Below header

କରୋନା ଭୟ: ସେପ୍ଟେମ୍ବରକୁ ଘୁଞ୍ଚିଲା ଫ୍ରେଞ୍ଚ ଓପନ

କରୋନା ଭାଇରସ ସଂକ୍ରମଣକୁ ଦୃଷ୍ଟିରେ ସମଗ୍ର ଖେଳଜଗତ ଠପ୍‌ ହୋଇଯାଇଛି। ଆପିଏଲ୍‌ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକାର ଖେଳ ସବୁକିଛି ନିର୍ଦ୍ଧାରିତ ତାରିଖ ଠାରୁ ଘୁଞ୍ଚାଇ ଦିଆଯାଇଛି। ଏହାକୁ ଦୃଷ୍ଟିରେ ରଖି ଫ୍ରେଞ୍ଚ ଓପନ ଗ୍ରାଣ୍ଡସ୍ଲାମ ଟେନିସ ପ୍ରତିଯୋଗିତାକୁ ବର୍ତ୍ତମାନ ପାଇଁ ସ୍ଥଗିତ ରଖାଯାଇଛି। ଏହା ସେପ୍ଟେମ୍ବର ୨୦ରୁ ଅକ୍ଟୋବର ୪ ପର୍ଯ୍ୟନ୍ତ କରିବା ଲାଗି ଚାମ୍ପିୟନଶପି୍‌ର ଆୟୋଜକଗଣ ନିଷ୍ପତ୍ତି ନେଇଛନ୍ତି।

corona

ବର୍ତ୍ତମାନ ପରିସ୍ଥିତିରେ ପ୍ରସ୍ତୁତି କାର୍ଯ୍ୟକୁ ଆଗେଇନେବା ସହଜ ନୁହେଁ ବୋଲି ସେମାନେ ସଫେଇ ଦେଇଛନ୍ତି। ୟୁ.ଏସ୍‌. ଓପନ ଯଦି ନିର୍ଦ୍ଧାରିତ ସମୟରେ ଖେଳାଯାଏ ତେବେ ନୂଆ କାର୍ଯ୍ୟସୂଚୀ ଅନୁସାରେ ଫ୍ରେଞ୍ଚ ଓପନ୍‌ ଏହାର ଏକ ସପ୍ତାହ ପରେ ଏହା ଅନୁଷ୍ଠିତ ହେବ। ଚଳିତବର୍ଷ ଦ୍ୱିତୀୟ ଗ୍ରାଣ୍ଡସ୍ଲାମ ଟୁର୍ନାମେଣ୍ଟକୁ ଘୁଞ୍ଚାଇ ଦିଆଯାଇଥିବାରୁ ଖେଳପ୍ରେମୀ ନିରାଶ ହୋଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.