କନେଷ୍ଟବଳ ପଦବୀ ପାଇଁ ଘୁଞ୍ଚିଲା ପରୀକ୍ଷା ତାରିଖ, ବିହାର ପୋଲିସ ଜାରି କଲା ନୂଆ ସିଡ୍ୟୁଲ୍‌

ବିହାର ପୋଲିସ କନେଷ୍ଟବଳ ପଦବୀରେ ନିଯୁକ୍ତି ପରୀକ୍ଷା ଆସନ୍ତା ୨୦ ତାରିଖରେ ହେବାକୁ ଥିବା ବେଳେ କୌଣସି କାରଣରୁ ଏହି ପରୀକ୍ଷା ସ୍ଥଗିତ ହୋଇଛି। ରିପୋର୍ଟ ଅନୁଯାୟୀ ଏହି ପରୀକ୍ଷାରେ ପାଖାପାଖି ୬ଲକ୍ଷ ଆବେଦନକାରୀ ପରୀକ୍ଷା ଦେବାକୁ ଥିବା ବେଳେ ଏବେ ନୂଆ ତାରିଖ ପାଇଁ ଅପେକ୍ଷା କରିଛନ୍ତି। ଏହି ପରୀକ୍ଷା ପାଇଁ ବିହାର ପୋଲିସ ନୂଆ ସିଡ୍ୟୁଲ୍‌ ଜାରି କରିଛି। ନୋଟିସ୍‌ ଅନୁଯାୟୀ ପରୀକ୍ଷା ଆସନ୍ତା ୮ମାର୍ଚ୍ଚ ରେ ଆୟୋଜିତ କରାଯିବ। ଏହି ସମ୍ପର୍କରେ ଅଧିକ ସୂଚନା ଜାଣିବା ପାଇଁ ଆବେଦନକାରୀମାନେ ଅଫିସିଆଲ୍‌ େଓ୍ଵବସାଇଡକୁ ଯିବାକୁ ପଡିବ।

policeମୁଖ୍ୟ ସୂଚନା:

-ଆବେଦନକାରୀଙ୍କ ପାଇଁ ପରୀକ୍ଷା ତାରିଖ ୮ ମାର୍ଚ୍ଚ ନିର୍ଦ୍ଦାରିତ କରାଯାଇଛି।

-ପରୀକ୍ଷା ଦୁଇଟି ସର୍ତ୍ତରେ ହେବ। ପ୍ରଥମ ସର୍ତ୍ତ ସକାଳ ୧୦ଟା ରୁ ୧୨ଟା ପର୍ଯ୍ୟନ୍ତ ହେବ ଏବଂ ଦ୍ୱିତୀୟ ସର୍ତ୍ତ ଦ୍ୱିପ୍ରହର ୨ଟାରୁ ୪ଟା ପର୍ଯ୍ୟନ୍ତ ହେବ।

police--ଯେଉଁମାନେ ୨୦ ଜାନୁଆରୀ ପରୀକ୍ଷାରେ ସାମିଲ ହେବାର ଥିଲା କେବଳ ସେହି ଆବେଦନକାରୀମାନେ ହିଁ ଏହି ପରୀକ୍ଷାରେ ସାମିଲ ହୋଇପାରିବେ।

-ଆବେଦନକାରୀମାନେ ନିଜର ଆଡମିଟ୍‌ କାର୍ଡ କେବଳ ୨୦ ଫେବୃଆରୀ ପର୍ଯ୍ୟନ୍ତ ଡାଉନଲୋଡ୍‌ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.