ଚଳିତ ମାସରେ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇବେ କେନ୍ଦ୍ର ସରକାର, ଜାଣନ୍ତୁ କିପରି ପାଇବେ ଲାଭ

ଏହି ମାସରେ କେନ୍ଦ୍ର ସରକାର କୃଷକଙ୍କ ଆକାଉଣ୍ଟକୁ ୪୦୦୦ ଟଙ୍କା ପଠାଇପାରନ୍ତି । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କୃଷକଙ୍କୁ ୪ ହଜାର ଟଙ୍କା ମିଳିବାର ସୁଯୋଗ ରହିଛି । ନିକଟରେ ସରକାର କୃଷକଙ୍କୁ ଖାତାକୁ ୨୦୦୦ ଟଙ୍କା ଟ୍ରାନ୍ସଫର କରିଥିଲେ । ଯଦି ଆପଣ ବି ଏହି ସୁବିଧାର ଲାଭ ଉଠାଇବାକୁ ଚାହୁଁଛନ୍ତି, ତେବେ ରେଜିଷ୍ଟ୍ରେସନ କରିଦିଅନ୍ତୁ । କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ବର୍ତ୍ତମାନ ସୁଦ୍ଧା ୯ କୋଟିରୁ ଅଧିକ କୃଷକ ରେଜିଷ୍ଟ୍ରେସନ କରିଛନ୍ତି ।

ତେବେ ଆପଣ ପିଏମ କିଷାନ ଯୋଜନାର ୱେବସାଇଟ୍ pmkisan.gov.inକୁ ଯାଇ ଏହି ଫର୍ମ ପୂରଣ କରିପାରିବେ । ରେଜିଷ୍ଟ୍ରେସନ କରିବା ପରେ ସରକାରଙ୍କ ପକ୍ଷରୁ ଆପଣଙ୍କ ଖାତାକୁ ଟଙ୍କା ଆସିବା ଆରମ୍ଭ ହେବ । ଏପରି ଅନେକ କୃଷକ ଅଛନ୍ତି ଯେଉଁମାନଙ୍କୁ ୨୦୦୦ ଟଙ୍କାର ଏହି ସହାୟତା ମିଳିନାହିଁ, କାହିଁକି ନା ସେମାନେ ଏହି ଯୋଜନାରେ ରେଜିଷ୍ଟ୍ରେସନ କରିନଥିଲେ । ଏଭଳି ପରିସ୍ଥିତିରେ ଯଦି କୌଣସି କୃଷକ ଚାହାନ୍ତି, ତେବେ ୩୦ ଜୁନ୍ ସୁଦ୍ଧା ରେଜିଷ୍ଟ୍ରେସନ କରିପାରନ୍ତି । ଏହାକୁ ମଞ୍ଜୁରି ମିଳିବା ମାତ୍ରେ ଅପ୍ରେଲ-ଜୁଲାଇର କିସ୍ତି ଜୁଲାଇରେ ମିଳିଯିବ ଓ ଅଗଷ୍ଟର ନୂଆ କିସ୍ତି ଆକାଉଣ୍ଟରେ ଆସିଯିବ । ଅର୍ଥାତ୍ ଆପଣ ଦୁଇଟି କିସ୍ତିର ଲାଭ ଉଠାଇପାରିବେ ।

ଜାଣନ୍ତୁ କିପରି କରିବେ ରେଜିଷ୍ଟ୍ରେସନ ?

ଆପଣଙ୍କୁ ପ୍ରଥମେ ପିଏମ କିଷାନ ୱେବସାଇଟ pmkisan.gov.inକୁ ଯିବାକୁ ପଡିବ ।

ଏଥିରେ ଆପଣଙ୍କୁ Farmers Corner ଅପସନକୁ କ୍ଲିକ୍ କରିବାକୁ ପଡିବ ।

ଏବେ ଆପଣଙ୍କୁ New Farmer Registration ବିକଳ୍ପ ଉପରେ କ୍ଲିକ୍ କରିବାକୁ ପଡିବ ।

ନୂଆ ଟ୍ୟାବ୍ ଖୋଲିବ, ଯେଉଁଥିରେ ଆଧାର ନମ୍ବର ଓ କ୍ୟାପଚର କୋଡ ଦେବାକୁ ପଡିବ ।

ଏବେ ଆପଣଙ୍କୁ ନିଜର ତଥ୍ୟ ଓ ଜମିର ବିବରଣୀ ଦେବାକୁ ପଡିବ ।

ସମସ୍ତ ସୂଚନା ଦେବା ପରେ ସବମିଡ ବଟନ୍ ଉପରେ କ୍ଲିକ୍ କରିବାକୁ ପଡିବ ।

ଯଦି କୌଣସି ଚାଷୀ ଜୁନରେ ରେଜିଷ୍ଟ୍ରେସନ କରୁଛି, ତେବେ ପ୍ରଥମ କିସ୍ତି ଜୁଲାଇରେ ମିଳିବ । ଆଗାମୀ କିସ୍ତି ବି ମିଳିବ, ଯାହାକୁ ସରକାର ଅଗଷ୍ଟରେ ଦେବାକୁ ଯାଉଛନ୍ତି । ଏହାର ଅର୍ଥ ପିଏମ କିଷାନ ଯୋଜନରେ ଦ୍ୱିଗୁଣ ଲାଭ ମିଳିବ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.