ଦୀପାବଳିରେ ଫ୍ୟାନ୍ମାନଙ୍କୁ ସୁପରଷ୍ଟାର୍ ରଜନୀକାନ୍ତଙ୍କ ‘ଲାଲ୍ ସଲାମ୍’, ରିଲିଜ ହେଲା ଟିଜର୍
ସାଉଥ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ସୁପରଷ୍ଟାର ତଥା ନିଜ ପ୍ରଶଂସକଙ୍କ ମଧ୍ୟରେ ‘ଥଲାଇଭର୍’ ନାମରେ ଜଣାଶୁଣା ରଜନୀକାନ୍ତଙ୍କ ନୂଆ ଫିଲ୍ମ ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ନାମ ‘ଲାଲ ସଲାମ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ।

ସାଉଥ ଇଣ୍ଡଷ୍ଟ୍ରୀର ସବୁଠୁ ବଡ଼ ସୁପରଷ୍ଟାର ତଥା ନିଜ ପ୍ରଶଂସକଙ୍କ ମଧ୍ୟରେ ‘ଥଲାଇଭର୍’ ନାମରେ ଜଣାଶୁଣା ରଜନୀକାନ୍ତଙ୍କ ନୂଆ ଫିଲ୍ମ ଖୁବ୍ଶୀଘ୍ର ରିଲିଜ୍ ହେବାକୁ ଯାଉଛି। ଫିଲ୍ମର ନାମ ‘ଲାଲ ସଲାମ’। ଏହି ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ତାଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତ। ଫିଲ୍ମର ସବୁଠାରୁ ଖାସ୍ କଥା ହେଉଛି, ଏଥିରେ କ୍ରିକେଟ୍, ଧର୍ମ ଏବଂ ରାଜନୀତି ସହ ଜଡିତ କାହାଣୀ ଦେଖାଯାଇଛି। ବର୍ତ୍ତମାନ ଏହାର ଟିଜର ରିଲିଜ ହୋଇଛି ଏବଂ ଏଥିରୁ ଅନୁମାନ କରାଯାଉଛି କି, ରଜନୀକାନ୍ତଙ୍କ ଏହି ଫିଲ୍ମକୁ ଫ୍ୟାନ୍ମାନେ ବହୁତ ପସନ୍ଦ କରିବେ।
ଫିଲ୍ମ ‘ଲାଲ ସଲାମ’ରେ ଦୁଇ ବନ୍ଧୁଙ୍କ କାହାଣୀ ଦେଖାଯାଇଛି। ଏହି ଚରିତ୍ର ଦୁଇଟିକୁ ବିଷ୍ଣୁ ବିଶାଲ ଓ ବିକ୍ରାନ୍ତ ପ୍ଲେ କରିଛନ୍ତି। ଦୁହେଁ କ୍ରିକେଟ୍ ଖେଳନ୍ତି। ସେମାନେ ପ୍ରଥମେ ଭଲ ବନ୍ଧୁ। କିନ୍ତୁ ପରବର୍ତ୍ତୀ ସମୟରେ ଉଭୟଙ୍କ ମଧ୍ୟରେ ଦୂରତା ଆସେ ଏବଂ ଏହି ଦୂରତାର ମୁଖ୍ୟ କାରଣ ହୁଏ ସେମାନଙ୍କ ଧର୍ମ। ଧର୍ମର ଏହି ଲଢ଼େଇର ସମାଧାନ କରନ୍ତି ମୋଇଦିନ୍ ଭାଇ। ଏହି ରଚିତ୍ରରେ ସୁପରଷ୍ଟାର ରଜନୀକାନ୍ତ ନଜର ଆସିବେ। ଅଭିନେତା ପୂରା ଆକ୍ସନ୍ ମୋଡ୍ରେ ନଜର ଆସିଛନ୍ତି।
ଦୀପାବଳି ଅବସରରେ ଗୋଟିଏ ପଟେ ଯେଉଁଠି ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ଫିଲ୍ମ ‘ଟାଇଗର ୩’ ରିଲିଜ୍ ହୋଇଛି, ଅନ୍ୟ ପଟେ ରଜନୀକାନ୍ତଙ୍କ ଫିଲ୍ମ ‘ଲାଲ ସଲାମ’ର ଟିଜର ମଧ୍ୟ ରିଲିଜ କରି ଦିଆଯାଇଛି। ଫିଲ୍ମର ଟିଜରକୁ ସଙ୍ଗୀତ ନିର୍ଦ୍ଦେଶକ ଏ.ଆର. ରେହମାନ ସେୟାର କରିଛନ୍ତି। ସେ ଟିଜର ସହିତ କ୍ୟାପସନ ଲେଖିଛନ୍ତି, ‘ମୋତେ ଲାଲ ସଲାମର ଟିଜର ରିଲିଜ କରି ବହୁତ ଖୁସି ଲାଗୁଛି’। କହି ରଖୁଛୁ, ଏହି ଫିଲ୍ମରେ ମହାନ କ୍ରିକେଟର କପିଲ ଦେବ ମଧ୍ୟ ଏକ କାମିଓ ଭୂମିକାରେ ନଜର ଆସିବେ।
Happy to unveil the teaser for “Lal Salaam,” a captivating tale that explores life, sports, faith, and humanity. Directed by Aiswarya Rajnikanth, featuring a grand guest appearance by Superstar.https://t.co/x6y9pu97Sx
🌟 @rajinikanth
🎬 @ash_rajinikanth
💫 @TheVishnuVishal &…— A.R.Rahman (@arrahman) November 12, 2023