ମାରୁତି ସୁଜୁକି ଉପରେ ୨୦୦ କୋଟି ଟଙ୍କାର ଜରିମାନା ଲଗାଇଲା CCI, ଜରିମାନା ଭରିବାକୁ ମିଳିଛି ମାତ୍ର ୬୦ ଦିନ

ଭାରତର ସବୁଠୁ ବଡ଼ କାର୍‌ ନିର୍ମାଣକାରୀ କମ୍ପାନୀ ମାରୁତି ସୁଜୁକିକୁ ବଡ ଝଟକା ଲାଗିଛି । କମ୍ପିଟସନ କମିଶନ ଅଫ୍‌ ଇଣ୍ଡିଆ( ସିସିଆଇ) ଡିଲର ଡିସ୍କାଉଣ୍ଟ ପଲିସ୍‌ ଅନୁସାରେ ୨୦୦କୋଟି ଟଙ୍କାର ଜରିମାନା ଲଗାଇଛି । ସିସିଆଇ ମାରୁତି ସୁଜୁକିକୁ ଡିଲର ଡିସ୍କାଉଣ୍ଟ ସମ୍ୱନ୍ଧିତ ଆଣ୍ଟି-କମ୍ପିଟିଟିଭ୍‌ ପ୍ରାକ୍ଟିସ୍‌କୁ ବନ୍ଦ କରିବା ଓ ରୋକିବା ପାଇଁ କହିଛି । ମାରୁତି ସୁଜୁକିକୁ ଏହି ଜରିମାନା ଭରିବା ପାଇଁ ୬୦ ଦିନର ସମୟ ମିଳିଛି ବୋଲି ଖବର ମିଳିଛି।

ରଏଟର୍ସର ରିପୋର୍ଟ ଅନୁସାରେ , ୨୦୧୯ରୁ ହିଁ ସିସିଆଇ ଅଭିଯୋଗ ଉପରେ ଧ୍ୟାନ ଦେବା ଆରମ୍ଭ କରିଥିଲା । ମାରୁଜି ସୁଜୁକି ଉପରେ ଅଭିଯୋଗ ହୋଇଥିଲା ଯେ, କମ୍ପାନୀ ନିଜର ଡିଲରଙ୍କୁ ତାଙ୍କ ଦ୍ୱାରା ଦିଆଯାଉ ଥିବା ରିହାତିକୁ ସୀମିତ କରୁଛି । ଯେଉଁଥିରେ ଗ୍ରାହକଙ୍କର କ୍ଷତି ହୋଇଥାଏ। ଏହାସହ ଏହା ଡିଲରଙ୍କ ମଧ୍ୟରେ ପରସ୍ପର ପ୍ରତିଯୋଗିତାକୁ ବି ପ୍ରଭାବିତ କରିଥାଏ ।

ସୂଚନାଯୋଗ୍ଯ, ସିସିଆଇ ଯାଞ୍ଚ ଆଧାରରେ ଏକ ଆଦେଶ ଜାରି କରିଛି। ଯେଉଁଥିରେ ମାରୁତି ଏହି ପ୍ରକାର କାମ ବନ୍ଦ କରିବା ପାଇଁ କୁହାଯାଇଛି। ଏହାସହିତ କମ୍ପାନୀ ଉପରେ ଲାଗିଥିବା ଜରିମାନାକୁ ୬୦ ଦିନରେ ଭରିବାକୁ କୁହାଯାଇଛି।

ମାରୁତି ସୁଜୁକି ଜୁଲାଇ ମାସର ପ୍ରଡକ୍ସନରେ ୫୮ ପ୍ରତିଶତ ବଢିଛି। ମାରୁତି ଜୁଲାଇରେ ୧,୭୦,୭୧୯ ୟୁନିଟର ପ୍ରଡକ୍ସନ କରିଛି। ସେହିପରି ଗତ ବର୍ଷ କଥା କହିବା, କମ୍ପାନୀ ଜୁଲାଇରେ ୨୦୨୦ରେ ୧,୦୭,୬୮୭ ୟୁନିଟ ପ୍ରଡକ୍ସନ କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.