ଚୋରି ମୋବାଇଲ ପାଇଁ ନାବାଳକକୁ ହତ୍ୟା, ସାଙ୍ଗକୁ ମାରିଦେଲେ ୨ ବନ୍ଧୁ

ମୋବାଇଲ ପାଇଁ ନାବାଳକକୁ ହତ୍ୟା ଅଭିଯୋଗ । ସମ୍ବଲପୁର - ଅଇଁଠାପାଲି ଥାନା ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପରିସରରେରେ ଏହି ହତ୍ୟାକାଣ୍ଡ ଘଟିଛି । ମୋବାଇଲ ଚୋରିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି।

ସମ୍ବଲପୁର (କେନ୍ୟୁଜ): ମୋବାଇଲ ପାଇଁ ନାବାଳକକୁ ହତ୍ୟା ଅଭିଯୋଗ । ସମ୍ବଲପୁର – ଅଇଁଠାପାଲି ଥାନା ଅନ୍ତର୍ଗତ ପୁରୁଣା ଏସଡିପିଓ କାର୍ଯ୍ୟାଳୟ ପରିସରରେରେ ଏହି ହତ୍ୟାକାଣ୍ଡ ଘଟିଛି । ମୋବାଇଲ ଚୋରିକୁ ନେଇ ହତ୍ୟାକାଣ୍ଡ ହୋଇଥିବା ଅଭିଯୋଗ ହୋଇଛି। ମୃତକ ହେଲେ କରମଟୁଲୀ ଅଞ୍ଚଳର ଦେବା ଜାମଡାଲିଆ ।

ସୂଚନା ଅନୁଯାୟୀ ୩ ଜଣ ସାଙ୍ଗ ହୋଇ ଏକାଠି ମୋବାଇଲ ଚୋରି କରୁଥିଲେ । କୌଣସି କାରଣକୁ ନେଇ ସେମାନଙ୍କ ମଧ୍ୟରେ ବିବାଦ ହୋଇଥିଲା । ଫଳରେ ୨ ଜଣ ସାଙ୍ଗ ଉତ୍ୟକ୍ତ ହୋଇ ଦେବା ଜାମଡାଲିଆଙ୍କୁ ଏକ ନିଛାଟିଆ ସ୍ଥାନକୁ ଡାକି ନିସ୍ତୁକ ମାଡ଼ ମାରିଥିଲେ। ଏହାପରେ ଚେତା ଶୂନ୍ୟ ହୋଇପଡ଼ିଥିଲା ଦେବା । ତାଙ୍କୁ ତୁରନ୍ତ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ସେଠାରେ ମୃତ ଘୋଷଣା କରିଥିଲେ ଡାକ୍ତର । ୨ ନାବାଳକଙ୍କୁ ଅଟକ ରଖି ପୋଲିସ ପଚରାଉଚରା କରିବା ସହ ଅଧିକ ଖୋଳତାଡ କରୁଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.