ମେଟା ଲଞ୍ଚ କଲା ନୂଆ ଫିଚର, ଏବେ ଫେସବୁକ-ଇନଷ୍ଟାଗ୍ରାମରୁ କରିପାରିବେ ସପିଙ୍ଗ

ସୋସିଆଲ ମିଡିଆ କମ୍ପାନୀ ମେଟା ଏକ ନୂଆ ଫିଚର ଲଞ୍ଚ କରିଛି । ଏହି ଫିଚରରେ ୟୁଜର ଫେସବୁକ ଏବଂ ଇନଷ୍ଟଗ୍ରାମରୁ ସିଧା ସଳଖ ଭାବେ ଆମାଜନ ସପିଙ୍ଗ ଏବଂ ଜିନିଷ ଅର୍ଡର ମଧ୍ୟ କରିପାରିବେ ।

ସୋସିଆଲ ମିଡିଆ କମ୍ପାନୀ ମେଟା ଏକ ନୂଆ ଫିଚର ଲଞ୍ଚ କରିଛି । ଆମେରିକାର ଯୁଜର୍ସମାନେ ନିଜ ଫେସବୁକ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆମାଜନ ସହିତ ଲିଙ୍କ କରିବାର ଅନୁମତି ଦିଆଯାଇଛି । ଏହି ଫିଚରରେ ୟୁଜର ଫେସବୁକ ଏବଂ ଇନଷ୍ଟଗ୍ରାମରୁ ସିଧା ସଳଖ ଭାବେ ଆମାଜନ ସପିଙ୍ଗ ଏବଂ ଜିନିଷ ଅର୍ଡର ମଧ୍ୟ କରିପାରିବେ । ବାସ୍ତବରେ, ଫେସବୁକ ଏବଂ ଇନଷ୍ଟାଗ୍ରାମରୁ ଯୁଜର୍ସମାନେ ସିଧାସଳଖ ଆମାଜନ ପ୍ରଡକ୍ଟ କିଣିବା ସହଜ କରିବା ପାଇଁ ମେଟା ଆମାଜନ ସହିତ ହାତ ମିଶାଇଛି ।

ରିପୋର୍ଟ ଅନୁଯାୟୀ, ମେଟା ଏକ ନୂତନ ଫିଚର ଲଞ୍ଚ କରିଛି ଯାହା ଯୁଜର୍ସମାନଙ୍କୁ ସେମାନଙ୍କର ଫେସବୁକ୍ ଏବଂ ଇନଷ୍ଟାଗ୍ରାମ ଆକାଉଣ୍ଟକୁ ଆମାଜନ ସହିତ ଲିଙ୍କ କରିବାକୁ ଅନୁମତି ଦେବ, ଯାହା ଦ୍ୱାରା ଫିଡରେ ଥିବା ପ୍ରମୋସନ ଉପରେ କ୍ଲିକ୍ କରି ଯୁଜର୍ସମାନେ ପ୍ରଡକ୍ଟ କିଣିବାର ସୁବିଧା ପାଇପାରିବେ । ଆମାଜନ ପ୍ରବକ୍ତା କେଲି ଜର୍ନିଗନ କହିଛନ୍ତି ଯେ “ପ୍ରଥମ ଥର ପାଇଁ ଗ୍ରାହକମାନେ ଆମାଜନର ଫେସବୁକ ଏବଂ ଇନଷ୍ଟାଗ୍ରାମ ବିଜ୍ଞାପନରୁ ସପିଙ୍ଗ କରିପାରିବେ ଏବଂ ଆମାଜନରୁ ଚେକ୍ଆଉଟ କରିପାରିବେ ।

ଆମେରିକାର ଗ୍ରାହକମାନେ ନୂଆ ଏକ୍ସପେରିଏନ୍ସର ଅଂଶ ଭାବରେ ଫେସବୁକ୍ ଏବଂ ଇନଷ୍ଟାଗ୍ରାମରେ ଆମାଜନ ପ୍ରଡକ୍ଟ ଆଡଭର୍ଟାଇଜ ଉପରେ ଅନେକ ଜିନିଷ ଦେଖିପାରିବେ । ଯେପରିକି ରିୟଲ-ଟାଇମ ପ୍ରାଇଜିଂ, ପ୍ରାଇମ ଏଲିଜିବିଲିଟି , ଡେଲିଭରି ଏସ୍ଟିମେଟ ଏବଂ ପ୍ରଡକ୍ଟ ଡିଟେଲସ ଆଦି ଦେଖିପାରିବେ । ଆମାଜନ ଅନୁଯାୟୀ, ଫେସବୁକ୍ କିମ୍ବା ଇନଷ୍ଟାଗ୍ରାମରେ ପ୍ରୋତ୍ସାହିତ ତଥା ଆମାଜନ କିମ୍ବା ଆମାଜନର ଷ୍ଟୋରଫ୍ରଣ୍ଟରେ ସ୍ବାଧୀନ ସେଲର୍ସଙ୍କ ଦ୍ୱାରା ବିକ୍ରି କରାଯାଉଥିବା ପ୍ରଡକ୍ଟଗୁଡିକ ପାଇଁ ନୂଆ ଇନ୍-ସପିଂ ଫିଚର ଉପଲବ୍ଧ ହେବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.