Below header

Force ଲଞ୍ଚ୍‌ କଲା ୧୦ ସିଟର MUV, ଏଣିକି ପୂରା ଫ୍ୟାମିଲୀ ସହ କରିପାରିବେ କର୍ମ୍ଫଟେବଲୀ ଯାତ୍ରା

କାରକୁ ୧୦ ଜଣ ବସିବା ଭଳି ଡିଜାଇନ କରାଯାଇଛି କିନ୍ତୁ ଏଥିରେ ୧୨ ରୁ ୧୩ ଜଣ ଆରାମରେ ବସି ଯାତ୍ରା କରିପାରିବେ ।

ଫୋର୍ସ ମୋଟର୍ସ ପୁଣି ଥରେ ଧମାକେଦାର ବ୍ୟାକ୍‌ କରିଛି । ଫୋର୍ସ ୧୦ ଏବଂ ଗୁରଖା ପରେ ଏବେ କମ୍ପାନୀ ନିଜର ନୂଆ ଏମୟୁଭିକୁ ଲଞ୍ଚ୍‌ କରିଛି । ଏହି କାରର ଖାସିୟତ୍‌ ହେଉଛି ଏଥିରେ ୧୦ ଜଣ ଲୋକ ଏକାସାଥିରେ ବସି ଯାତ୍ରା କରିପାରିବେ । ତାହା ମଧ୍ୟ ଫ୍ରଣ୍ଟ ଫେସିଙ୍ଗ ସିଟ୍ସରେ । କାରର ଦାମ୍‌ ମଧ୍ୟ କେବଳ ୧୫.୯୩ ଲକ୍ଷ ଟଙ୍କା । ଏହି ପ୍ରାଇସ୍‌ କମ୍ପାନୀର ଏକ୍ସ ସୋରୁମ ଅନୁଯାୟୀ । ଏହି କାରକୁ ଏପରି ଡିଜାଇନ କରାଯାଇଛି ଯେ ଏଥିରେ ୧୩ ଜଣ ଲୋକ ଯାତ୍ରା କରିପାରିବେ ।

ଯଦିଓ କମ୍ପାନୀ ଏହାକୁ କମର୍ସିଆଲ କାର ଭାବେ ଲଞ୍ଚ୍‌ କରିଛି । କିନ୍ତୁ କୁହାଯାଉଛି ଯେ ଏହାର ନନ୍‌ କମର୍ସିଆଲ ଭ୍ୟାରିୟଣ୍ଟ ମଧ୍ୟ ବହୁତ ଜଲଦି ମାର୍କେଟରେ ଲଞ୍ଚ୍‌ କରାଯିବ । କାରକୁ ୧୦ ଜଣ ବସିବା ଭଳି ଡିଜାଇନ କରାଯାଇଛି କିନ୍ତୁ ଏଥିରେ ୧୨ ରୁ ୧୩ ଜଣ ଆରାମରେ ବସି ଯାତ୍ରା କରିପାରିବେ ।

ଏହି କାରକୁ କମ୍ପାନୀ ଫୋର୍ସ ସିଟି ଲାଇନ୍‌ ନାମ ଦେଇଛି । କାରରେ ନୂଆ ଫ୍ରଣ୍ଟ ଫେସିୟା ଏବଂ ଗ୍ରିଲ ଦିଆଯାଇଛି । କାରର ସେଟିଙ୍ଗକୁ ଦେଖିବା ତ ଫ୍ରଣ୍ଟ ରୋ ରେ ଦୁଇ ଜଣ ପାସେଞ୍ଜର, ଫାଷ୍ଟ ରୋ ରେ ୩ ଜଣ, ସେକେଣ୍ଡ ରୋ ରେ ୨ ଜଣ ଏବଂ ଥାର୍ଡ ରୋ ରେ ତିନି ଜଣ ପାସେଞ୍ଜର ବସିବା ପାଇଁ ବ୍ୟବସ୍ଥା ରହିଛି । କାରରେ ସମସ୍ତ ପାଓ୍ଵାର ଓ୍ଵିଣ୍ଡୋ କରାଯାଇଛି । ସେହିପରି ପଛରେ ବସିଥିବା ଲୋକଙ୍କ ପାଇଁ ଅଲଗା ଭେଣ୍ଟ ଦିଆଯାଇଛି । କାରରେ ପାଓ୍ଵାର ଷ୍ଟିୟରିଙ୍ଗ ଏବଂ ଏବିଏସ ସହିତ ଇବିଡି ଫିଚର ମଧ୍ୟ ଦିଆଯାଇଛି ।

ଏହି କାରର ଖାସିୟତ ହେଉଛି ଏଥିରେ ମର୍ସିଡିଜ ବେଞ୍ଜର ଏଫଏମ ୨.୬ ସିଆର ଟର୍ବୋ ଡିଜେଲ ଇଞ୍ଜିନ ଦିଆଯାଇଛି । ଏହି ଇଞ୍ଜିନ ୯୧ ବିଏଚପି ପାଓ୍ଵାର ଜେନେରେଟ କରିଥାଏ । କାରରେ ଅଟୋ ଟ୍ରାନ୍ସମିସନ ନାହିଁ । ଏହାକୁ ୫ ସ୍ପିଡ ମାନୁଆଲ ଟ୍ରାନ୍ସମିସନ ସହିତ ଦିଆଯାଇଛି ।କାରରେ ଇଣ୍ଡିପେଣ୍ଡେଣ୍ଟ ଡବଲ ବିସବୋନ ସସପେନସନ ସହିତ ଟାର୍ସିୟନ ବାର ଫ୍ରଣ୍ଟ ସ୍ପ୍ରିଙ୍ଗ ଏବଂ ରିୟର ପାରାବଲିକ ଲିଫ ସ୍ପ୍ରିଙ୍ଗ ଦିଆଯାଇଛି ।

ବର୍ତ୍ତମାନ ସିଟି ଲାଇନ ଲଞ୍ଚ୍‌ ହେବା ସହିତ ଆର୍ଟିଗା ଏବଂ ଇନୋଭା ଭଳି ଏସୟୁଭି ପାଇଁ କମର୍ସିଆଲ ମାର୍କେଟରେ ବିପଦ ଆସିପାରେ । କୁହାଯାଇଛି ଯେ କମର୍ସିଆଲ ମାର୍କେଟରେ ଏହାର ସିଧା ଟକ୍କର ଇନୋଭା ସହ ହେବ । ଏହାର କାରଣ ହେଉଛି ଏଥିରେ ୧୦ ସିଟର ଅପ୍ସନ ରହିଛି । ସେହିପରି ଇନୋଭା ଏହାଠାରୁ ଅଧିକ ଦାମ ରହିଛି ଏବଂ ଏଥିରେ ୭ ସିଟର ଅପ୍ସନ ରହିଛି । ସେହିପରି ଆର୍ଟିଗା ସ୍ପେସ ଏବଂ ପାଓ୍ଵାର ସହିତ ହିଁ ରିଲାୟବିଲିଟୀ ମାଗଲାରେ କାରକୁ ହରାଇପାରିବନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.