DRDO ରେ ବିଭିନ୍ନ ପଦବୀ ପଡିଛି ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ରକ୍ଷା ଅନୁସନ୍ଧାନ ଏବଂ ବିକାଶ ସଂଗଠନ(DRDO)ର ଗ୍ୟାସ୍‌ ଟରବାଇନ ରିସର୍ଚ୍ଚ ସଂଗଠନରେ ଅପାରଣ୍ଟିସରେ ବିଭିନ୍ନ ପଦବୀ ଖାଲିପଡିଛି। ଯେଉଁ ପ୍ରାର୍ଥୀ ଇଚ୍ଛୁକ ଏବଂ ଯୋଗ୍ୟ, ସେମାନେ ଅଫିସିଆଲ ୱେବସାଇଟକୁ ଯାଇ ଆବେଦନ କରିପାରିବେ। ଅଧିକ ଜାଣିବା ପାଇଁ ଅଫିସିଆଲ ୱେବସାଇଟ mhrdnats.gov.in କିମ୍ବା apprenticeshipindia.gov.in କୁ ଯାଇ ନୋଟିଫିକେସନ ପଢିପାରିବେ।

ପଦବୀ ବିବରଣୀ: ୧୫୦

ଶିକ୍ଷାଗତ ଯୋଗ୍ୟତା: ଏଥିରେ ଭର୍ତ୍ତି ପାଇଁ ଆବେଦନକାରୀ ସ୍ନାତକ, ଡିପ୍ଲୋମା ଏବଂ ଆଇଟିଆଇ ଟ୍ରେଡରେ ଡିପ୍ଲୋମା କରିଥିବା ଜରୁରୀ। ପ୍ରାର୍ଥୀଙ୍କ ଚୟନ ଏକାଡେମିକ ମେରିଟ, ଲିଖିତ ପରୀକ୍ଷା, ସାକ୍ଷାତକାର ଏବଂ ଡକ୍ୟୁମେଣ୍ଟେସନ ଆଧାରରେ କରାଯିବ।

ଜରୁରୀ ତାରିଖ: ଆବେଦନ କରିବାର ଶେଷ ତାରିଖ ମାର୍ଚ୍ଚ ୧୪ ରହିଛି। ସର୍ଟଲିଷ୍ଟ ହୋଇଥିବା ପ୍ରାର୍ଥୀଙ୍କ ସାକ୍ଷାତକାର ଏବଂ ଲିଖିତ ପରୀକ୍ଷା ତାରିଖ ୨୫ ମାର୍ଚ୍ଚ ୨୦୨୨ ରହିଛି।

କେମିତି କରିବେ ଆବେଦନ :

ପ୍ରଥମେ ପ୍ରାର୍ଥୀ ଅଫିସିଆଲ ୱେବସାଇଟ mhrdnat.gov.in କିମ୍ବା apprenticeshipindia.gov.in କୁ ଯାଆନ୍ତୁ।

ତା’ ପରେ ହୋମ ପେଜରେ ଅପାରଣ୍ଟିସ ପଦବୀ ଭର୍ତ୍ତି ପାଇଁ ଯେଉଁ ଲିଙ୍କ ଥିବ ସେଥିରେ କ୍ଲିକ କରନ୍ତୁ।

ନିଜର ସବିଶେଷ ବିବରଣୀ ପୂରଣ କରିବା ପରେ ସବମିଟ୍‌ କରନ୍ତୁ।

ନିଜ ଆଇଡି ଏବଂ ପାସଓ୍ଵାର୍ଡ ମାଧ୍ୟମରେ ଲଗ୍‌ଇନ୍‌ କରନ୍ତୁ। ତା’ ପରେ ସବୁ ଡକ୍ୟୁମେଣ୍ଟ ଅପଲୋଡ କରନ୍ତୁ। ସବୁ ଭରିବା ପରେ ସବ୍‌ମିଟ୍‌ ବଟନ କ୍ଲିକ କରନ୍ତୁ। ଫର୍ମର ଏକ କପି ଡାଉନଲୋଡ କରି ନିଜ ପାଖରେ ରଖନ୍ତୁ।

Also Read : BSNL ରେ ଚାକିରି ପାଇବାର ସୁବର୍ଣ୍ଣ ସୁଯୋଗ, ଦେବାକୁ ପଡିବନି କୌଣସି ଆବେଦନ ଶୁଳ୍କ

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.