, ୪ ମାସରେ ବଢ଼ିଲାଣି ୯୦ ଟଙ୍କା

ଏମିତିରେ ରୋଷେଇ ଗ୍ୟାସ ସିଲିଣ୍ଡର ମୂଲ୍ୟ ଦିନକୁ ଦିନ ବଢି ବଢି ଚାଲିଛି । ଆଶଙ୍କା କରାଯାଉଛିକି ଆସନ୍ତା ସପ୍ତାହରେ ଥିବା ଦୀପାବଳି ପର୍ବ ନିଜ ସହିତ ପୁଣି ଥରେ ରୋଷେଇ ଗ୍ୟାସ ଦରବୃଦ୍ଧିକୁ ନେଇ ଆସିପାରେ । ପୂର୍ବରୁ ହିଁ ପ୍ରତିଦିନର ପେଟ୍ରୋଲ-ଡିଜେଲ ସମେତ ସିଏନଜିର ମୂଲ୍ୟ ବୃଦ୍ଧି ସାଧାରଣ ଖାଉଟିର ଅଣ୍ଟାକୁ ଭାଙ୍ଗି ଦେଇଛି । ଏବେ ସଦ୍ୟ ଖବର ଆସିଛିଯେ ଆସନ୍ତା ସପ୍ତାହରେ ଏଲ୍ପିଜି ସିଲିଣ୍ଡର ମୂଲ୍ୟ କିଛିଟା ବଢ଼ିଯାଇପାରେ । ମିଳିଥିବା ଖବର ଅନୁଯାୟୀ ଦୀପାବଳିର ଠିକ ପୂର୍ବରୁ ଏଲ୍ପିଜି ସିଲିଣ୍ଡର ଦର ୧୦୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଯାଇପାରେ । ଇଣ୍ଡିଆନ ଅଏଲ, ଭାରତ ପେଟ୍ରୋଲିୟମ, ହିନ୍ଦୁସ୍ତାନ ପେଟ୍ରୋଲିୟମ ପରି ଇନ୍ଧନ କମ୍ପାନୀ ଗୁଡିକ ସରକାରଙ୍କ ମଞ୍ଜୁରୀ ମିଳିବା ପରେ ରୋଷେଇ ଗ୍ୟାସ ମୂଲ୍ୟବୃଦ୍ଧି କରିପାରନ୍ତି । ପେଟ୍ରୋଲିୟମ କମ୍ପାନୀ ସହିତ ଲିଙ୍କରେ ଥିବା ଏକ ସୂତ୍ରରୁ ଜଣାଯାଇଛିଯେ କିଛି ଦିନ ହେବ ଏଲ୍ପିଜି ସିଲିଣ୍ଡର ଓ ଖୁଚୁରା ମୂଲ୍ୟ ମଧ୍ୟ ଅନ୍ତର ବଢିଯାଇଛି । ଆଉ ଏପର୍ଯ୍ୟନ୍ତ ସରକାରଙ୍କ ତରଫରୁ ଏହି କ୍ଷତିର ଭରଣା କରିବା ନେଇ କୌଣସି ପ୍ରକାର ପଦକ୍ଷେପ ନିଆଯାଇ ନାହିଁ ।

କହିରଖିବା ଉଚିତ ହେବକି, ଶେଷ ଥର ପାଇଁ ଚଳିତ ମାସ ୬ ତାରିଖରେ ଏଲ୍ପିଜି ଦର ୧୫ ଟଙ୍କା ବଢ଼ାଯାଇଥିଲା । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଏଲ୍ପିଜି ମୂଲ୍ୟ ୧୫ ଟଙ୍କା ବୃଦ୍ଧି କରାଯାଇଥିଲା । ଅନ୍ୟ ପକ୍ଷରେ ଦେଖିଲେ ଜୁଲାଇ ମାସ ଠାରୁ ଆଜି ଭିତରେ ଏଲ୍ପିଜି ଦର ୯୦ ଟଙ୍କା ବୃଦ୍ଧି କରାଯାଇଛି । ଯେବେକି ସବ୍ସିଡି ହିସାବରେ ସରକାର ଏକ ସାଧାରଣ ପରିବାରକୁ ପ୍ରତିବର୍ଷ ୧୨ ଟି ସିଲିଣ୍ଡର ଦେଉଛନ୍ତି । ବର୍ତ୍ତମାନ ସମୟରେ ଦିଲ୍ଲୀ, ମୁମ୍ବାଇ ପରି ସହର ମାନଙ୍କରେ ସବ୍ସିଡିରେ ଏଲ୍ପିଜି ୮୯୯.୫୦ ଟଙ୍କାରେ ମିଳୁଥିବା ବେଳେ କଲିକତାରେ ଏହି ଦର ୯୧୬ ଟଙ୍କା ରହିଛି । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ମଧ୍ୟ ଏଲ୍ପିଜି ଦର ବୃଦ୍ଧିପାଇଥିବା ନେଇ ବିଶେଷ ସୂତ୍ରରୁ ଜଣାଯାଇଛି । ଅକ୍ଟୋବର ମାସରେ ମୂଲ୍ୟ ଟନ ପିଛା ୬୦ ପ୍ରତିଶତ ବୃଦ୍ଧିପାଇଛି । ଯାହାକି ଭାରତୀୟ ମୁଦ୍ରାରେ ୫୯ ହଜାର ୮୯୫ ଟଙ୍କା ହେବ । ସମାନ ଭାବରେ ଅଶୋଧିତ ତୈଳ ଦର ବ୍ୟାରେଲ ପିଛା ୮୫.୪୨ଡ଼ଲାର ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.