୧୫୫୫ ଟଙ୍କା ଇଏମଆଇରେ ଘରକୁ ନେଇଆସନ୍ତୁ ଏହି ବାଇକ୍‌, ମିଳିବ ସବୁଠୁ ଅଧିକ ମାଇଲେଜ

ଭାରତର ସବୁଠାରୁ ଅଧିକ ମାଇଲେଜ ଦେଉଥିବା ବାଇକ ହେଉଛିTVS ସ୍ପୋଟର୍ସ । ଏହି ବାଇକ୍‌ ଲିଟର ପିଛା ୧୧୦ କିମି ମାଇଲେଜ ଦେଇଥାଏ। ଏବେ ଫେଷ୍ଟିଭ ସିଜିନରେ କମ୍ପାନୀ ଏହି ବାଇକରେ ଶାନଦାର ଅଫର ଦେଉଛି। ଯଦି ଆପଣ କୌଣସି ଶାନଦାର ବାଇକ କିଣିବାକୁ ଚାହୁଁଛନ୍ତି ତେବେ ଟିଭିଏସ୍‌ ସ୍ପୋଟର୍ସ କିଣିପାରିବେ। କମ୍ପାନୀ ଏହି ବାଇକ୍‌ରେ ୧୧୧,୧୧୧ ଟଙ୍କାର ଡାଉନ ପେମେଣ୍ଟ ସହିତ ୧୦୦ ପ୍ରତିଶତ ଲୋନର ସୁବିଧା ଏବଂ ୧,୫୫୫ ଟଙ୍କାର ମାସିକ ଇଏମଆଇର ବିକଳ୍ପ ଦେଉଛି।

କମ୍ପାନୀ କହିବା ମୁତାବକ, କରୋନା ସଙ୍କଟ ସମୟରେ ଟଙ୍କା ପଇସାର ଅଭାବ ଦେଖି ଗ୍ରାହକଙ୍କୁ କମ୍‌ ଇଏମଆଇ ଏବଂ ୧୦୦ ପ୍ରତିଶତ ଲୋନର ସୁବିଧା ଉପଲବ୍ଧ କରାଉଛି। ଏଥିପାଇଁ ଏହି ଗାଡିର ଅଧିକ ବିକ୍ରି ହୋଇପାରେ ବୋଲି କମ୍ପାନୀ ଆଶା ରଖିଛି। ଏହି ଗାଡିରେ ଏଲଇଡି ବିଟସ ଡିଆରଏଲ୍‌, କ୍ଲଷ୍ଟରରେ ଏକ ଆନାଲୋଗ ସ୍ପିଡୋମିଟର, ଓଡୋମିଟର ଏବଂ ଇନ୍ଦନ ଗେଜ ରହିଛି।

sports bike

ବର୍ତ୍ତମାନ ଟିଭିଏସ ସ୍ପୋଟର୍ସର କିକ୍‌ ଷ୍ଟାର୍ଟ ଭର୍ସନର ମୂଲ୍ୟ ୫୪,୮୫୦ ଟଙ୍କା ରହିଥିବା ବେଳେ ସେଲ୍ଫ ଷ୍ଟାର୍ଟ ଭାରିଅଣ୍ଟର ଏକ୍ସ ଶୋରୁମ ମୂଲ୍ୟ ୬୧,୫୨୫ ଟଙ୍କା ରହିଛି। ଏହି ବାଇକର ବିଏସ୍‌ ୬ ମାର୍କ ସହିତ ଏହି ମାସରେ ଲଞ୍ଚ ହୋଇଥିଲା। ବିଏସ ୬ ଟିଭିଏସ୍‌ ସ୍ପୋଟର୍ସରେ ୧୦୯.୭ ସିସିର ସିଙ୍ଗଲ ସିଲିଣ୍ଡର ଏୟାର କୁଲ୍ଡ ଇନ୍ଧନ ଇଂଜିନ ରହିଛି। ଯାହା ୮.୨୯ ପିଏସ୍‌ ପାଓ୍ଵର ସହିତ ୮.୭Nm ଟର୍କ ଜେନେରେଟ କରିଥାଏ। ଏହାର ଟପ୍‌ ସ୍ପିଡ ୯୦kmps ରହିଛି ବୋଲି କମ୍ପାନୀ ଦାବି କରିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.