Below header

୮୦ କୋଟି ଲୋକଙ୍କୁ ଦୀପାବଳି ଭେଟି: ଆଉ ୫ ବର୍ଷ ମିଳିବ ମାଗଣା ରାସନ, ଘୋଷଣା କଲେ ପିଏମ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ ୮୦ କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର ଦେଇଛନ୍ତି । ପୁଣି ବଢ଼ିଲା କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର ।

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଲେ ୮୦ କୋଟି ଗରିବ ଲୋକଙ୍କୁ ଦୀପାବଳି ଉପହାର । ପୁଣି ବଢ଼ିଲା କେନ୍ଦ୍ର ସରକାରଙ୍କ ମାଗଣା ରାସନ ଯୋଜନା ଅବଧି । ଆହୁରି ୫ବର୍ଷ ଯାଏଁ ମାଗଣାରେ ରାସନ ଯୋଗାଇବେ କେନ୍ଦ୍ର ସରକାର । ଏହି ଯୋଜନା ଅଧୀନରେ ଦେଶର କୋଟି କୋଟି ଗରିବ ଲୋକ ଉପକୃତ ହେବାକୁ ଯାଉଛନ୍ତି । ଦୀପାବଳିର ଗୋଟିଏ ସପ୍ତାହ ପୂର୍ବରୁ ଛତିଶଗଡ ରାଲିରେ ଏହି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଯୋଜନାରେ ଦେଶର ୮୦କୋଟି ଗରିବ ଶ୍ରେଣୀର ଲୋକ ଲାଭବାନ ହେବେ ।

ଚଳିତ ମାସରେ ଛତିଶଗଡରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି । ୯୦ ସିଟ୍ ବିଶିଷ୍ଟ ଛତିଶଗଡ ବିଧାନସଭା ପାଇଁ ଭୋଟ୍ ନଭେମ୍ବର ୭ ଏବଂ ନଭେମ୍ବର ୧୭ ରେ ଦୁଇଟି ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଯାଉଛି । ଏଭଳି ପରିସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଘୋଷଣା ଆଗାମୀ ନିର୍ବାଚନକୁ ଦୃଷ୍ଟିରେ ରଖି କରାଯାଇଥିବା କୁହାଯାଉଛି । କରୋନା ମହାମାରୀ ପରେ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଆରମ୍ଭ କରିଥିଲେ। କରୋନା ମହାମାରୀ ପରେ ଲକଡାଉନ୍ ସମେତ ଅନେକ କଠୋର ପ୍ରତିବନ୍ଧକ ଲଗାଯାଇଥିଲା। ଏହି କାରଣରୁ ଲୋକଙ୍କ ଜୀବିକା ପ୍ରଭାବିତ ହୋଇଥିଲା। ବିଶେଷକରି ଗରିବ ଲୋକ ଖାଦ୍ୟ ଓ ପାନୀୟ ସଙ୍କଟର ସମ୍ମୁଖୀନ ହୋଇଥିଲେ।

ଏଭଳି ପରିସ୍ଥିତିରେ ପିଏମ ମୋଦିଙ୍କ ନେତୃତ୍ୱରେ କେନ୍ଦ୍ର ସରକାର ଦାରିଦ୍ର୍ୟ ସୀମାରେଖା ତଳେ ଥିବା ଲୋକଙ୍କୁ ସାହାଯ୍ୟ କରିବା ପାଇଁ ମାଗଣା ରେସନ ଯୋଜନା ଆରମ୍ଭ କରିଥିଲେ। କୁହାଯାଉଛି ଯେ ଦେଶର ୮୦ କୋଟି ଲୋକ ଏହି ଯୋଜନାର ସୁଯୋଗ ନେଉଛନ୍ତି। ଏହି ଯୋଜନା ଅଧୀନରେ ହିତାଧିକାରୀମାନେ ପାଞ୍ଚ କିଲୋଗ୍ରାମ ଗହମ କିମ୍ବା ଚାଉଳ ପାଆନ୍ତି । କେନ୍ଦ୍ର ସରକାର ପ୍ରଥମେ ଏହାକୁ ୩୦ ଜୁନ୍ ୨୦୨୦ ରେ ଆରମ୍ଭ କରିଥିଲେ । ଏହା ପରେ ଏହାକୁ ଅନେକ ଥର ବୃଦ୍ଧି କରାଯାଇଛି । ବର୍ତ୍ତମାନ ଏହି ଯୋଜନା ଡିସେମ୍ବର ୨୦୨୩ ଅର୍ଥାତ୍ ଆସନ୍ତା ମାସରେ ଶେଷ ହେବାକୁ ଯାଉଥିଲା । ଯାହାକୁ କି ପୁଣି ଆଉ ୫ ବର୍ଷ ପାଇଁ ବଢାଇଛନ୍ତି ନରେନ୍ଦ୍ର ମୋଦି ସରକାର ।

ପ୍ରଧାନମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଅନେକ ଲୋକ କାମ ପାଇଁ ବାହାରକୁ ଯାଆନ୍ତି, ଏଥିପାଇଁ ବିଜେପି ସରକାର ଏପରି ବ୍ୟବସ୍ଥା କରିଛନ୍ତି ଯେ, ଯଦି ଆପଣ ଦେଶର କୌଣସି ଅଞ୍ଚଳକୁ ଯାଆନ୍ତି, ସେଠାରେ ବି ଆପଣ ମାଗଣା ରାସନ ପାଇ ପାରିବେ । ସେଥିପାଇଁ ମୋଦି ଆପଣଙ୍କୁ ୱାନ ନେସନ-ୱାନ ରେସନ କାର୍ଡର ସୁବିଧା ଦେଇଛନ୍ତି। ରାସନ କାର୍ଡ ତାଲିକାରେ ନାମ ଯାଞ୍ଚ କରିବାକୁ ଆପଣଙ୍କୁ ଖାଦ୍ୟ ଯୋଗାଣ ବିଭାଗର ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରିବାକୁ ପଡ଼ିବ। ଏହା ପରେ, ୱେବସାଇଟର ମେନ୍ ପେଜ୍‌ରେ ଲୋକଙ୍କୁ ରାସନ କାର୍ଡ ରିପୋର୍ଟର ବିକଳ୍ପ ଉପରେ କ୍ଲିକ୍ କରିବାକୁ ହେବ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.