ଆରବିଆଇ ରିପୋର୍ଟରେ ବ୍ୟାଙ୍କଗୁଡ଼ିକର ଅବସ୍ଥା ଶୋଚନୀୟ, ବ୍ୟାଡ୍‌ ଲୋନ୍‌ ଦୁଇ ଦଶନ୍ଧିର ଶୀର୍ଷରେ ପହଞ୍ଚିଯିବା ଆଶଙ୍କା

ଭାରତୀୟ ବ୍ୟାଙ୍କଗୁଡ଼ିକର ବୁଡ଼ି ଯାଇଥିବା କରଜ ବଢ଼ି ସେମାନଙ୍କ ବାଲାନ୍ସ ସିଟ୍‌ର ୧୩ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇପାରେ। ଆରବିଆଇ, ଫାଇନାନ୍ସିଆଲ ଷ୍ଟେବିଲିଟି ରିପୋର୍ଟର ନୂଆ ସଂସ୍କରଣରେ କହିଛି ଯେ ୩୦ ସେପ୍ଟେମ୍ବର, ୨୦୨୦ ସୁଦ୍ଧା ବ୍ୟାଡ୍‌ ଲୋନ୍‌ ବଢ଼ି ବ୍ୟାଙ୍କଗୁଡ଼ିକର ବାଲାନ୍ସ ସିଟ୍‌ର ୧୩.୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଛି। ସେପ୍ଟେମ୍ବର ୨୦୧୯ରେ ଏହା ୭.୫ ପ୍ରତିଶତ ଥିଲା।

ବହୁତ ଖରାପ ପରିସ୍ଥିତିରେ ଏହା ୧୪.୮ ପ୍ରତିଶତ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଯାଇପାରେ। ପରିସ୍ଥିତି ଯଦି ଖରାପ ରହିଲା, ତେବେ ଏହି ସ୍ଥିତି ଆର୍ଥିକ ବର୍ଷ ୨୦୨୧-୨୨ର ଦ୍ୱିତୀୟ ତ୍ରିମାସରେ ହିଁ ଆସିପାରେ। ଏମିତି ହେଲେ ବ୍ୟାଡ୍‌ ଲୋନ୍‌ ଦୁଇ ଦଶନ୍ଧିର ସବୁଠାରୁ ଖରାପ ସ୍ଥିତିରେ ପହଞ୍ଚିଯିବ।

bank

ଏନ୍‌ପିଏ ହ୍ରାସ ପାଉଛି, କିନ୍ତୁ ପରିସ୍ଥିତି ଏବେ ବି ଭଲ ନାହିଁ

ଆରବିଆଇ ନିଜ ରିପୋର୍ଟରେ କହିଛି,, ଏନ୍‌ପିଏ ସ୍ଥିତିରେ ଲଗାତାର ସୁଧାର ହେଉଛି। ଗତ ଦୁଇ ବର୍ଷରେ ଏଥିରେ ହ୍ରାସ ପାଇ ଆସୁଛି। ଜୁଲାଇ-ସେପ୍ଟେମ୍ବର ୨୦୨୦ରେ ଏହା ୭.୫ ପ୍ରତିଶତ ଥିଲା। ଏପରିକି, ସ୍ଲିପେଜ୍‌ ଅନୁପାତ ଅର୍ଥାତ୍‌ ଫ୍ରେଶ ବ୍ୟାଡ୍‌ ଲୋନ ହ୍ରାସ ପାଇଛି। ସେପ୍ଟମ୍ବରରେ ଏହା ହ୍ରାସ ପାଇ ୦.୧୫ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇଛି।

ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ଅଧିକ ବଢ଼ିବ

ଆରବିଆଇ ରିପୋର୍ଟ ଅନୁସାରେ, ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ଗ୍ରସ୍‌ ଏନ୍‌ପିଏରେ ୬୫୦ ବେସିସ୍‌ ପଏଣ୍ଟରେ ବୃଦ୍ଧି ଘଟିପାରେ। ଜୁଲାଇ-ସେପ୍ଟେମ୍ବରରେ ପବ୍ଲିକ ସେକ୍ଟର ବ୍ୟାଙ୍କଗୁଡ଼ିକର ଗ୍ରସ୍‌ ଏନ୍‌ପିଏ ବୃଦ୍ଧି ପାଇ ୯.୭ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ। ସେଠି ଜୁଲାଇ-ସେପ୍ଟେମ୍ବର(୨୦୨୧-୨୨)ରେ ଏହା ୧୬.୨ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିଯାଇପାରେ। ଘରୋଇ ବ୍ୟାଙ୍କଗୁଡ଼ିକର ଏନ୍‌ପିଏ ଏହି ସମୟରେ ୪.୬ ପ୍ରତିଶତରୁ ବଢ଼ି ୭.୯ ପ୍ରତିଶତ ପର୍ଯ୍ୟନ୍ତ ପହଞ୍ଚିପାରେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.