୪୫୦ ଟଙ୍କାରେ ଗ୍ୟାସ ଦେବେ ରାଜ୍ୟ ସରକାର, ଜାଣନ୍ତୁ କେମିତି ମିଳିବ ଫାଇଦା

ଏଣିକି ମାତ୍ର ୪୫୦ ଟଙ୍କାରେ ମିଳିପାରିବ ଗ୍ୟାସ ସିଲିଣ୍ଡର ।ଏହାବ୍ୟତୀତ ରାକ୍ଷୀ ପାଇଁ ଆକାଉଣ୍ଟକୁ ୨୫୦ ଟଙ୍କା ମଧ୍ୟ ପଠାଇବେ ସରକାର ।

୪୫୦ ଟଙ୍କାରେ ମିଳିବ ଗ୍ୟାସ। ସିଲିଣ୍ଡରର ଦାମ୍ ସାରା ଦେଶବାସୀଙ୍କ ମୁଣ୍ଡବିନ୍ଧାର କାରଣ ପାଲଟି ଥିବାବେଳେ ଏବେ ଆସିଛି ଏକ ବଢିଆ ଖବର। ରୋଷେଇ ଗ୍ୟାସ ସିଲିଣ୍ଡରର ଦାମ୍ କୁ କମାଇ ଲୋକଙ୍କ ପାଇଁ ଖୁସି ଖବର ଆଣିଛନ୍ତି ସରକାର। ରାକ୍ଷୀ ଅବସରରେ ଏହି ଘୋଷଣା ହେଇଥିବାର ଶୁଣିବାକୁ ମିଳୁଛି । ମଧ୍ୟପ୍ରଦେଶରେ ମୁଖ୍ୟମନ୍ତ୍ରୀ ଏହି ସମସ୍ୟାକୁ ଦୂର କରିବା ପାଇଁ ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ମାତ୍ର ୪୫୦ ଟଙ୍କାରେ ମିଳିପାରିବ ଗ୍ୟାସ ସିଲିଣ୍ଡର ।ଏହାବ୍ୟତୀତ ରାକ୍ଷୀ ପାଇଁ ଆକାଉଣ୍ଟକୁ ୨୫୦ ଟଙ୍କା ମଧ୍ୟ ପଠାଇବେ ସରକାର ।

ଆସନ୍ତା ସେପ୍ଟେମ୍ବର-ଅକ୍ଟୋବର ମାସରେ ଯଥାକ୍ରମେ ୧୦୦୦ ଏବଂ ୧୨୫୦ ଟଙ୍କା ସରକାରଙ୍କ ତରଫରୁ ଆକାଉଣ୍ଟକୁ ପଠାଇ ଦିଆଯିବ । ସେହିପରି ବିଜୁଳି ବିଲକୁ ନେଇ ମଧ୍ୟ ଏକ ବଡ଼ ଆଶ୍ୱସ୍ତି ଦେଇଛନ୍ତି ମଧ୍ୟପ୍ରଦେଶ ସରକାର।

ବଢ଼ିଥିବା ବିଜୁଳି ବିଲ୍ ଆଦାୟ ହେବନାହିଁ ବୋଲି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ । ସେପ୍ଟେମ୍ବରରେ ବର୍ଦ୍ଧିତ ବିଜୁଳି ବିଲ୍ ଶୂନ୍ୟ ହୋଇଛି । ଆଉ ଏହାପରେ ଗରିବ ଭଉଣୀଙ୍କ ବିଜୁଳି ବିଲ୍ ପ୍ରତିମାସରେ ୧୦୦ ଟଙ୍କା ଆସିବ ତାହାର ବ୍ୟବସ୍ଥା କରାଯିବ । ମୁଖ୍ୟମନ୍ତ୍ରୀ ଆହୁରି ଏକ ବଡ଼ ଘୋଷଣା କରିଛନ୍ତି ଯେ, ‘ସରକାରୀ ପଦ ପଦବୀରେ ନିଯୁକ୍ତି ପାଇଁ ୩୫% ମହିଳାଙ୍କ ସଂରକ୍ଷିତ ରହିବ । ସେହିଭଳି ଯେଉଁ ଭଉଣୀଙ୍କ ପାଖରେ ରହିବାକୁ ଜମି ନାହିଁ ତାଙ୍କୁ ସରକାର ମାଗଣାରେ ଜମି ଦେବେ । ମୁଖ୍ୟମନ୍ତ୍ରୀ ଆବାସ ଯୋଜନା ତିଆରି କରି ଘରର ବନ୍ଦୋବସ୍ଥ କରାଯିବ ।’

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.