BSNLର ଜବରଦସ୍ତ ପ୍ଲାନ, ଥରେ ରିଚାର୍ଜ କରି ମନ ଇଚ୍ଛା କଥା ହୁଅନ୍ତୁ ୨ ମାସ

ବିଏସଏନଏଲ ନିଜ ଗ୍ରାହକଙ୍କ ପାଇଁ ଅନେକ ପ୍ରିପେଡ ରିଚାର୍ଜ ପ୍ଲାନ ଲଞ୍ଚ୍‌ କରିଛି। ଯଦି ଆପଣ ୬୦ ଦିନର ଭ୍ୟାଲିଡିଟୀ ଥିବା ପ୍ଲାନ ଖୋଜୁଛନ୍ତି ତାହେଲେ ବିଏସଏନଏଲର ପୋର୍ଟଫୋଲିଓରେ ଏମିତି ଅନେକ ପ୍ଲାନ୍‌ ଆପଣଙ୍କୁ ମିଳିଯିବ। ଏହି ପ୍ଲାନରେ ୬୦ ଦିନର ବୈଧତା ସହିତ ଅନେକ ସର୍ଭିସର ଫାଇବା ମଧ୍ୟ ମିଳୁଛି। କମ୍ପାନୀ ୪୪୭ ଟଙ୍କାର ପ୍ଲାନ୍‌ ଲଞ୍ଚ୍‌ ମଧ୍ୟ କରିଛି, ଯେଉଁଥିରେ ୟୁଜର୍ସଙ୍କୁ Eros Nowର ସବସ୍କ୍ରିପସନ୍‌ ମଧ୍ୟ ମିଳୁଛି। ଏହାସହିତ ଏହି ପ୍ଲାନରେ ବିଏସଏନଏଲ ଟ୍ୟୁନ୍ସ ମଧ୍ୟ ସୁବିଧା ମଧ୍ୟ ରହିଛି। ରିଚାର୍ଜ ପ୍ଲାନରେ ୟୁଜର୍ସଙ୍କୁ ୧୦୦GB ଡାଟା ସହିତ ପ୍ରତିଦିନ ୧୦୦ ଏସଏମଏସ ଦିଆଯାଉଛି।

ଏହାସହିତ ବିଏସଏନଏଲ ପ୍ଲାନରେ ଅନଲିମିଟେଡ ଭଏସ୍‌ କଲିଙ୍ଗ୍‌ ସୁବିଧା ମଧ୍ୟ ରହିଛି ଏଥିରେ। FUP ଲିମିଟ ପୂରା ହେବା ପରେ ୟୁଜର୍ସଙ୍କୁ ୮୦କେବିପିଏସ ସ୍ପୀଡ ଡାଟା ମଧ୍ୟ ମିଳିବ। କାହିଁକିନା ଏହି ପ୍ଲାନରେ ଆପଣଙ୍କୁ ମୋଟ ୧୦୦GB ଡାଟା ମିଳୁଛି। ଏଥିପାଇଁ ଆପଣଙ୍କୁ ପ୍ରତିଦିନ ଡାଟା ପାଇଁ କୌଣସି ଚିନ୍ତା କରିବାର ଆବଶ୍ୟକତା ନାହିଁ। ଅର୍ଥାତ୍‌ ଏହି ପ୍ଲାନରେ ୟୁଜର୍ସଙ୍କୁ ବିନା କୌଣସି ଡେଲି ଲିମିଟ ଡାଟା ମଧ୍ୟ ଦିଆଯାଉଛି।

ଯଦି ଆପଣ କୌଣସି ଶସ୍ତା ପ୍ଲାନ ସନ୍ଧାନରେ ଅଛନ୍ତି ତାହେଲେ ବିଏସଏନଏଲର ୨୪୭ ଟଙ୍କିଆ ପ୍ଲାନ ଏକ ବହୁତ ଭଲ ଅପ୍ସନ ରହିବ। ଏହି ପ୍ଲାନ ୪୪୭ ଟଙ୍କା ମୁକାବିିଲାରେ ଅଧା ଫାଇଦା ମଧ୍ୟ ମିଳୁଛି।

ଏହିି ପ୍ଲାନ ମଧ୍ୟ ଦମଦାର

ବିଏସଏନଏଲ ଗ୍ରାହକଙ୍କୁ ମୋଟ ୫୦GB ଡାଟା ୨୪୭ ଟଙ୍କାରେ ମିଳୁଛି। ଏହାର ବୈଧତା ୩୦ ଦିନର ଅଟେ୧ ଏହି ପ୍ଲାନରେ ୟୁଜର୍ସକୁ ଅନଲିମିଟେଡ କଲିଙ୍ଗ୍‌ ଏବଂ ପ୍ରତିଦିନ ୧୦୦ ଏସଏମଏସ ମଧ୍ୟ ଦିଆଯାଉଛି। ପ୍ରିପେଡ୍‌ ରିଚାର୍ଜରେ ୟୂଜର୍ସଙ୍କୁ Eros Now ଏବଂ BSNL Tuneର ଫ୍ରି ସବସ୍କ୍ରିପସନ୍‌ ମଧ୍ୟ ଦିଆଯାଉଛି। ଯଦିଓ କମ୍ପାନୀ ଏହି ୨ ପ୍ଲାନକୁ ପୋର୍ଟଫୋଲିଓରେ ୬୦ ଦିନ ଏବଂ ୩୦ ଦିନର ଭ୍ୟାଲିଡିଟୀ ସହିତ ମଧ୍ୟ ଦେଉଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.