ବାଇକ୍‌ କିଣିବାକୁ ଇଚ୍ଛା କରୁଛନ୍ତି କି, ତେବେ ଏହା ହେଉଛି ଦେଶର ସବୁଠାରୁ ଶସ୍ତା ଏବଂ ଭଲ ବାଇକ୍‌

ଭାରତୀୟ ଅଟୋ ବଜାରରେ କମ୍ପ୍ୟୁଟର ସେଗମେଣ୍ଟର ବାଇକ ଉପରେ ବହୁତ ଡିମାଣ୍ଡ ରହିଛି। ଏମିତି ଏଥିପାଇଁ କାରଣ ଏହାର ବଢ଼ିଆ ମାଇଲେଜ୍‌, କମ୍‌ ଦାମ ଏବଂ ନିଜ ଖାସିୟତ୍‌ କାରଣରୁ ଏହି ସେଗମେଣ୍ଟର ବାଇକକୁ ବହୁତ ପସନ୍ଦ କରାଯାଉଛି। ଏଥିରେ ହିରୋ ଏବଂ ବଜାଜର ନାମ ବହୁତ ଫେମସ୍‌ ରହିଛି। ଲୋକମାନେ ଏହି ଦୁଇ କମ୍ପାନୀର ବାଇକକୁ ଅଧିକ ପସନ୍ଦ କରୁଛନ୍ତି। ଏହି ଦୁଇ କମ୍ପାନୀ ନିଜର ଅନେକ ବଢ଼ିଆ ବାଇକକୁ ଲଞ୍ଚ୍‌ କରିଛି ଯାହା ଲୋକଙ୍କ ହୃଦୟରେ ରାଜ କରୁଛି। ଏଥିରେ କିଛି ଖାସ୍‌ ବାଇକ ବି ରହିଛି ଯାହା ଦାମ୍‌ ବହୁତ କମ୍‌ ରହିଛି। ଆଉ ଯଦି ମାଇଲେଜ କଥା କହିବା ତାହେଲେ ଏହାକୁ ପସନ୍ଦ କରନ୍ତି ଲୋକେ। ଆଜି ଆମେ ଆପଣଙ୍କୁ ତିନୋଟି ଏମିତି ବାଇକ ବିଷୟରେ କହିବାକୁ ଯାଉଛୁ ଯାହାର ଦାମ୍‌ ୬୦ ହଜାର ଟଙ୍କାରୁ ବି କମ୍‌ ରହିଛି। ତେବେ ଆସନ୍ତୁ ଦେଶର ଟପ୍‌ ୩ ବାଇକ୍‌ ବିଷୟରେ ଜାଣିବା।

ହିରୋ ଏଚଏଫ ୧୦୦

ହିରୋଏଚଏଫ ୧୦୦ ବାଇକର ଲୁକ ଏଚଏଫ ଡିଲକ୍ସ ଭଳି ଲାଗିଥାଏ। କିନ୍ତୁ ଏହାର ଦାମ୍‌ ବହୁତ ହି କମ୍‌। ହିରୋ ଏଚଏଫ ୧୦୦ରେ ୯୭.୨ସିସିର ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୮.୩୬ ପିଏସ ପାଓ୍ଵାର ଏବଂ ୮.୦୫ ଏନଏମ ଟର୍କ ଜେନେରେଟ୍‌ କରିଥାଏ। ଯଦି ଏହାର ମାଇଲେଜ ବିଷୟରେ କହିବା ତାହେଲେ ଏହା ୭୦ ରୁ ୭୫ କିଲୋମିଟର ପ୍ରତି ଲିଟରର ମାଇଲେଜ୍‌ ଦେଇଥାଏ। ଏଥିରେ ୯.୧ ଲିଟରର ଫୁଏଲ ଟ୍ୟାଙ୍କ୍‌ ମହଜୁଦ ରହିଛି। ଦାମ୍‌ ବିଷୟରେ କହିବା ତ ଏହାର ଦିଲ୍ଲୀ ଏକ୍ସ ସୋରୁମର ପ୍ରାଇସ୍‌ ରହିଛି ୪୯,୪୦୦ ଟଙ୍କା।

bikeବଜାଜ୍‌ ସିଟି ୧୦୦

ବଜାଜ୍‌ ସିଟି ୧୦୦ରେ ୧୦୨ ସିସି କ୍ଷମତା ବିଶିଷ୍ଟ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ରହିଛି। ଯାହା ୭.୫ ବିଏଚପି ପାଓ୍ଵାର ଏବଂ ୮.୩୪ ଏନଏମ ଟର୍କ ଜେନେରେଟ କରିଥାଏ। ଏହାର ମାଇଲେଜ୍‌ ବିଷୟରେ କହିବା ତ ୭୦ ରୁ ୭୫ କିଲୋମିଟର ପ୍ରତି ଲିଟର ମାଇଲେଜ୍‌ ଦେଇଥାଏ। କମ୍ପାନୀ ନିଜର ଏଣ୍ଟ୍ରି ଲେବଲ ବାଇକ ସିଟି ୧୦୦ ର ଦାମରେ ୧,୪୯୮ ଟଙ୍କା କମ୍‌ ରହିଛି। ଏହାର ଏକ୍ସ-ଶୋରୁମ, ଦିଲ୍ଲୀ ପ୍ରାଇସ ଅନୁଯାୟୀ ୪୯,୧୫୨ ଟଙ୍କା ରହିଛି।

ବଜାଜ୍‌ ପ୍ଲାଟିନା ୧୦୦

ବଜାଜ୍‌ ପ୍ଲାଟିନା ଦୁଇଟି ଭେରିୟଣ୍ଟରେ ମହଜୁଦ ଅଛି। ଏଥିରେ ୧୦୨ ସିସିର କ୍ଷମତା ବିଶିଷ୍ଟ ସିଙ୍ଗଲ ସିଲିଣ୍ଡର ଇଞ୍ଜିନ ଦିଆଯାଇଛି। ଏହା ୭.୯ପିଏସ ପାଓ୍ଵାର ଏବଂ ୮.୩ଏନଏମ ଟର୍କ ଜେନେରେଟ୍‌ କରିଥାଏ। ଏଥିରେ ଲମ୍ବା ସିଟ୍‌ ଏବଂ ଏଲଇଡି ଡେ ଟାଇମ୍‌ ରନିଙ୍ଗ୍‌ ଲାଇଟ୍ସ ବି ରହିଛି। ଏହାବ୍ୟତୀତ ସେମି ଡିଜିଟାଲ ଆନାଲୋଗ କନସୋଲ ମଧ୍ୟ ରହିଛି। ଯଦି ଆମେ ଏହାର ଦାମ୍‌ ବିଷୟରେ କହିବା ତାହେଲେ ଏହା ୫୨,୯୧୫ ରୁ ୫୪,୬୬୯ ଟଙ୍କା ରହିଛି। ଏହି ବାଇକ ୮୦ କିଲୋମିଟର ପ୍ରତି ଲିଟର ମାଇଲେଜ ଦେଇଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.