Below header

ଦିଲ୍ଲୀ ହାଇକୋର୍ଟ ଆରବିଆଇକୁ ମାଗିଲେ ଉତ୍ତର, ବିନା ଅନୁମତିରେ କିପରି ଚଲାଉଛନ୍ତି “ଗୁଗୁଲ ପେ”

ନୂଆଦିଲ୍ଲୀ : ଭାରତରେ ଖୁବ ଲୋକପ୍ରିୟ ଡିଜିଟାଲ ପେମେଣ୍ଟ ଆପ ହେଉଛି ଗୁଗୁଲ ପେ। ଏବେ ଏହାର ବ୍ୟବହାର ନେଇ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ଦିଲ୍ଲୀ ଉଚ୍ଚ ନ୍ୟାୟାଳୟ। ଏହି ମାମଲାରେ ଆରବିଆଇ ଏବଂ ଗୁଗୁଲ ଇଣ୍ଡିଆକୁ ବିନା ଅନୁମତିରେ ଜିପେ ପେମେଣ୍ଟ ଆପ ବ୍ୟବହାର କରିବା ବିଷୟରେ ଉତ୍ତର ମାଗିଛନ୍ତି। ହାଇକୋର୍ଟ କହିଛନ୍ତି ବିନା କୌଣସି ଆଧିକାରୀକ ଅନୁମତିରେ ଭାରତରେ ଗୁଗୁଲ ପେର ବ୍ୟବହାର କରାଯାଉଛି।

ମୁଖ୍ୟ ନ୍ୟାୟାଧିସ ରାଜେନ୍ଦ୍ର ମେନନ୍ ଏବଂ ନ୍ୟାୟମୂର୍ତ୍ତି ଏ ଜି ଭଙ୍ଗାନି ଏକ ନିର୍ଦ୍ଦେଶ ଘୋଷଣା କରିବାକୁ ଯାଇ କହିଛନ୍ତି, ଗୁଗୁଲ ପେର ବ୍ୟବହାର ଆଇନଗତ ଭାବେ କରାଯାଉ ନାହିଁ। କହିବାକୁ ଗଲେ ଭାରତରେ ଏହାର ବ୍ୟବହାର ଅବୈଧ ଅଟେ। କାରଣ ଏହାକୁ ବ୍ୟବହାର କରିବା ନେଇ ଗୁଗୁଲ ଏବଂ ଆରବିଆଇ ଭାରତୀୟ ଅଦାଲତାରୁ କୌଣସି ଅନୁମତି ନେଇନାହାନ୍ତି। ଆପଣଙ୍କୁ ଜଣାଇବାକୁ ଚାହିଁବୁ ୨୦ ମାର୍ଚ୍ଚରେ ଆରବିଆଇ ଦ୍ବାରା ଅଧିକ୍ରୁତ ଥିବା ଅନେକ ପେମେଣ୍ଟ ଆପ ଗୁଡିକର ସୂଚୀ ଦାଖଲ କରାଯାଇଥିଲା। ଯେଉଁଥିରେ ଗୁଗୁଲ ପେର କୌଣସି ନାମ ରହିନଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.