ଦୀପାବଳି ପାଇଁ ରାତିରେ ଲୁଚିଲୁଚି ଗରିବଙ୍କୁ ଟଙ୍କା ବାଣ୍ଟିଲେ ରହମାନୁଲ୍ଲାହ ଗୁରବାଜ, ଭାରତୀୟଙ୍କ ମନ ଜିତୁଛି ଭିଡିଓ

ଆଫଗାନିସ୍ତାନର ଓ୍ଵିକେଟକିପର ରହମାନୁଲ୍ଲାହ ଗୁରବାଜ ଅହମଦାବାଦ ସଡ଼କରେ ରହୁଥିବା ଲୋକଙ୍କ ପାଖକୁ ଯାଇ ଦୀପାବଳି ମନାଇବା ପାଇଁ ପଇସା ଦେଇଛନ୍ତି । ଗୁରବାଜ ରାସ୍ତାରେ ଶୋଇଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ନିକଟରେ ୫୦୦-୫୦୦ ଟଙ୍କା ନୋଟ୍‌ ରଖିଦେଇଥିଲେ । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଆଫଗାନିସ୍ତାନ କ୍ରିକେଟ ଟିମ୍‌ ଚଳିତ ବିଶ୍ୱକପରେ ବେଶ୍‌ କମାଲ ପ୍ରଦର୍ଶନ କରିଛନ୍ତି । ବଡ ବଡ ଟିମକୁ ହରାଇ ଆଫଗାନିସ୍ତାନ ପ୍ରଥମ ଥର ସେମିଫାଇନାଲ ରେସରେ ରହିଥିଲା । କିନ୍ତୁ ଶେଷରେ ଷଷ୍ଠ ସ୍ଥାନରେ ରହି ବିଶ୍ୱକପରୁ ବାଦ୍‌ ପଡିଛି ଆଫଗାନିସ୍ତାନ । ଆଫଗାନିସ୍ତାନ ଟିମକୁ ଭାରତୀୟ ଦର୍ଶକଙ୍କ ଖୁବ୍‌ ସମର୍ଥନ ମିଳିଛି । ସେହିପରି ଆଫଗାନ ଖେଳାଳି ମଧ୍ୟ ଭାରତୀୟଙ୍କୁ ଭଲପାଇବା ଦେଇଛନ୍ତି । ଯାହାର ଭିଡିଓ ଭାଇରଲ ହେବାରେ ଲାଗିଛି ।

ଆଫଗାନିସ୍ତାନର ଓ୍ଵିକେଟକିପର ରହମାନୁଲ୍ଲାହ ଗୁରବାଜ ଅହମଦାବାଦ ସଡ଼କରେ ରହୁଥିବା ଲୋକଙ୍କ ପାଖକୁ ଯାଇ ଦୀପାବଳି ମନାଇବା ପାଇଁ ପଇସା ଦେଇଛନ୍ତି । ଏହି କାମ ପାଇଁ କୌଣସି ଲୋକ ଦେଖାଣିଆ ନ ହେଉ, ତେଣୁ ରାତି ୩ଟାରେ ଏଭଳି କାମ କରିଥିଲେ । ଗୁରବାଜ ରାସ୍ତାରେ ଶୋଇଥିବା ଲୋକଙ୍କ ପାଖକୁ ଯାଇ ସେମାନଙ୍କ ନିକଟରେ ୫୦୦-୫୦୦ ଟଙ୍କା ନୋଟ୍‌ ରଖିଦେଇଥିଲେ । ଏହାଛଡା ଯେଉଁମାନେ ଶୋଇନଥିଲେ, ସେମାନଙ୍କ ପାଖକୁ ଯାଇ ଟଙ୍କା ଦେବା ପରେ ଚୁପଚାପ୍‌ ଗାଡିରେ ବସି ଚାଲିଆସିଥିଲେ ।

ହେଲେ ଏହି ସମୟରେ ଜଣେ ବ୍ୟକ୍ତି ଗୁରବାଜକୁ ଜାଣି ସେ ଟଙ୍କା ବାଣ୍ଟୁଥିବାର ଭିଡିଓ ରେକର୍ଡ କରିଥିଲେ । ଆଉ ଏହି ଭିଡିଓକୁ ସୋସିଆଲ ମିଡିଆରେ ଭାଇରଲ କରିଦେଇଥିଲେ । ଗୁରବାଜଙ୍କ ଏହି ଭିଡିଓ ଭାଇରଲ ହେଉଛି । ଯାହାକୁ ଭାରତୀୟ ପସନ୍ଦ କରୁଛନ୍ତି । ଗୁରବାଜ ଆଇପିଏଲରେ ଗୁଜରାଟ ଟାଇଟନ୍ସ ପାଇଁ ଖେଳୁଛନ୍ତି । ଅହମଦାବାଦ ତାଙ୍କର ଘରୋଇ ମଇଦାନ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.