Below header

ଲଞ୍ଚ ହେବ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି, ଟ୍ରାଭେଲ୍‌ ପାଇଁ ରନୱେର ଆବଶ୍ୟକତା ନାହିଁ

ଭବିଷ୍ୟତରେ କିଛି ନୂଆ ଟ୍ୟାକ୍ସି ଆସିବାକୁ ଯାଉଛି । ଯାହା ସାହାଯ୍ୟରେ ଆପଣ ମାତ୍ର କିଛି ମିନଟରେ ହିଁ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ଏହି ଟ୍ୟାକ୍ସି ଟିକେ ଭିନ୍ନ କାରଣ ଏହା ରାସ୍ତାରେ ଗଡ଼ିବ ନାହିଁ । ଏହା ଆକାଶରେ ଉଡ଼ି ଉଡ଼ି ଯିବ ।

ଭାରତରେ ଟ୍ୟାକ୍ସି କେଉଁ ସମୟରୁ ଚାଲୁଛି ତାର ହିସାବ ନାହିଁ । ଟ୍ୟାକ୍ସି ଏପରି ଏକ ଟ୍ରାଭେଲିଂ ଗାଡ଼ି ଯାହା ଲୋକଙ୍କୁ କମ ଟଙ୍କାରେ ତାଙ୍କ ଲକ୍ଷ୍ୟ ସ୍ଥଳରେ ପହଞ୍ଚାଇଥାଏ । ଏହି ଟ୍ୟାକ୍ସି ଚଲାଇ ଡ୍ରାଇଭରମାନେ ଭଲ ରୋଜଗାର ମଧ୍ୟ କରନ୍ତି । ବର୍ଷ ବର୍ଷ ଧରି ଟ୍ୟାକ୍ସିର ଚାହିଦା ଅନ୍ୟ ରିଜର୍ଭ ଗାଡ଼ି ଠାରୁ ବହୁତ ଭଲ ରହିଛି । କିନ୍ତୁ ଗତ କିଛି ବର୍ଷ ମଧ୍ୟରେ ଟ୍ୟାକ୍ସି ବୁକିଂରେ ଅନେକ ଚେଞ୍ଜ ହୋଇଛି । ବର୍ତ୍ତମାନ ଭିନ୍ନ ପ୍ରକାରର ଟ୍ୟାକ୍ସି ଆସିଯାଇଛି , ଯାହା ଆପଣଙ୍କୁ ମୋବାଇଲ୍ ମାଧ୍ୟମରେ ଅନଲାଇନ୍ ଟ୍ୟାକ୍ସି ବୁକିଂର ସୁବିଧା ଯୋଗାଇଥାଏ । କାର ସହିତ ବାଇକ୍ ଟ୍ୟାକ୍ସି ମଧ୍ୟ ଅନେକ ସହରରେ ରହିଛି । କିନ୍ତୁ ଭବିଷ୍ୟତରେ କିଛି ନୂଆ ଟ୍ୟାକ୍ସି ଆସିବାକୁ ଯାଉଛି । ଯାହା ସାହାଯ୍ୟରେ ଆପଣ ମାତ୍ର କିଛି ମିନଟରେ ହିଁ ନିଜ ଲକ୍ଷ ସ୍ଥଳରେ ପହଞ୍ଚି ପାରିବେ । ଏହି ଟ୍ୟାକ୍ସି ଟିକେ ଭିନ୍ନ କାରଣ ଏହା ରାସ୍ତାରେ ଗଡ଼ିବ ନାହିଁ । ଏହା ଆକାଶରେ ଉଡ଼ି ଉଡ଼ି ଯିବ । ୨୦୨୬ ସୁଦ୍ଧା ଭାରତରେ ପ୍ରଥମ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ଲଞ୍ଚ କରାଯିବ । ଆପଣ ହୁଏତ ଏହି ଏୟାର ଇଲେକ୍ଟ୍ରିକ୍‌ ଟ୍ୟାକ୍ସି ବିଷୟରେ ଜାଣି ନଥିବେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏହି ଟ୍ୟାକ୍ସିର ସୁବିଧା ବିଷୟରେ ଜଣାଇବାକୁ ଯାଉଛୁ ।

