ବାଇକ ପ୍ରେମୀଙ୍କ ପାଇଁ ଖୁସି ଖବର, ଖୁବଶୀଘ୍ର ଲଞ୍ଚ ହେବ Bajaj Pulsar N150

ଅଟୋକାର ଅନୁସାରେ ବଜାଜର ନୂଆ Pulsar N150 ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି । Pulsar N160 ତୁଳନାରେ Pulsar N150 କୁ ଅଧିକ ଆଗ୍ରେସିଭ ଲୁକ ଦିଆଯାଇଛି ।

ବଜାଜର ଲୋକପ୍ରିୟ ବାଇକ୍‌ Pulsar ଦୀର୍ଘ ଦିନ ଧରି ଆଡଭେନଚର୍ସ ରାଇଡର୍ସଙ୍କ ହୃଦୟରେ ରାଜ କରି ଆସୁଛି । ୨୦୦୧ରେ Pulsar 150 ଏବଂ Pulsar 180 ଆରମ୍ଭ ହୋଇଥିଲା । ସମୟ ଅନୁସାରେ Pulsar କୁ ପସନ୍ଦ କରୁଥିବା ବାଇକ ପ୍ରେମୀଙ୍କ ପାଇଁ କମ୍ପାନୀ କେବଳ ମଡେଲ୍ସର ଡିଜାଇନକୁ ଆକର୍ଷକ କରିଛି ତାହା ନୁହେଁ ବରଂ ଏହାର ଇଞ୍ଜିନକୁ ମଧ୍ୟ ମୁଜବୁତ କରିଛି ।

Pulsar N160 ବଜାଜର ଲାଟେଷ୍ଟ ମଡେଲ ଏବଂ ଏହା ଲୋକଙ୍କୁ ବହୁତ ପସନ୍ଦ ଆସିଛି । ଗ୍ରାହକମାନଙ୍କର ଭଲ ପାଇବା ପାଇଁ ଏହି ବାଇକ୍‌ ୨୦୨୨ରେ ଅଟୋକାର ବାଇକ୍‌ ଅଫ ଦ ଇୟର ୨୦୨୨ ସହିତ ଅନେକ ପୁରଷ୍କାର ନିଜ ନାଁରେ କରିଥିଲା । N ସିରିଜର ସଫଳତା ଦେଖିବା ପରେ ବଜାଜ ଏହି ଲାଇନ୍-ଅପରେ 150cc ବାଇକ୍ ଲଞ୍ଚ କରିବାକୁ ପ୍ରସ୍ତୁତ ହେଉଛି ।

ଶୀଘ୍ର ଲଞ୍ଚ ହେବ Bajaj Pulsar N150 :
ଅଟୋକାର ଅନୁସାରେ ବଜାଜର ନୂଆ Pulsar N150 ଲଞ୍ଚ ପାଇଁ ପ୍ରସ୍ତୁତ ହେଉଛି । Pulsar N160 ତୁଳନାରେ Pulsar N150 କୁ ଅଧିକ ଆଗ୍ରେସିଭ ଲୁକ ଦିଆଯାଇଛି । ଏଥିରେ ଅଧିକ ଆଙ୍ଗୁଲାର କୋଣୀୟ ସ୍ପୋର୍ଟି ପ୍ରୋଜେକ୍ଟର ହେଡଲ୍ୟାମ୍ପ, ବନ ଟ୍ୟାଙ୍କ ଏକ୍ସଟେନ୍ସନ ଏବଂ N160 ର ଟେଲ ସେକ୍ସନ ସାମିଲ ଅଛି ।

ନୂଆ Pulsar N150ରେ ସିଙ୍ଗଲ ପିସ୍‌ ସିଟ ଏବଂ ସିଙ୍ଗଲଡିସ୍କ Pulsar P150 ରୁ ଅଧିକ କନଭେନ୍ସନାଲ ଗ୍ରାବ ହ୍ୟାଣ୍ଡେଲ ମିଳିବାର ଆଶା କରାଯାଉଛି । ଏହା ଦୁଇଟି ଭାରିଆଣ୍ଟରେ ଲଞ୍ଚ ହେବାର ସମ୍ଭାବନା ରହିଛି । ଯେଉଁଥିରେ ଏକ ଡୁଆଲ ଡିସ୍କ ଭାରିଆଣ୍ଟ ରହିବ ବୋଲି ଆଶା କରାଯାଉଛି । ଏହା ବ୍ୟତୀତ ଦୁଇଟି ଭାରିଆଣ୍ଟ ସିଙ୍ଗଲ-ଚ୍ୟାନେଲ ABS ସହିତ ଆସିପାରେ ।

ବାଇକର ପାଓ୍ଵାର ଟ୍ରେନ ବିଷୟରେ କହିବାକୁ ଗଲେ, N150ରେ P150 ଭଳି ସମାନ 149.68cc ଇଞ୍ଜିନ ମିଳିବାର ସମ୍ଭବନା ରହିଛି । ଯାହା ୫ ସ୍ପିଡ ଗିୟର ବକ୍ସ ସହି ଯୋଡ଼ି ଥାଇପାରେ । ଏହାର ଇନଷ୍ଟମେଣ୍ଟ କନ୍ସୋଲ ସେମି ଡିଜିଟାଲ ୟୁନିଟ ହୋଇପାରେ, ଯାହା Pulsarର ଅନ୍ୟ ମଡେଲ ମାନଙ୍କରେ ନଜର ଆସିଥାଏ ।

ବର୍ତ୍ତମାନ Bajaj Pulsar P150 ଏକ୍ସ ସୋ ରୁମ ମୂଲ୍ୟ ୧.୧୭ ଲକ୍ଷ ଏବଂ Pulsar N160ର ଏକ୍ସ ସୋ ରୁମ ମୂଲ୍ୟ ୧.୩ ଲକ୍ଷରୁ ଆରମ୍ଭ । ତେବେ ଆଶା କରାଯାଉଛି Bajaj Pulsar N150 ର ମୂଲ୍ୟ P150 ତୁଳନାରେ ପାଖାପାଖି ୫,୦୦୦- ୭,୦୦୦ ଟଙ୍କା ଅଧିକ ହୋଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.