ସ୍କୁଲ ବସ୍‌ ସହ ଅଟୋ ଧକ୍କା, ଚାଲିଗଲା ୫ ଜୀବନ

କେରଳର କାସାରାଗୋଡରେ ସୋମବାର ଘଟିଛି ଏକ ଅଭାବନୀୟ ଘଟଣା । ସ୍କୁଲ ବସ୍‌ ଏବଂ ଅଟୋ ରିକ୍ସା ମଧ୍ୟରେ ଧକ୍କା ଚାଲିଗଲା ୪ ଜଣ ମହିଳା ସମେତ ୫ ଜଣ ଲୋକଙ୍କ ଜୀବନ ।

କେରଳର କାସାରାଗୋଡରେ ସ୍କୁଲ ବସ୍‌ ଏବଂ ଅଟୋ ରିକ୍ସା ଧକ୍କା ହୋଇ ଚାଲିଯାଇଛି ୪ ଜଣ ମହିଳା ସମେତ ୫ ଜଣଙ୍କ ଜୀବନ । ପୋଲିସ ସୂଚନା ମୁତାବକ, ବସ୍‌ଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ ସହିତ ଧକ୍କା ହୋଇଥିଲା, ଫଳରେ ଏହି ଦୁର୍ଘଟଣା ଘଟିଛି ।

ଖବର ଅନୁସାରେ,ବସ୍‌ଟି ପିଲାଙ୍କୁ ସ୍କୁଲରୁ ଘରେ ଛାଡି ଆସିବା ସମୟରେ ଅଟୋ ସହିତ ଧକ୍କା ହୋଇଥିଲା । ଦୁର୍ଘଟଣା ସ୍ଥଳରେ ହିଁ ୪ ଜଣ ମହିଳାଙ୍କ ମୃତ୍ୟୁ ହୋଇଥିଲା ଏବଂ ଅଟୋ ଡ୍ରାଇଭରଙ୍କୁ ହସ୍ସପିଟାଲ ନେବା ସମୟରେ ଜୀବନ ଚାଲିଯାଇଥିଲା ।

ବାଡିୟାଡକା ପୋଲିସ ଷ୍ଟେସନର ଜଣେ ଅଧିକାରୀଙ୍କ କହିବା ଅନୁସାରେ, ବସ୍‌ଟି ଦ୍ରୁତଗତିରେ ଭୁଲ ରାସ୍ତାରେ ଆସିବା ଫଳରେ ଏହି ଦୁର୍ଘଟଣା ଘଟିଛି । ଏହି ଦୁଃଖଦୀୟ ଘଟଣାଟି ପ୍ରାୟ ସନ୍ଧ୍ୟା ୫ଟା ୩୦ରେ ଘଟିଥିଲା । ବସ୍‌ଟି ପିଲାଙ୍କୁ ଘରେ ଛାଡିକି ଆସିବା ସମୟରେ ହୋଇଥିଲା ।

ଏହାସହ କେରଳର ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ ଏହି ଦୁର୍ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି । ସେ  କହିଛନ୍ତି, ମୁଖ୍ୟମନ୍ତ୍ରୀ ପରିବାରର ସଦସ୍ୟଙ୍କ ଦୁଃଖରେ ସାମିଲ ଅଛନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.