ଘରେ ପ୍ରସ୍ତତୁ କରନ୍ତୁ ମଖାନା ଡ୍ରାଏ ଫୁଡ୍ ନମ୍କିନ୍ ରେସିପି
ମଖାନା ଡ୍ରାଏ ଫୁଡ୍ ନମ୍କିନ୍ ରେସିପି । ଯାହାକୁ ତିଆରି କରିବା ବହୁତ ସହଜ ହୋଇଥାଏ । ଏହାସହ ଏହି ନମ୍କିନ୍କୁ ଆପଣ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ।
କିଛି ଲୋକ ଏମିତି ଅଛନ୍ତି ଯେଉଁମାନଙ୍କୁ ନମକିନ୍ ଖାଦ୍ୟ ବହୁତ ହି ପସନ୍ଦ କରିଥାନ୍ତି । ସେମାନେ ବିଭିନ୍ନ ପ୍ରକାରର ନମ୍କିନ୍ ପ୍ରସ୍ତତୁି କରି ଖାଇଥାନ୍ତି । ସେଥିପାଇଁ ଆମେ ସେହି ଭଳି ଲୋକଙ୍କ ପାଇଁ ଏହିି ରେସିପି ବିଷୟରେ ଜଣାଇବୁ । ମଖାନା ଡ୍ରାଏ ଫୁଡ୍ ନମ୍କିନ୍ ରେସିପି । ଯାହାକୁ ତିଆରି କରିବା ବହୁତ ସହଜ ହୋଇଥାଏ । ଏହାସହ ଏହି ନମ୍କିନ୍କୁ ଆପଣ ପ୍ରାୟ ୧୦ ଦିନ ପର୍ଯ୍ୟନ୍ତ ଷ୍ଟୋର କରି ରଖିପାରିବେ ।
ଆବଶ୍ୟକ ସାମଗ୍ରୀ :
୧୦୦ ଗ୍ରାମ ମଖାନା
୧ କପ୍ ବାଦାମ
୧ କପ୍ ଅଲମଟ୍
୧ କପ୍ କାଜୁ
୧/୨ କପ୍ କଖାରୁ ମଞ୍ଜି
୧ କପ୍ କିସ୍ମିସ୍
୧ କପ୍ କଟା ହୋଇଥିବା ନଡିଆ
୭ ରୁ ୮ ଭୃସଙ୍ଗ ପତ୍ର
୩ଟି କଟା ହୋଇଥିବା କଞ୍ଚା ଲଙ୍କା
୧/୨ ଟେବଲ ସ୍ପୁନ୍ ଲଙ୍କା ଗୁଣ୍ଡ
ସ୍ୱାଦ ଅନୁସାରେ ଲୁଣ
୨ ଟେବଲ ସ୍ପୁନ୍ ଚିନି ପାଉଡର
୧ ଟେବଲ ସ୍ପୁନ୍ ମରିଚ ଗୁଣ୍ଡ
୧ ଟେବଲ ସ୍ପୁନ୍ ଭଜା ଜିରା
୩ ଟେବଲ ସ୍ପୁନ୍ ଘିଅ
ମଖାନା ଡ୍ରାଏ ଫୁଡ୍ ନମ୍କିନ୍ ପ୍ରସ୍ତତୁି ପ୍ରଣାଳୀ :
ଏହାକୁ ତିଆରି କରିବା ପାଇଁ ପ୍ରଥମେ ଏକ ପାତ୍ରରେ ଏକ ବଡ ଚାମଚ ଘିଅ ନେବେ ଓ ସେଥିରେ ଗୋଟିଏ ପରେ ଗୋଟିଏ ସମସ୍ତ ଡ୍ରାଏ ଫୁଡ୍କୁ ଭଲ ଭାବେ ରୋଷ୍ଟ କରିବେ । ଏହା ପରେ କାଟି ଥିବା ନଡିଆ ମଧ୍ୟ ଭଲ ଭାବେ ରୋଷ୍ଟ କରିବେ । ସେହି ସବୁ ଜିନିଷ ହେଇଗଲା ପରେ ତାକୁ ଏକ ପାତ୍ରରେ ବାହାର କରିଦେବେ । ତାପରେ ସେହି ପାତ୍ରରେ ପୁଣି ଏକ ଚାମଚ ଘିଅ ପକାଇବେ ଓ ସେଥିରେ କଟା ହୋଇଥିବା କଞ୍ଚା ଲଙ୍କା ଓ ଭୃସଙ୍ଗ ପତ୍ର ପକାଇ ଅଳ୍ପ ସମୟ ଭାଜିବେ ଏହାର କିଛି ସମୟ ପରେ ସେଥିରେ ମଖାନା ପକାଇବେ ଏବଂ ଭଲ ଭାବେ ରୋଷ୍ଟ କରିବେ । ତାପରେ ଦେଖିବେ ସେହି ମଖାନା ଭଲ ଭାବେ ରୋଷ୍ଟ ହୋଇଗଲା ପରେ ସେଥିରେ ଅନ୍ୟ ସମସ୍ତ ଡ୍ରାଏ ଫୁଡ୍ ପକାଇ ଦେବେ । ଏହା ପରେ ସେଥିରେ ଲଙ୍କା ଗୁଣ୍ଡ, ସ୍ୱାଦ ଅନୁସାରେ ଲୁଣ, ଭାଜିଥିବା ଜିରା ଗୁଣ୍ଡ ଏହି ପରି ସବୁ ଜିନିଷକୁ ଭଲ ଭାବେ ମିଶାଇ ଦେବେ । ତାପରେ ସେହି ସବୁ ଜିନିଷକୁ ଏକ ପାତ୍ରକୁ ବାହାର କରିଦେବେ ଓ ଟେଷ୍ଟ କରିବେ । ଦେଖିବେ ଏହା ଖାଇବା ପାଇଁ ବହୁତ ହି ସ୍ୱାଦିଷ୍ଟ ଲାଗିବ ।