ଗ୍ୟାସ୍‌ ଯୋଗୁ ପେଟ ଅତ୍ୟଧିକ ଫୁଲି ଯାଉଛି କି? ତ ନିହାତି ଖାଆନ୍ତୁ ଏହି ୩ଟି ଜିନିଷ, ତୁରନ୍ତ ମିଳିବ ଆରାମ

ପେଟରେ ଗ୍ୟାସ୍‌ ହେଲେ ପେଟ ଫୁଲି ଯାଏ ଏବଂ ଭାରି ଭାରି ଲାଗେ। ଏହା ସାଧାରଣତଃ ଗ୍ୟାଷ୍ଟ୍ରୋଇଣ୍ଟେଷ୍ଟାଇନଲ୍‌ (GI) ରାସ୍ତାରେ ଗ୍ୟାସ୍‌ ସୃଷ୍ଟି ହେବା କାରଣରୁ ହୋଇଥାଏ। ପେଟ ଫୁଲିଯିବା ଦ୍ୱାରା ଏହା ସାମାନ୍ୟ ତୁଳନାରେ ଅଧିକ ବଡ଼ ଦେଖା ଯାଇଥାଏ। ଏହି କାରଣରୁ ପେଟରେ ସାମାନ୍ୟ କିମ୍ବା ପ୍ରବଳ ଯନ୍ତ୍ରଣା ମଧ୍ୟ ଅନୁଭବ ହୁଏ। ଶରୀରରେ ପାଣିର ଅଭାବ କାରଣରୁ ମଧ୍ୟ ଫୁଲା ସମସ୍ୟା ଦେଖା ଯାଇପାରେ। ‘ବ୍ଲୋଟିଂ’ ଖାସ୍‌ କରି ସେହି ସମୟରେ ହୋଇଥାଏ, ଯେତେବେଳେ ପେଟ କିମ୍ବା ଅନ୍ତଃନଳୀରେ ଅତ୍ୟଧିକ ଗ୍ୟାସ୍ ସୃଷ୍ଟି ହୁଏ। ଭୋଜନ ପରେ ପେଟ ଫୁଲିଗଲେ, ଏହା ସାଧାରଣତଃ ଆପେ କମିଯାଏ। କିନ୍ତୁ ଯଦି ଏହା ସମୟ ନେଉଛି, ତେବେ ଆପଣଙ୍କୁ ତୁରନ୍ତ ଏହାର ଉପଚାର କରେଇ ନେବା ଉଚିତ। କାହିଁକି ନା, ଏହା ଆପଣଙ୍କୁ ଅସୁବିଧାରେ ପକାଇପାରେ। ଏଠି ଆମେ ଆପଣଙ୍କୁ ଏପରି କିଛି ଘରୋଇ ଉପଚାର ବିଷୟରେ କହିବୁ, ଯାହା ଆପଣଙ୍କୁ ଜଲ୍‌ଦି ଆରାମ ଦେଇପାରେ।

ବ୍ଲୋଟିଂର ଘରୋଇ ଉପଚାର

ଜୁଆଣୀ: ଜୁଆଣୀ ଖାଇବା ଦ୍ୱାରା ନା କେବଳ ଥଣ୍ଡା ଏବଂ କାଶରୁ ଆରାମ ମିଳିଥାଏ, ବରଂ ଏହା ହଜମ ପ୍ରକ୍ରିୟା ପାଇଁ ମଧ୍ୟ ବହୁତ ପ୍ରଭାବଶାଳୀ ହୋଇଥାଏ। ଗରମ ପାଣି ସହିତ ଜୁଆଣୀ ଖାଇବା ଦ୍ୱାରା ପେଟରେ ଗ୍ୟାସ୍ ହୁଏ ନାହିଁ ଏବଂ ପେଟ ମଧ୍ୟ ଫୁଲେ ନାହିଁ।

ଧନିଆ: ଅନେକ ଲୋକ ଚା’ରେ ଧନିଆ ପକାଇ ପିଇ ଥାଆନ୍ତି। ଯେପରି ଚା’ ଯୋଗୁ ସେମାନଙ୍କୁ ଏସିଡିଟି ନ ହେବ। ଖାଇବା ପରେ ଧନିଆ ଖାଇବା ଦ୍ୱାରା ଏସିଡିଟି ହୁଏ ନାହିଁ। ଯଦି ଆପଣଙ୍କର ଗ୍ୟାସ୍ ସମସ୍ୟା ଅଛି, ତା’ ହେଲେ ଖାଇବା ପରେ ଧନିଆ ଖାଇବାର ଅଭ୍ୟାସ କରନ୍ତୁ। ଏଥିରେ ଆପଣଙ୍କୁ ଆରାମ ମିଳିବ।

ବଡ଼ ଗୁଜୁରାତି/ଅଳେଇଚ: ଗୁଜୁରାତି ଖାଇବା ଦ୍ୱାରା ନା କେବଳ ପାଟିର ଗନ୍ଧ ଦୂର ହୁଏ, ବରଂ ଏହା ପାଚନ କ୍ରିୟାରେ ମଧ୍ୟ ସହାୟକ ହୋଇଥାଏ। ବଡ଼ ଗୁଜୁରାତିର ପାଣି ପିଇବା ଦ୍ୱାରା ପେଟରେ ଗ୍ୟାସ ସୃଷ୍ଟି ହୁଏ ନାହିଁ। ଯଦି ଆପଣ ବାରମ୍ବାର ବାନ୍ତି କରୁଛନ୍ତି, ତା’ ହେଲେ ଏହା ସେହି ସମସ୍ୟାକୁ ମଧ୍ୟ ଦୂର କରିଦେବ।

ପୋଦିନା: ଗ୍ୟାସରୁ ଆରାମ ପାଇବା ପାଇଁ ଆପଣ କେବେ ନା କେବେ ନିଶ୍ଚିତ ଭାବରେ ପୋଦିନ୍‌ ହରା ଔଷଧ ଖାଇଥିବେ। ବାସ୍ତବରେ ପୋଦିନା ପେଟକୁ ଥଣ୍ଡା ରଖିବାରେ ସାହାଯ୍ୟ କରିଥାଏ। ଏଥିପାଇଁ ଅତ୍ୟଧିକ ମସଲାଯୁକ୍ତ କିମ୍ବା ତେଲଯୁକ୍ତ ଖାଦ୍ୟ ଖାଇବା ପରେ ଆପଣ ପୋଦିନା ପାଣି ନିଶ୍ଚୟ ପିଅନ୍ତୁ। ଏହାଦ୍ୱାରା ଆପଣଙ୍କ ପେଟକୁ ଆରାମ ମିଳିବ ଏବଂ ବ୍ଲୋଟିଂ ସମସ୍ୟା ମଧ୍ୟ ଉପୁଜିବନି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.