Below header

ଜାଣନ୍ତୁ କିପରି, ଖୁବ୍ ସହଜରେ ନିଜର କରିପାରିବେ ଷ୍ଟୁଡ଼େଣ୍ଟ କ୍ରେଡ଼ିଟ କାର୍ଡ

ନୂଆଦିଲ୍ଲୀ : ଆଜିର ସମୟରେ ଇଣ୍ଟରନେଟ ପାଠପଢ଼ୁଥିବା ପିଲାଙ୍କ ଜୀବନର ଏକ ଖାସ ଅଂଶରେ ପରିଣତ ହୋଇଛି। ଏପରିକି ବହୁତ ଛାତ୍ର ଡିଜିଟାଲ ୱାଲେଟ, କ୍ରେଡ଼ିଟ କାର୍ଡ ଏବଂ ଡିଜିଟାଲ ନେଣଦେଣ କରିବା ପସନ୍ଦ କରୁଛନ୍ତି। ଯଦି ଆପଣ ମଧ୍ୟ ଅଧ୍ୟୟନରତ ଏବଂ ଟଙ୍କାର ଆବଶ୍ୟକତା ରହୁଛି ତେବେ ଆପଣ ଷ୍ଟୁଡେଣ୍ଟ କ୍ରେଡିଟ କାର୍ଡ଼ର ଫାଇଦା ଉଠାଇପାରିବେ। ବର୍ତ୍ତମାନ, ଅନେକ ବ୍ୟାଙ୍କ ଏବଂ କ୍ରେଡିଟ କାର୍ଡ଼ କମ୍ପାନି ପଢ଼ୁଥିବା ଛାତ୍ରଙ୍କୁ କ୍ରେଡିଟ କାର୍ଡ଼ ସୁବିଧା ଯୋଗାଇ ଦେଇଛି। ଆସନ୍ତୁ ଜାଣିବା ଷ୍ଟୁଡେଣ୍ଟ କ୍ରେଡ଼ିଟ କାର୍ଡ଼ ବିଷୟରେ ସଂପୂର୍ଣ୍ଣ ତଥ୍ୟ।

credit-card

କିପରି ମିଳିବ 

ବୟସ : କ୍ରେଡ଼ିଟ କାର୍ଡ଼ ପାଇଁ ଆବେଦନକାରୀଙ୍କ ବୟସ ୧୮ବର୍ଷରୁ ଅଧିକ ହେବା ଆବଶ୍ୟକ।

କଲେଜ ଛାତ୍ର : ଏହି କ୍ରେଡ଼ିଟ କାର୍ଡ଼ ସ୍କୁଲରେ ଛାତ୍ରଛାତ୍ରୀଙ୍କ ପାଇଁ ନୁହଁ। କେବଳ କଲେଜ୍ ଅଥବା ବିଶ୍ବବିଦ୍ୟାଳୟରେ ପାଠପଢ଼ୁଥିବା ପିଲା ହିଁ ଏହାପାଇଁ ଆବେଦନ କରିପାରିବେ। ଆବେଦନ ସମୟରେ କଲେଜ୍ ଆଇଡ଼ି କାର୍ଡ଼ର ଆବଶ୍ୟକତା ପଡ଼ିପାରେ।

-କିଛି ବ୍ୟାଙ୍କ ତାଙ୍କ ବ୍ରାଞ୍ଚରୁ ଶିକ୍ଷାଲୋନ ନେଇଥିବା ଛାତ୍ରଛାତ୍ରୀଙ୍କୁ ଏହି କ୍ରେଡ଼ିଟ କାର୍ଡ଼ ଦେଇଥାନ୍ତି। ଏହାଛଡ଼ା ଯଦି କୌଣସି ଛାତ୍ରଙ୍କ କିଛି ଫିକ୍ସ ଡିପୋଜିଟ ରହିଛି ତେବେ ସେମାନେ ମଧ୍ୟ ଏଥିପାଇଁ ଆବେଦନ କରିପାରିବେ।

Student-Credit-Card

କ’ଣ ପ୍ରମାଣପତ୍ରର ରହିଛି ଆବଶ୍ୟକତା

ଏଥିପାଇଁ ଆପଣଙ୍କର ଜନ୍ମ ପ୍ରମାଣପତ୍ର, କଲେଜ୍ / ବିଶ୍ବବିଦ୍ୟାଳୟର ପରିଚୟ ପତ୍ର, ଠିକଣା ପରିଚୟ ପତ୍ର, ପାସପୋର୍ଟ ଫଟୋ ଏବଂ ପ୍ୟାନକାର୍ଡ଼ ଆବଶ୍ୟକ ପଡ଼ିଥାଏ।

ଏଥିପାଇଁ କୌଣସି ପ୍ରକାରର ଆୟ ପ୍ରମାଣ ପତ୍ରର ଆବଶ୍ୟକତା ରହିନାହିଁ। ଏଥିରେ ବିଭିନ୍ନ ପ୍ରକାର ରିହାତି ସହ କ୍ୟାସବ୍ୟାକ୍ ଅଫର ମଧ୍ୟ ରହିଥାଏ। ଏହାକୁ ଆପଣ ବହିଖାତା କିଣିବା ପାଇଁ ମଧ୍ୟ ବ୍ୟବହାର କରିପାରିବେ।

Credit-Card-Offers

କିପରି ହୋଇଥାଏ ଷ୍ଟୁଡ଼େଣ୍ଟ କ୍ରେଡ଼ିଟ କାର୍ଡ଼

ସାଧାରଣ କ୍ରେଡ଼ିଟ କାର୍ଡରୁ ଖୁବ ଭିନ୍ନ ରହିଥାଏ ଷ୍ଟୁଡ଼େଣ୍ଟ କ୍ରେଡ଼ିଟ କାର୍ଡ଼। ଏହାର କ୍ରେଡ଼ିଟ ସୀମା କମ ପାଖାପାଖି ୧୫,ହଜାର ଟଙ୍କା ରହିଥାଏ। ଆବେଦନ ସହ ହଜିଯାଇଥିଲେ ଏହାର ପୁନଃ ଆବେଦନ ଶୁଳ୍କ ମଧ୍ୟ ଖୁବ କମ ହୋଇଥାଏ। ଏହାର ବ୍ୟାଧତା ୩ବର୍ଷ ପାଇଁ ହୋଇଥିବା ବେଳେ ଏହା ୫ବର୍ଷ ପର‌୍ୟ୍ୟନ୍ତ ମାନ୍ୟତା ହାସଲ କରିଥାଏ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.