ବଢୁଛି ସୁନା ଦର, କିଣିବାକୁ ମାଡୁଛି ଡର…

ରେକର୍ଡ କରୁଛି ସୁନା । ୭୦ ହଜାର ଛୁଇଁବ ସୁନା ଦର । ଆଉ ମାତ୍ର କେଇ ଅଙ୍କ ପଛରେ । ଗୋଟିଏ ଦିନରେ ୭୦୦ ଟଙ୍କା ବଢ଼ିବା ପରେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ଟପିଛି। ସେହିପରି ୬୩ ହଜାର ଟପିଛି ୨୨ କ୍ୟାରେଟ୍ ସୁନା ଦରା ।

(କେନ୍ୟୁଜ): ରେକର୍ଡ କରୁଛି ସୁନା । ୭୦ ହଜାର ଛୁଇଁବ ସୁନା ଦର । ଆଉ ମାତ୍ର କେଇ ଅଙ୍କ ପଛରେ । ଗୋଟିଏ ଦିନରେ ୭୦୦ ଟଙ୍କା ବଢ଼ିବା ପରେ ୨୪ କ୍ୟାରେଟ ସୁନା ଦର ୬୯ ହଜାର ଟପିଛି। ସେହିପରି ୬୩ ହଜାର ଟପିଛି ୨୨ କ୍ୟାରେଟ୍ ସୁନା ଦରା । ଦର ବୃଦ୍ଧି ପରେ ଭୁବନେଶ୍ବରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୬୩ ହଜାର ଟଙ୍କାରେ ପହଞ୍ଚିଛି । ୨୪ କ୍ୟାରେଟ୍ ସୁନା ଦର ୬୮ ହଜାର ୭୩୦ ଟଙ୍କା ହୋଇଛି ।

ଚେନ୍ନାଇରେ ଦର ସବୁଠୁ ଅଧିକ ରହିଛି। ଚେନ୍ନାଇରେ ଆଜି ୨୨ କ୍ୟାରେଟ୍ ସୁନା ଦର ୬୩ ହଜାର ୯୦୦ ଟଙ୍କା ହୋଇଛି । ୨୪ କ୍ୟାରେଟ୍ ସୁନା ଦର ୬୯ ହଜାର ୭୧୦ ଟଙ୍କାରେ ପହଞ୍ଚିଛି । ଦିଲ୍ଲୀରେ ୨୨ କ୍ୟାରେଟ୍ ସୁନା ଦର ୬୩ ହଜାର ୧୫୦ ଟଙ୍କା ଏବଂ ୨୪ କ୍ୟାରେଟ ସୁନା ଦର ୬୮ ହଜାରା ୮୮୦ ଟଙ୍କାରେ ପହଞ୍ଚିଛି । ମାର୍ଚ୍ଚ ୧ ରୁ ୨୮, ଏହି ୪ ସପ୍ତାହରେ ସୁନା ୭.୨ ପ୍ରତିଶତ ଲାଭ ଦେଇଛି ସୁନା ।

ଯଦି ଆପଣ ବର୍ତ୍ତମାନ ସୁନାର ଶୁଦ୍ଧତା ଯାଞ୍ଚ କରିବାକୁ ଚାହୁଁଛନ୍ତି, ତେବେ ଏଥିପାଇଁ ସରକାର ଏକ ଆପ୍ ପ୍ରସ୍ତୁତ କରିଛନ୍ତି। ବିଏସ୍ କେୟାର ଆପ୍ ସହିତ ଗ୍ରାହକମାନେ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ। ଏହି ଆପ୍ ମାଧ୍ୟମରେ, ଆପଣ କେବଳ ସୁନାର ଶୁଦ୍ଧତା ଯାଞ୍ଚ କରିପାରିବେ ନାହିଁ, ବରଂ ଏହା ସହିତ ଜଡିତ କୌଣସି ଅଭିଯୋଗ ମଧ୍ୟ କରିପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.