ବିସର୍ଜନ ଆଗରୁ ରାତି ଅଧରୁ ଗାୟବ ହୋଇଗଲା ଗଣେଶଙ୍କ ମୂର୍ତ୍ତି, ଥାନାର ଦ୍ୱାରସ୍ତ ହେଲେ ପୂଜା କମିଟି
ଗଣେଶ ପୂଜାର ବିସର୍ଜନ ଆଗରୁ ହିଁ ପ୍ରଭୁ ପେଣ୍ଡାଲରୁ ଚୋରି ହେଇଯାଇଛନ୍ତି..ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁ ରେ..ଏଠାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି..ଗଣେଶ ପେଣ୍ଡାଲ ରୁ ଗଣେଶ ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୁତ୍ତ l ଯାହାକି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
ରାତି ଅଧରୁ ପେଣ୍ଡାଲରୁ ଗାୟବ ହେଲା ଗଣେଶଙ୍କ ମୂର୍ତ୍ତି l ଦେଖୁ ଦେଖୁ ଉଭାନ ହୋଇ କୁଆଡେ ଚାଲିଗଲା ପ୍ରଭୁ ବିଘ୍ନ ବିନାଶକଙ୍କ ଏତେ ବଡ ମୂର୍ତ୍ତି, ସମସ୍ତେ ଖୋଜିଲେ କିନ୍ତୁ ପାଇଲେନାହିଁ.. ହଠାତ ମୂର୍ତ୍ତି ଗାୟବ କୁ ନେଇ ସମସ୍ତେ ଡରି ଗଲେ ..ପରେ ସନ୍ଦେହ କରିବାରୁ ପ୍ରକୃତ କଥା ଜଣାପଡିଲା .. ଯାହାକୁ ଆପଣ ଶୁଣିଲେ ବି ଆଶ୍ଚର୍ଯ୍ୟ ହୋଇଯିବେ.. ସତ କଥା ହେଲା ପ୍ରଭୁଙ୍କ ମୂର୍ତ୍ତି ପେଣ୍ଡାଲରୁ ଏମିତି ଗାୟବ ହୋଇଯାଇନି ବରଂ ଚୋରି ହେଇଯାଇଛି.. ଏବେ ସବୁ ଏମିତି କଥା ସାମ୍ନା କୁ ଆସୁଛି ଯାହାକୁ ଶୁଣିଲେ ଯେତିକି ଆଶ୍ଚର୍ଯ୍ୟ ଲାଗୁଚି ସେତିକି ବିଶ୍ୱାସ କରିବା ସହଜ ବି ଲାଗୁଛି, କାରଣ କଳିଯୁଗରେ ଏସବୁ ସମ୍ଭବ ..
ଗଣେଶ ପୂଜା ପାଇଁ ପ୍ରତି ବର୍ଷ ସାରା ଦେଶ ଚଳ ଚଞ୍ଚଳ ହୋଇଯାଏ, ସବୁଠି ମେଢ ପଡେ ଆଉ ସମସ୍ତେ ପ୍ରଭୁଙ୍କ ମୂର୍ତ୍ତି କୁ ବଡ ଆଡମ୍ବର ସହକାରେ ପେଣ୍ଡାଲ ଅଥବା ଘରକୁ ଆଣି ପୂଜା କରନ୍ତି, ବିସର୍ଜନ ମଧ୍ୟ ବଡ ଧୁମ ଧାମରେ ହୋଇଥାଏ.. କିନ୍ତୁ ଏ ଅଂଚଳରେ ହୋଇଥିବା ଗଣେଶ ପୂଜାର ବିସର୍ଜନ ଆଗରୁ ହିଁ ପ୍ରଭୁ ପେଣ୍ଡାଲରୁ ଚୋରି ହେଇଯାଇଛନ୍ତି..ଘଟଣା ଘଟିଛି କଣ୍ଟାବାଞ୍ଜି ବଙ୍ଗୋମୁଣ୍ଡା ଥାନା ଗୋହିରାପଦର ଗାଁ ରେ..ଏଠାରେ ଏକ ଅଭାବନୀୟ ଘଟଣା ଘଟି ଯାଇଛି..ଗଣେଶ ପେଣ୍ଡାଲ ରୁ ଗଣେଶ ମୂର୍ତ୍ତି ଚୋରି କରି ନେଇଛନ୍ତି ଦୁର୍ବୁତ୍ତ l ଯାହାକି ଅଂଚଳରେ ଚର୍ଚ୍ଚାର ବିଷୟ ପାଲଟିଛି l
ସୂଚନା ଅନୁସାରେ ଗଣେଶ ବିସର୍ଜନ ପୂର୍ବରୁ ପ୍ରଭୁଙ୍କ ମୂର୍ତ୍ତି ଚୋରି ହୋଇଯାଇଛି..ଯାହାକୁ ନେଇ କମିଟି ସଦସ୍ୟ ମାନେ ଥାନାରେ ଏତଲା ଦେଇଛନ୍ତି .. ଆଜି ଗଣେଶ ବିସର୍ଜନ ଯୋଜନା ଥିବାବେଳେ ରାତି ଅଧରୁ ମୂର୍ତ୍ତି ଚୋରି ହୋଇଥିବାରୁ କମିଟି ପକ୍ଷରୁ ବଙ୍ଗୋମୁଣ୍ଡା ଥାନାରେ ଅଭିଯୋଗ କରାଯଇଛି l କମିଟି ସଦସ୍ୟଙ୍କ କହିବା ଅନୁଯାଇ ଗତ ରାତିରେ ବଙ୍ଗୋମୁଣ୍ଡାର ଆଉ ଏକ ସ୍ଥାନରେ ଗଣେଶ ପୂଜାର ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଥିବା ବେଳେ କମିଟି ର ସଦସ୍ୟ ମାନେ ଦେଖିବାକୁ ଯାଇଥିଲେ ବିଳମ୍ବିତ ରାତିରେ ଫେରିଲା ବେଳକୁ ଦେଖିଲେ ମୂର୍ତ୍ତି ଆଉ ନାହିଁ , ପେଣ୍ଡାଲ ମୂର୍ତ୍ତି କୁ କେହି ଚୋରି କରି ନେଇଯାଇଛି l ଆଜି କମିଟି ର ସମସ୍ତ ସଦସ୍ୟ ବଙ୍ଗୋମୁଣ୍ଡା ଥାନାରେ ପହଁଚି ଥାନା ରେ ଅଭିଯୋଗ କରିଛନ୍ତି l ବଙ୍ଗୋମୁଣ୍ଡା ପୋଲିସ ଏନେଇ ତଦନ୍ତ ଆରମ୍ଭ କରିଛି l