ମନ ପସନ୍ଦର ତରକାରୀ ହେଲାନି ବୋଲି ମା’ ପୁଅଙ୍କ ମଧ୍ୟରେ କଳି, ମା’ ବିଷ ଖାଇଲା ତ ପୁଅ ଫାଶୀ ଲଗାଇଲା

ଘରୁକୁ ଆସିବା ନେଇ ପୁଅ ମା’କୁ ମନ ପସନ୍ଦର ତରକାରୀ ରାନ୍ଧିବା ପାଇଁ କହିଥିଲେ । କିନ୍ତୁ ମା’ ଘରେ ପୂର୍ବରୁ ତରକାରୀ କରିଦେଇଥିବାରୁ ଆଉ ରାନ୍ଧିବାକୁ ମନା କରିଦେଇଥିଲେ । ଏହି କଥାକୁ ନେଇ ମା’ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା । ଉତ୍ତର ପ୍ରଦେଶ ଜଲୌନାର ଉରଇ କୋତିଓ୍ଵାଲି ଅଞ୍ଚଳରେ ଘଟିଛି ଏଭଳି ହୃଦୟସ୍ପର୍ଶୀ ଘଟଣା ।

ତରକାରୀ ଯୋଗୁଁ ଆତ୍ମହତ୍ୟା କଲେ ମା’ ପୁଅ । ଉତ୍ତର ପ୍ରଦେଶ ଜଲୌନାର ଉରଇ କୋତିଓ୍ଵାଲି ଅଞ୍ଚଳରେ ଘଟିଛି ଏଭଳି ହୃଦୟସ୍ପର୍ଶୀ ଘଟଣା । ଘଟଣା ପରେ ସ୍ଥାନୀୟ ପୋଲିସ ମା’ ପୁଅଙ୍କ ମୃତଦେହକୁ ବ୍ୟବଚ୍ଛେଦ ପାଇଁ ପଠାଇଛି । ପୋଲିସ ଏହି ମାମଲାରେ ଅଧିକ ଯାଞ୍ଚ କରୁଛି । ଖାଇବାକୁ ନେଇ ମା’ ପୁଅଙ୍କ ମଧ୍ୟରେ ଝଗଡା ଲାଗିବା ଯୋଗୁଁ ଏହି କାଣ୍ଡ ଘଟିଛି ।

ଖବର ମୁତାବକ, ୫୫ ବର୍ଷୀୟ ବେବି ଚୌହ୍ଵାନ ସରକାରୀ ଚାକିରି କରନ୍ତି । ଶନିବାର ଅଫିସ ଛୁଟି ଥିବା ଯୋଗୁଁ ମହିଳା ଜଣକ ଘରେ ଖାଦ୍ୟ ପ୍ରସ୍ତୁତ କରିଥିଲେ । ମହିଳାଙ୍କ ୨୮ ବର୍ଷୀୟ ପୁଅ ଦିଗବିଜୟ ଝାନସୀରୁ ଘରୁକୁ ଫେରୁଥିଲେ । ଘରୁକୁ ଆସିବା ନେଇ ପୁଅ ମା’କୁ ମନ ପସନ୍ଦର ତରକାରୀ ରାନ୍ଧିବା ପାଇଁ କହିଥିଲେ । କିନ୍ତୁ ମା’ ଘରେ ପୂର୍ବରୁ ତରକାରୀ କରିଦେଇଥିବାରୁ ଆଉ ରାନ୍ଧିବାକୁ ମନା କରିଦେଇଥିଲେ । ଏହି କଥାକୁ ନେଇ ମା’ ପୁଅଙ୍କ ମଧ୍ୟରେ ଝଗଡା ହୋଇଥିଲା ।

ତେବେ ଘରେ ବିବାଦ ଏତେ ମାତ୍ରାରେ ବଢିଯାଇଥିଲା ଯେ, ଘରେ ଥିବା ବିଷାକ୍ତ ଖାଦ୍ୟକୁ ମହିଳା ଜଣକ ଖାଇଦେଇଥିଲେ । ମହିଳା ଜଣକ ବିଷ ଖାଇବା ଯୋଗୁଁ ଘରେ ଅଚେତ ହୋଇ ତଳେ ପଡିଯାଇଥିଲେ । ମା’କୁ ଏଭଳି ତଳେ ପଡିବା ଦେଖି ପୁଅ ନିଜ ଭୁଲ ଭାବି ଫାଶୀ ଲଗାଇଦେଇଥିଲା ।

ତେବେ ପଡୋଶୀ ପାଟିତୁଣ୍ଡ ଶୁଣି ଘରକୁ ଆସିବା ପରେ ଏଭଳି ଘଟଣା ଦେଖିବାକୁ ପାଇଥିଲେ । ତୁରନ୍ତ ପୋଲିସକୁ ଫୋନ କରି ସେମାନଙ୍କୁ ହସପିଟାଲରେ ଆଡମିଟ୍‌ କରିଥିଲେ । ହେଲେ ଡାକ୍ତର ଉଭୟେଙ୍କ ମୃତ ଘୋଷଣା କରିଥିଲେ । ଏହି ଘଟଣାରେ ସ୍ଥାନୀୟ ଅଞ୍ଚଳରେ ହଡକମ୍ପ ସୃଷ୍ଟି କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହକୁ ଜବତ କରିବା ସହିତ ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଉ ମାମଲାର ତଦନ୍ତ କରୁଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.