ଏକ ରିପୋର୍ଟ ଅନୁସାରେ ଦେଶର ସବୁଠାରୁ ବଡ଼ ଏୟାରଲାଇନ୍‌ କମ୍ପାନୀ ଇଣ୍ଡିଗୋକୁ ଅପରେଟ୍‌ କରୁଥିବା ‘ଇଣ୍ଟରଗ୍ଲୋବ ଏଣ୍ଟରପ୍ରାଇଜେସ୍’ ଆମେରିକାର ‘ଆର୍ଚର ଆଭିଏସନ’ ସହିତ ଏକ ଡିଲ୍‌ କରିଛି । ‘ଆର୍ଚର ଆଭିଏସନ’ ଇଲେକ୍ଟ୍ରିକ୍‌ ଭର୍ଟିକାଲ ଟେକଅଫ୍‌ ଏବଂ ଲ୍ୟାଣ୍ଡିଂ ଏୟାରକ୍ରାଫ୍ଟ ପ୍ରସ୍ତୁତ କରେ । ଦୁଇଟି କମ୍ପାନୀ ମଧ୍ୟରେ ହୋଇଥିବା ଡିଲ୍‌ ଅନୁସାରେ ଆର୍ଚରର ୨୦୦ ବିମାନ କିଣାଯିବ । ଏହି ବିମାନକୁ ହିଁ ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି କରାଯିବ ବୋଲି କୁହାଯାଉଛି ।

ଏହାର ଗୋଟିଏ ବିମାନରେ ଚାରି ଜଣ ଲୋକ ବସିବାର ସ୍ଥାନ ରହିବ । ଅର୍ଥାତ୍ ଏହା ଏକ ୪ ସିଟର ଇଲେକ୍ଟ୍ରିକ୍‌ ଏୟାର ଟ୍ୟାକ୍ସି ହେବ । ଏହି ଟ୍ୟାକ୍ସି ପାଇଁ କୌଣସି ରନୱେର ଆବଶ୍ୟକତା ରହିବ ନାହିଁ । ଏହା ହେଲିକପ୍ଟର ଭଳି ଭର୍ଟିକାଲ୍ ଟେକ୍ ଅଫ୍ ଏବଂ ଲ୍ୟାଣ୍ଡିଂ କରିପାରିବ । ଆର୍ଚର କମ୍ପାନୀ ଦାବି କରିଛି ଯେ ଏହାର ଫ୍ଲାଇଟ୍‌ ଘଣ୍ଟା ପ୍ରତି ୨୪୦ କିଲୋମିଟର ସ୍ପିଡରେ ୧୬୦ କିଲୋମିଟର ଦୂରତା ଅତିକ୍ରମ କରିପାରିବ ।

ଏହି ଇଲେକ୍ଟ୍ରିକ୍ ଏୟାର ଟ୍ୟାକ୍ସି ସହିତ ଦିଲ୍ଲୀର କନ୍ନାଟ୍ ପ୍ଲେସ୍ ଠାରୁ ଗୁରୁଗାଓଁ ପର୍ଯ୍ୟନ୍ତ ୨୭ କିଲୋମିଟର ଦୂରତା ମାତ୍ର ୭ ମିନିଟରେ ଶେଷ ହୋଇପାରିବ । କିନ୍ତୁ ବର୍ତ୍ତମାନର କାର୍ ଟ୍ୟାକ୍ସି ଦ୍ୱାରା ଏହି ଦୂରତା ଅତିକ୍ରମ କରିବାକୁ ପ୍ରାୟ ଦେଢ଼ ଘଣ୍ଟା ସମୟ ଲାଗିଥାଏ ଏବଂ ବାଇକ୍ ଟ୍ୟାକ୍ସି ଦ୍ୱାରା ଏହା ସମ୍ଭବ ନୁହେଁ କାରଣ ଦିଲ୍ଲୀରେ ଏହାକୁ ବନ୍ଦ କରାଯାଇଛି । ତେବେ ଆଗାମୀ ସମୟରେ ଲଞ୍ଚ ହେବାକୁ ଥିବା ଏହି ଟ୍ୟାକ୍ସି ଲୋକଙ୍କୁ ଖୁବ ପସନ୍ଦ ଆସିବ ବୋଲି ଆଶା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.