୯୧ ବର୍ଷରେ ପଦାର୍ପଣ କଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂ, ମୋଦି ଜଣାଇଲେ ଏଭଳି ଶୁଭେଚ୍ଛା

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହ ଆଜି ୯୧ ବର୍ଷରେ ପଦାର୍ପଣ କରିଛନ୍ତି । ଏହି ଅବସରରେ ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଦୀର୍ଘ ଓ ସୁସ୍ଥ ଜୀବନ କାମନା କରିଛନ୍ତି ।

ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କ ଆଜି ୯୧ ତମ ଜନ୍ମଦିନ । ଏହି ଅବସରରେ ସମଗ୍ର ଦେଶରୁ ତାଙ୍କୁ ଜନ୍ମଦିନର ଶୁଭେଚ୍ଛା ମିଳୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବତନ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଶୁଭେଚ୍ଛା ଜଣାଇଛନ୍ତି । ମୋଦି ସୋସିଆଲ ମିଡିଆ ଏକ୍ସରେ କହିଛନ୍ତି, ପୂର୍ବ ପ୍ରଧାନମନ୍ତ୍ରୀ ଡ. ମନମୋହନ ସିଂହଙ୍କୁ ଜନ୍ମଦିନରେ ଅନେକ ଅନେକ ଶୁଭେଚ୍ଛା । ମୁଁ ଆପଣଙ୍କ ଦୀର୍ଘ ଏବଂ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କରୁଛି ।

ପୂର୍ବ ପ୍ରଧାନମନ୍ତ୍ରୀଙ୍କ ଜନ୍ମ ୨୬ ସେପ୍ଟେମ୍ବର ୧୯୩୨ରେ ବ୍ରିଟିଶ ଇଣ୍ଡିଆର ପଞ୍ଜାବ ପ୍ରାପ୍ତର ଚକଓ୍ଵାଲ ଜିଲ୍ଲାରେ ହୋଇଥିଲା । ଏହି ଜିଲ୍ଲା ଏବେ ପାକିସ୍ତାନରେ ରହିଛି । ମନମୋହନ ସିଂହ ପ୍ରଧାନମନ୍ତ୍ରୀ ହେବା ପୂର୍ବରୁ ୧୯୮୨ରୁ ୧୯୮୫ ପର୍ଯ୍ୟନ୍ତ ରିଜର୍ଭ ବ୍ୟାଙ୍କର ଗଭର୍ଣ୍ଣର ରହିଥିଲେ । ପୂର୍ବ ପ୍ରଧାନମନ୍ତ୍ରୀଙ୍କ ସରକାରରେ ଅର୍ଥ ମନ୍ତ୍ରୀ ରହିଥିଲେ ମନମୋହନ ସିଂ ।

ମନମୋହନ ସିଂ ୨୦୦୪ରୁ ୨୦୧୪ ପର୍ଯ୍ୟନ୍ତ ପ୍ରଧାନମନ୍ତ୍ରୀ ଭାବେ କାମ କରିଥିଲେ । ଦେଶର ମହାନ ରାଜନେତା ଥିଲେ । ଜଣେ ପ୍ରଖ୍ୟାତ ଅର୍ଥଶାସ୍ତ୍ରୀ ଭାବେ ସେ ବେଶ ଜଣାଶୁଣା । ମନମୋହନ ସିଂହ ପଞ୍ଜାବ ୟୁନିଭରସିଟିରେ ପଢିବା ପରେ ଆଗକୁ ପଢିବା ବ୍ରିଟେନ ଚାଲିଯାଇଥିଲେ । ବ୍ରିଟେନର କେମ୍ବ୍ରିଜ ବିଶ୍ୱବିଦ୍ୟାଳୟରେ ଅର୍ଥଶାସ୍ତ୍ରରେ ପ୍ରଥମ ଶ୍ରେଣୀରେ ଡିଗ୍ରୀ ହାସଲ କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.