ତାଜ ମହଲ ଉପରେ ପଡିଲା କରୋନା ପ୍ରଭାବ, ନିରାଶ ହୋଇ ଫେରିଲେ ପର୍ଯ୍ୟଟକ

କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଦେଶର ସମସ୍ତ ସ୍ମାରକ ଗୁଡିକୁ ମଙ୍ଗଳବାର ଠାରୁ ବନ୍ଦ କରି ଦିଆଯାଇଛି । ଭାରତୀୟ ପ୍ରତ୍ନତତ୍ତ୍ୱ ବିଭାଗ ନୋଟିସ ଜରିଆରେ ଏହି ସୂଚନା ଦେଇଛନ୍ତି । ନୋଟିସ ଜାରି ହେବା ପରେ ୬୫୦୦ ରୁ ଉର୍ଦ୍ଦ୍ୱ ପର୍ଯ୍ୟଟକ ବିନା ଦେଖି ଫେରିଯିବାକୁ ବାଧ୍ୟ ହୋଇଛନ୍ତି । ଏମିତିକି ଦୂର ଦୂରାନ୍ତରୁ ଆସିଥିବା ବିଦେଶୀ ପର୍ଯ୍ୟଟକ ମାନେ ବି ତାଜମହଲର କେବଳ ବାହାରୁ ଝଲକ ଦେଖି ଫେରି ଯାଇଛନ୍ତି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ତାଜମହଲ ବନ୍ଦ ରହିବାର ଖବର ଶୁଣି ସେ ଉଦାସ ହୋଇଯାଇଥିବାର ଦେଖାଯାଇଛି ।

taj mahala new

ତାଜ ମହଲ ସମେତ ଦଶହରା ଘାଟ, ଯମୁନା ବ୍ଲୁ ପଏଣ୍ଟ, ମହତାବ ବାଗ ପଏଣ୍ଟ ପରି ଜନଗହଳି ପୂର୍ଣ୍ଣ ସ୍ଥାନ ଗୁଡିକୁ ପର୍ଯ୍ୟଟକ ମାନଙ୍କୁ ଯିବାକୁ ବାରଣ କରାଯାଇଛି । ସୂଚନା ଅନୁଯାୟୀ କେବଳ ମଙ୍ଗଳବାର ଦିନ ହିଁ ୯୫୦ ଜଣ ବିଦେଶୀ ପର୍ଯ୍ୟଟକଙ୍କ ସମେତ ୫୫୦୦ ରୁ ଅଧିକ ଭାରତୀୟ ଓ ସାର୍କ ଦେଶର ଲୋକେ ତାଜମହଲ ଦେଖିବାକୁ ପହଞ୍ଚିଥିଲେ । କହିରଖିବା ଉଚିତ ହେବକି, ବିଭିନ୍ନ ସ୍ମାରକ ଗୁଡିକ ବନ୍ଦ ହେବ ପରେ ଆଗ୍ରାର ପର୍ଯ୍ୟଟନ ଶିଳ୍ପକୁ ୬ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି ।

ଏମିତିରେ ପ୍ରତି ଦିନ ଦେଢ଼ ରୁ ଦୁଇ କୋଟି ଟଙ୍କାର କ୍ଷତି ସହିବାକୁ ପଡୁଥିବା ବେଳେ ଦୀର୍ଘ ୧୫ ଦିନର ବନ୍ଦ ଫଳରେ ଏକ ବିରାଟ କ୍ଷତି ସହିବାକୁ ପଡିବ ବୋଲି ଆଶା କରାଯାଇଛି । ତାଜମହଲ ଓ ଆଗ୍ରାର ଅନ୍ୟାନ ସ୍ମାରକ ଜରିଆରେ ହିଁ ଆଗ୍ରାର ୫ ଲକ୍ଷରୁ ଅଧିକ ଲୋକ ପେଟ ପୋଷିଥାନ୍ତି । ସହରର ୫୫୦ ରୁ ଅଧିକ ହୋଟେଲ, ୩୫୦ ରେଷ୍ଟରୁରାଣ୍ଟ, ୧୨୫ ଏମ୍ପୋରିୟମ ଗୁଡିକରେ ବି କୌଣସି ପର୍ଯ୍ୟଟକ ନଜର ଆସୁନାହାନ୍ତି ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.