ଆପଣଙ୍କ ଆୟ ଟ୍ୟାକ୍ସ ଅନ୍ତର୍ଭୁକ୍ତ ହୋଇ ନଥିଲେ ମଧ୍ୟ ଦେବାକୁ ପଡ଼ିବ ଟ୍ୟାକ୍ସ ରିଟର୍ଣ୍ଣ, ଜାଣନ୍ତୁ କ’ଣ କାରଣ
ନୂଆଦିଲ୍ଲୀ : ଆପଣ ଯଦି ଭାରତୀୟ ନାଗରିକ ଓ ଆପଣଙ୍କ ଆୟ, ଟ୍ୟାକ୍ସ ଅନ୍ତର୍ଭୁକ୍ତ ତାହାଲେ ଆପଣଙ୍କୁ ଦେବାକୁ ପଡ଼ୁଥିଲା ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ । ଯେଉଁମାନେ ସାଧାରଣତଃ ଟ୍ୟାକ୍ସ ଲିମିଟ୍ ପାର୍ କରୁନଥିଲେ ସେମାନଙ୍କୁ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ଦେବାକୁ ପଡ଼ୁ ନଥିଲା । ତେବେ ବର୍ତ୍ତମାନ ଟ୍ୟାକ୍ସ ଲିମିଟ୍ ପାର୍ କରୁନଥିଲେ ମଧ୍ୟ କେତେକ ମାମଲାରେ ଟ୍ୟାକ୍ସ ରିଟର୍ଣ୍ଣ ଦେବାକୁ ପଡ଼ିବ ବୋଲି ଜଣାପଡ଼ିଛି । ଆସନ୍ତୁ ଜାଣିବା କେଉଁ ଶ୍ରେଣୀର ଲୋକେ ଟ୍ୟାକ୍ସ ଅନ୍ତର୍ଭୁକ୍ତ ହେଉ ନଥିଲେ ମଧ୍ୟ ଟ୍ୟାକ୍ସ ରିଟର୍ଣ୍ଣ ଦେବାକୁ ବାଧ୍ୟ ।
ଯଦି ଗୋଟିଏ ଆର୍ଥିକ ବର୍ଷରେ ଆପଣଙ୍କ ମୋଟ ଆୟ ୨,୫୦,୦୦୦ (ଅଢ଼େଇ ଲକ୍ଷରୁ ଅଧିକ) ତେବେ ତାଙ୍କୁ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ଦେବାକୁ ପଡ଼ିଥାଏ । ତେବେ ଏହି ଆୟ ଶ୍ରେଣୀର ହୋଇ ନଥିଲେ ମଧ୍ୟ କିଛି ଶ୍ରେଣୀର ଲୋକଙ୍କୁ ନିମ୍ନ ଲିଖିତ ନିୟମ ଅନୁଯାୟୀ ଆୟ ରିଟର୍ଣ୍ଣ ଦେବାକୁ ପଡ଼ିବ ।
. ଯଦି ଉକ୍ତ ବ୍ୟକ୍ତିଙ୍କର ଭାରତ ବାହାରେ କୈାଣସି ସମ୍ପତ୍ତି(କିମ୍ବା ସମ୍ପତ୍ତିର ସୁଧ) ଆସୁଥାଏ, କିମ୍ବା
. ଭାରତ ବାହାରେ ଥିବା ଆକାଉଣ୍ଟର ଯଦି କୈାଣସି ବ୍ୟକ୍ତିଙ୍କ ସ୍ୱାକ୍ଷର ଅଧିକାର ଥାଏ, କିମ୍ବା
. ଯଦି କୈାଣସି ବ୍ୟକ୍ତିଙ୍କର ଭାରତ ବାହାରେ ଥିବା ସମ୍ପତ୍ତିରେ ଅଧିକାର ଥାଏ,
ଏଥିସହିତ ୨୦୧୯ ବଜେଟରେ ନିମ୍ନଲିଖିତ ଶ୍ରେଣୀର ବ୍ୟକ୍ତିଙ୍କ ପାଇଁ ଇନ୍କମ୍ ଟ୍ୟାକ୍ସ ରିଟର୍ଣ୍ଣ ବାଧ୍ୟତାମୂଳକ କରାଯାଇଛି । ଉକ୍ତ ଶ୍ରେଣୀର ଲୋକମାନେ ହେଲେ
୧. ଯଦି କୋ ଅପରେଟିଭ୍ ବ୍ୟାଙ୍କରେ ଆକାଉଣ୍ଟ ଥିବା ଯେ କୈାଣସି ବ୍ୟକ୍ତିଙ୍କର ଗୋଟିଏ ଆର୍ଥିକ ବର୍ଷର ଜମା ୧ କୋଟିରୁ ଅଧିକ ହୋଇଥିବ ।
୨. ଯଦି କୈାଣସି ବ୍ୟକ୍ତିଙ୍କର ଗୋଟିଏ ଆର୍ଥିକ ବର୍ଷରେ ବିଦେଶ ଗସ୍ତ ଖର୍ଚ୍ଚ ୨ ଲକ୍ଷ ଟଙ୍କାରୁ ଅଧିକ ହୋଇଥାଏ ।
୩. ଯେ କୈାଣସି ବ୍ୟକ୍ତିଙ୍କର ବିଦ୍ୟୁତ୍ ଦେୟ ଖର୍ଚ୍ଚ ଗୋଟିଏ ଆର୍ଥିକ ବର୍ଷରେ ୧ ଲକ୍ଷ ଟଙ୍କାରୁ ଅଧିକ ଥିବ ।
ତେଣୁ ଜଣଙ୍କର ମୋଟ ଆୟ କରଯୁକ୍ତ ହୋଇ ନଥିଲେ ମଧ୍ୟ ଉପରୋକ୍ତ ନିୟମ ଆଧାରରେ ଆସୁଥିଲେ ସେମାନଙ୍କୁ ଟ୍ୟାକ୍ସ ରିଟର୍ଣ୍ଣ କରିବାକୁ ପଡ଼ିବ ।