ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ମିଳିଲା ଭିସା, ୨୯ରେ ଖେଳିବ ପ୍ରଥମ ଓ୍ଵାର୍ମ-ଅପ୍‌ ମ୍ୟାଚ୍‌

ପାକିସ୍ତାନୀ କ୍ରିକେଟ ଫ୍ୟାନ୍ସ ଖୁସି । ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ଭାରତ ଆସିବାକୁ ଭିସା ମିଳିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼ ଚିନ୍ତାରେ ରହିଥିଲା । ପାକିସ୍ତାନ ଟିମ୍‌ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଓ୍ଵାର୍ମ-ଅପ ମ୍ୟାଚ ଖେଳିବ ।

ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍‌ ପାଇଁ ଖୁସି ଖବର । ଦିନିକିଆ ବିଶ୍ୱକପ ୨୦୨୩ ପାଇଁ ପାକିସ୍ତାନ ଟିମକୁ ଭାରତ ଆସିବାକୁ ଭିସା ମିଳିଛି । ଭାରତ ଭିସା ପ୍ରଦାନ କରି ନଥିବାରୁ ପାକିସ୍ତାନ ଟିମ୍ ବଡ଼ ଚିନ୍ତାରେ ରହିଥିଲା । ଭାରତ ଗସ୍ତ ନେଇ ପାକିସ୍ତାନ ଓ ଆଫଗାନିସ୍ତାନ ଟିମକୁ ଭାରତ ସରକାର ଭିସା ପ୍ରଦାନ କରିଛନ୍ତି । ପାକିସ୍ତାନ ଟିମ୍‌ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ଓ୍ଵାର୍ମ-ଅପ ମ୍ୟାଚ ଖେଳିବ ।

ପାକିସ୍ତାନକୁ ଭାରତ ଭିସା ନ ମିଳିଥିବାରୁ କ୍ରିକେଟ ଫ୍ୟାନ୍ସ ଚିନ୍ତାରେ ରହିଥିଲେ । ଆଉ ଏବେ ଭାରତ ସରକାର ଭିସା ପ୍ରଦାନ କରିବା ପରେ ପାକିସ୍ତାନୀ କ୍ରିକେଟ ଫ୍ୟାନ୍ସ ଖୁସି ହୋଇଯାଇଛନ୍ତି । ଆସନ୍ତା ୨୭ ତାରିଖରେ ବାବର ବାହିନୀ ହାଇଦ୍ରାବାଦରେ ପହଞ୍ଚିବ । ଏହା ପରେ ୨୯ ସେପ୍ଟେମ୍ବରରେ ପ୍ରଥମ ଅଭ୍ୟାସ ମ୍ୟାଚ ଖେଳିବ । ଏହି ମ୍ୟାଚ ବିନା ଫ୍ୟାନ୍ସରେ ଖେଳାଯିବ । ଏହି ମ୍ୟାଚର ଗୋଟେ ଦିନ ପୂର୍ବରୁ ଗଣପତି ବିସର୍ଜନ ଏବଂ ଇଦ ରହିଛି । ତେଣୁ ସହରରେ ଭିଡ ହେବାର ସମ୍ଭାବନା ରହିଛି । ଅକ୍ଟୋବର ୫ ତାରିଖରୁ ଭାରତରେ ବିଶ୍ୱକପ ଆରମ୍ଭ ହେବ । ଏହାପରେ ୧୪ ତାରିଖରେ ଭାରତ-ପାକିସ୍ତାନ ମଧ୍ୟରେ ପୁଣି ଏକ ହାଇ ଭୋଲଟେଜ୍ ମ୍ୟାଚ ଦେଖିବାକୁ ମିଳିବ ।

ଆଇସିସି ଦିନିକିଆ ବିଶ୍ୱକପ ୨୦୨୩ ଅକ୍ଟୋବର ୫ ତାରିଖରୁ ଆରମ୍ଭ ହେବାକୁ ଯାଉଛି । ଅକ୍ଟୋବର ୬ ତାରିଖରେ ପାକିସ୍ତାନ ମ୍ୟାଚ୍‌ ରହିଛି । ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟିମ୍‌ ନେଦରଲାଣ୍ଡ ସହିତ ଖେଳିବ । ପାକିସ୍ତାନ ୨୯ ସେପ୍ଟେମ୍ବରରେ ନ୍ୟୁଜିଲାଣ୍ଡ ବିପକ୍ଷରେ ହାଇଦ୍ରାବାଦରେ ଅଭ୍ୟାସ ମ୍ୟାଚ୍‌ ଖେଳିବ ।

ପାକିସ୍ତାନ ଟିମ୍‌ ସମସ୍ତ ଖେଳାଳିଙ୍କ ସହିତ ପ୍ରି-ଓ୍ଵାଲର୍ଡ କପ୍‌ କ୍ୟାମ୍ପ ପାଇଁ ଦୁବାଇ ଯାଇଥାନ୍ତା, ସେଠାରେ କିଛିଦିନ ରହିବ ପରେ ଟିମ ଦୁବାଇରୁ ହାଇଦ୍ରାବାଦ ଗସ୍ତ କରିଥାନ୍ତି । କିନ୍ତୁ ଭିସାରେ ବିଳମ୍ବ ହେବା ଯୋଗୁଁ ପାକିସ୍ତାନର ପ୍ଲାନ୍‌ ବାତିଲ ହୋଇଛି ।

ବିଶ୍ୱକପ ପାଇଁ ପାକିସ୍ତାନ ଟିମ୍‌ : ବାବର ଆଜମ(ଅଧିନାୟକ), ଶାଦାବ ଖାନ(ଉପ ଅଧିନାୟକ), ଫଖର ଜମାନ, ଇମାମ-ଉଲ-ହକ, ଅବ୍ଦୁଲା ଶଫିକ, ମହମ୍ମଦ ରିଜଓ୍ଵାନ, ଇଫ୍‌ତିକାର ଅହମଦ, ଆଗା ସଲମାନ, ସାଉଦ ସକିଲ, ମହମ୍ମଦ ନଓ୍ଵାଜ, ଶାହିନ ଆଫ୍ରିଦି, ହାରିସ ରଉଫ, ହସନ ଅଲୀ, ଉସାମା ମିର, ମହମ୍ମଦ ଓ୍ଵାସିମ ଜୁନିଅର ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.