୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ନାଁରେ ମାମଲା, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ କରୁଛି ଚାନ୍ଦପୁର ପୋଲିସ

ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରିଛି ଚାନ୍ଦପୁର ଥାନା ପୋଲିସ, ହାଇକୋର୍ଟଙ୍କ ନିର୍ଦ୍ଦେଶ ପରେ ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ। ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡ଼ାଇଭର୍ଟ କରିବାକୁ ଏପରି କରିଥିବା ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି l

ନୟାଗଡ଼(କେନ୍ୟୁଜ୍):ଖଣି ଲିଜଧାରୀଙ୍କ ଠାରୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିବା ଅଭିଯୋଗରେ ନୟାଗଡ଼ ଜିଲ୍ଲାପାଳଙ୍କ ସମେତ ୪ ଜଣଙ୍କ ନାଁରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା ପୋଲିସ । ଘଟଣାକୁ ଖଣ୍ଡନ କରିବା ସହ ୨ କୋଟି ୮୧ ଲକ୍ଷ ଟଙ୍କାର ଫାଇନ ପଡିଥିବାରୁ ଏହାକୁ ଡ଼ାଇଭର୍ଟ କରିବାକୁ ଏପରି କରିଥିବା ନୟାଗଡ଼ ଜିଲ୍ଲାପାଳ ରବୀନ୍ଦ୍ରନାଥ ସାହୁ କହିଛନ୍ତି । ପୂର୍ବରୁ ଏହି ଖଣିର ଲିଜ ବାତିଲ ଓ ଖଣି ବନ୍ଦ ପାଇଁ ଦିଲ୍ଲୀପ କୁମାର ସାମନ୍ତରାୟ, ଦୀପକ କୁମାର ରାଉତରାୟ NGTର ଦ୍ୱାରସ୍ଥ ହୋଇଥିବା ସୂଚନା ମିଳିଛି ।

ଅଭିଯୋଗ ଅନୁସାରେ, ଗତ ଜାନୁଆରୀ ୨୬ ତାରିଖରେ ରଣପୁର ତହସିଲ ମୟୁରଝାଲିଆ ମାଙ୍କଡା ପଥର ଖଣି ଅଞ୍ଚଳକୁ ଯାଇ ଜିଲ୍ଲାପାଳ ସମ୍ପୃକ୍ତ ଖଣି ଲିଜଧାରୀଙ୍କୁ ୨୫ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିବା ଅଭିଯୋଗ ହୋଇଛି । ଏ ନେଇ ହାଇକୋର୍ଟଙ୍କ ନିର୍ଦେଶ ପରେ ମାମଲା ରୁଜୁ କରି ତଦନ୍ତ କରୁଛି ଚାନ୍ଦପୁର ଥାନା । .

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.