ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହିଙ୍କୁ କ୍ୟାନ୍ସର, ସୋସିଆଲ ମିଡିଆରେ କହିଲେ, କେମିତି ଜଣାପଡ଼ିଲା ରୋଗ…

ଟିଭି ସିରିଏଲ୍‌ ‘ଭାଭୀ’ର ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହିଙ୍କୁ କ୍ୟାନ୍ସର। ସେ ସର୍ଭାଇକାଲ୍‌ କ୍ୟାନ୍ସରରେ ପୀଡ଼ିତ। ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହା ବିଷୟରେ ସୂଚନା ଦେଇଛନ୍ତି। ଡଲି ସୋହି ପୋଷ୍ଟ୍‍ କରି ଏକ ଭାବପ୍ରବଣ ନୋଟ୍‌ ମଧ୍ୟ ଲେଖିଛନ୍ତି।

ଟିଭି ସିରିଏଲ୍‌ ‘ଭାଭୀ’ର ଲୋକପ୍ରିୟ ଅଭିନେତ୍ରୀ ଡଲି ସୋହିଙ୍କୁ କ୍ୟାନ୍ସର। ସେ ସର୍ଭାଇକାଲ୍‌ କ୍ୟାନ୍ସରରେ ପୀଡ଼ିତ। ଅଭିନେତ୍ରୀ ନିଜ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଏହା ବିଷୟରେ ସୂଚନା ଦେଇଛନ୍ତି। ଡଲି ସୋହି ପୋଷ୍ଟ୍‍ କରି ଏକ ଭାବପ୍ରବଣ ନୋଟ୍‌ ମଧ୍ୟ ଲେଖିଛନ୍ତି। ଏହାସହିତ ସେ ନିଜର ଏକ ଲଣ୍ଡା ଫଟୋ ସେୟାର କରିଛନ୍ତି, ଯେଉଁଥିରେ ତାଙ୍କୁ ସହଜରେ ଚିହ୍ନିବା କଷ୍ଟ।

କହି ରଖୁଛୁ, ଅଭିନେତ୍ରୀ ଡଲି ସୋହି ନିକଟରେ ସିରିଏଲ୍‌ ‘ପରିଣୀତି’ରୁ ଟିଭିରେ କମ୍‌ବ୍ୟାକ କରିଛନ୍ତି। ନିଜ ପୋଷ୍ଟରେ ସେ ଲେଖିଛନ୍ତି, ‘ମୋ ପାଇଁ ପ୍ରାର୍ଥନା କରିଥିବାରୁ ଏବଂ ଭଲ ପାଇବା ଦେଇଥିବାରୁ ଆପଣ ସମସ୍ତଙ୍କୁ ଧନ୍ୟବାଦ। ଜୀବନ ନିକଟରେ ଏକ ରୋଲର୍‌ କୋଷ୍ଟର ପରି ହୋଇଛି। ଯଦି ଆପଣଙ୍କ ପାଖରେ ଏହାସହ ଲଢ଼ିବା ପାଇଁ ଶକ୍ତି ଅଛି, ତା’ ହେଲେ ଆପଣଙ୍କ ଯାତ୍ରା ସହଜ ହେବ। ଏହା ଆପଣଙ୍କ ଉପରେ ନିର୍ଭର କରେ କି, ଆପଣ କ’ଣ ବାଛୁଛନ୍ତି। ସମସ୍ୟାର ଶିକାର (କ୍ୟାନ୍ସର) ନା ସମସ୍ୟାରୁ ଦୂରେଇ ରହିବା’।

ଡଲି ଆହୁରି କହିଛନ୍ତି ଯେ ପ୍ରଥମେ ତାଙ୍କୁ କ୍ୟାନ୍ସରର କିଛି ଲକ୍ଷଣ ଦେଖାଯାଇଥିଲା ଏବଂ ପରେ ଏହି ରୋଗ ବିଷୟରେ ସେ ଜାଣିବାକୁ ପାଇଥିଲେ। ପ୍ରାୟ ୬-୭ ମାସ ତଳେ ତାଙ୍କ ଶରୀରରେ ଲକ୍ଷଣ ଆସିଥିଲା, ଯାହାକୁ ସେ ଅଣଦେଖା କରି ଦେଇଥିଲେ। କିନ୍ତୁ ଯନ୍ତ୍ରଣା ବଢ଼ିବାରୁ ସେ ଡାକ୍ତରଙ୍କ ପାଖକୁ ଯାଇଥିଲେ ଏବଂ କିଛି ଟେଷ୍ଟ୍‍ କରାଇଥିଲେ। ଶେଷରେ ଜାଣିବାକୁ ପାଇଥିଲେ ଯେ ତାଙ୍କୁ ସର୍ଭାଇକାଲ୍‌ କ୍ୟାନ୍ସର ହୋଇଛି। ଏହାପରେ ସେ ଏହାର ଟ୍ରିଟ୍‌ମେଣ୍ଟ ଆରମ୍ଭ କରି ଦେଇଥିଲେ।

 

View this post on Instagram

 

A post shared by Dolly Sohi (@dolly_sohi)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.