ଦୀପାବଳି ପୂର୍ବରୁ ମହଙ୍ଗା ମାଡ଼, ପୁଣି ୨୬୬ ଟଙ୍କା ବଢିଲା LPG ଦାମ୍

ଦୀପାବଳି ପୂର୍ବରୁ ନଭେମ୍ବର ମାସ ପହିଲାରୁ ଆରମ୍ଭ ହୋଇଛି ମହଙ୍ଗା ମାଡ । ସାଧାରଣ ଗ୍ରାହକ ଏବେ ଚିନ୍ତାରେ। ଖାସ କରି ଏଲପିଜି ଗ୍ୟାସ ସିଲିଣ୍ଡରର ମୂଲ୍ୟ ଆଜି ୨୬୬ ଟଙ୍କା ବୃଦ୍ଧି କରାଯାଇଛି । ଏହି ବୃଦ୍ଧି କେବଳ କର୍ମସିଆଲ ସିଲିଣ୍ଡରରେ ଘଟିଛି ।
ଘରୋଇ ଏଲପିଜି ସିଲିଣ୍ଡରର ମୂଲ୍ୟରେ କୌଣସି ପରିବର୍ତ୍ତନ ହୋଇନାହିଁ । ଏହି ବୃଦ୍ଧି ପରେ ବର୍ତ୍ତମାନ ଦିଲ୍ଲୀର କର୍ମସିଆଲ ସିଲିଣ୍ଡର ୨୦୦୦ ଟଙ୍କା ଅତିକ୍ରମ କରିଛି । ଏହା ପୂର୍ବରୁ ଏହା ୧୭୩୩ ଟଙ୍କା ଥିଲା । ୧୬୮୩ ଟଙ୍କାରେ ମୁମ୍ବାଇରେ ୧୯ କିଲୋଗ୍ରାମ ସିଲିଣ୍ଡର ବର୍ତ୍ତମାନ ୧୯୫୦ ଟଙ୍କାରେ ଉପଲବ୍ଧ ହେବ । ଏଥି ସହିତ, ବର୍ତ୍ତମାନ କୋଲକାତାରେ ୧୯ କିଲୋଗ୍ରାମ ଇଣ୍ଡେନ ଗ୍ୟାସ ସିଲିଣ୍ଡର ୨୦୩୭.୫୦ ଟଙ୍କା ହୋଇଛି । ଚେନ୍ନାଇରେ ବର୍ତ୍ତମାନ ୧୯ କିଲୋଗ୍ରାମ ସିଲିଣ୍ଡରର ମୂଲ୍ୟ ୨୧୩୩ ଟଙ୍କାରେ ମିଳିବ।
LPG prices for commercial cylinders increased by Rs 266 from today onwards. Commercial cylinders of the 19 kg in Delhi will cost Rs 2000.50 from today onwards which was costing Rs 1734 earlier. No increase in domestic LPG cylinders.
— ANI (@ANI) November 1, 2021
ତେବେ ଘରୋଇ LPG ସିଲିଣ୍ଡରରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ଦିଲ୍ଲୀରେ ୧୪.୨ କିଲୋଗ୍ରାମ ଅଣ ସବସିଡିଯୁକ୍ତ ଗ୍ୟାସ ସିଲିଣ୍ଡର ମାତ୍ର ୮୯୯.୫୦ଟଙ୍କାରେ ଉପଲବ୍ଧ ହେଉଛି । ସୂଚନା ଥାଉ କି, ଅକ୍ଟୋବର ୬ ରେ ଏହାର ମୂଲ୍ୟ ବୃଦ୍ଧି କରାଯାଇଥିଲା ।
ଏଥିସହିତ, ଅକ୍ଟୋବର ୧ ରେ କେବଳ ୧୯ କିଲୋଗ୍ରାମ କର୍ମସିଆଲ ସିଲିଣ୍ଡରର ମୂଲ୍ୟ ବୃଦ୍ଧି କରାଯାଇଥିଲା । କୋଲକାତାରେ ୯୨୬ ଏବଂ ଚେନ୍ନାଇରେ ୧୪.୨ କିଲୋଗ୍ରାମ ଏଲପିଜି ସିଲିଣ୍ଡର ୯୧୫.୫୦ଟଙ୍କା ପାଇଁ ଉପଲବ୍ଧ । ଅଶୋଧିତ ତୈଳ ମୂଲ୍ୟ ବୃଦ୍ଧିକୁ ଦୃଷ୍ଟିରେ ରଖି ଏଥର ଏଲପିଜି ସିଲିଣ୍ଡରର ମୂଲ୍ୟ ୧୦୦୦ ଟଙ୍କାରୁ ଅଧିକ ହେବ ବୋଲି ଆଶଙ୍କା କରାଯାଉଥିଲା ।
ଗତ ମାସରେ ଘରୋଇ ଏଲପିଜି ସିଲିଣ୍ଡର ଦରରେ ବୃଦ୍ଧି ଘଟିଥିଲା। ସରକାରୀ ପେଟ୍ରୋଲିୟମ କମ୍ପାନୀ ପକ୍ଷରୁ ରୋଷେଇ ଗ୍ୟାସର ଦାମ ୧୫ ଟଙ୍କା ବଢିଥିଲା।