ହାତ ଛାଡ଼ି ଶଙ୍ଖ ଫୁଙ୍କିଲେ ବିଧାୟକ ସୁରେନ୍ଦ୍ର ସିଂ ଭୋଇ

ଶଙ୍ଖ ଫୁଙ୍କିଲେ ସୁରେନ୍ଦ୍ର।  ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି ୩ ଥରର ବିଧାୟକ ସୁରେନ୍ଦ୍ର ସିଂ ଭୋଇ  ।

ବଲାଙ୍ଗିର (କେନ୍ୟୁଜ): ଶଙ୍ଖ ଫୁଙ୍କିଲେ ସୁରେନ୍ଦ୍ର।  ଶଙ୍ଖ ଭବନରେ ପହଞ୍ଚି ବିଧିବଦ୍ଧ ଭାବେ ବିଜେଡିରେ ସାମିଲ ହୋଇଛନ୍ତି । ନିଜର ବହୁ ସଂଖ୍ୟାରେ ସମର୍ଥକଙ୍କ ସହ ଶଙ୍ଖ ଭବନରେ ପହଞ୍ଚି ଦଳରେ ସାମିଲ ହୋଇଛନ୍ତି ୩ ଥରର ବିଧାୟକ ସୁରେନ୍ଦ୍ର ସିଂ ଭୋଇ  ।  ତାଙ୍କୁ ବଲାଙ୍ଗିର ଲୋକସଭା ଆସନରୁ ବିଜେଡି ପ୍ରାର୍ଥୀ କରିପାରେ ବୋଲି ଚର୍ଚ୍ଚା ହେଉଛି । ସୁରେନ୍ଦ୍ର ସିଂ ଭୋଇ ଜଣେ ତୃଣମୂଳ ସ୍ତରର ଟାଣୁଆ କଂଗ୍ରେସ ନେତା ।

ଗତକାଲି ସେ କଂଗ୍ରେସ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଥିଲେ । ସେ ବଲାଙ୍ଗୀର ଜିଲ୍ଲା ସଇଁତଳାରୁ ଦୁଇ ଥର ଓ ଟିଟିଲାଗଡ଼ରୁ ଥରେ ବିଧାୟକ ହୋଇଥିଲେ । ୧୯୯୫ରୁ ୨୦୦୦ ଓ ୨୦୦୦ରୁ ୨୦୦୪ ଯାଏ ସେ ସଇଁତଳାରୁ କଂଗ୍ରେସ ଟିକେଟରେ ବିଧାୟକ ହୋଇଥିଲେ ।  ସେହିପରି ୨୦୦୯ରୁ ୨୦୧୪ ଯାଏ ଟିଟିଲାଗଡ଼ରୁ ବିଧାୟକ ହୋଇଥିଲେ ।  କଂଗ୍ରେସ ସରକାରରେ କିଛି ମାସ ପାଇଁ ଜଙ୍ଗଲ, ପରିବେଶ ଓ ଗ୍ରାମ୍ୟ ଉନ୍ନୟନ ବିଭାଗର ମନ୍ତ୍ରୀ ଥିଲେ ।  ସୁରେନ୍ଦ୍ର ସିଂ ଭୋଇଙ୍କ ବାପା ସ୍ବର୍ଗତ ରମେଶ ଚନ୍ଦ୍ର ସିଂ ଭୋଇ ୬ଥର ବିଧାୟକ ହୋଇଥିଲେ ।  ଟିଟିଲାଗଡ଼, ବଲାଙ୍ଗୀର,ପାଟଣାଗଡ଼ ଆସନରୁ ଥରେ ଲେଖାଏଁ ଓ ସଇଁତଳାରୁ ୩ ଥର ବିଧାୟକ ଭାବେ ଜିତି ଥିଲେ । ଗତ ଦୁଇଟି ନିର୍ବାଚନରେ ସୁରେନ୍ଦ୍ର ସିଂ ଭୋଇ ପରାସ୍ତ ହୋଇଥିଲେ ।

୨୦୧୪ ଏବଂ ୨୦୧୯ ସାଧାରଣ ନିର୍ବାଚନରେ ସୁରେନ୍ଦ୍ର ସିଂହ ଭୋଇ ଦୁଇଥର ବିଧାୟକ ପ୍ରାର୍ଥୀ ହୋଇ ବିଜେଡିର ଟୁକୁନି ସାହୁଙ୍କ ଠାରୁ ହାରି ଯାଇଥିଲେ । ୨୦୧୪ରେ ସେ ୧୪ ହଜାର ୨୨ଟି ଭୋଟରେ ହାରିଥିବା ବେଳେ ୨୦୧୯ରେ ୧୯ ହଜାର ୫୮୭ ଭୋଟରେ ପରାସ୍ତ ହୋଇଥିଲେ ।  ତୃଣମୂଳ ସ୍ତରର ଜଣେ ଟାଣୁଆ ନେତା ସୁରେନ୍ଦ୍ର ସିଂ ଭୋଇ । ସେ ଜଣେ ଦୃଢ଼ ସଂଗଠକ ।  ସଇଁତଳା ବ୍ଲକରେ ତାଙ୍କର ବେଶ ଦବ ଦବା ରହି ଆସିଛି । ଏବେ ତାଙ୍କ ସ୍ତ୍ରୀ ସଇଁତଲା ବ୍ଲକ ଅଧ୍ୟକ୍ଷା ରହିଛନ୍ତି ।  ସୁରେନ୍ଦ୍ର ଭୋଇ କଂଗ୍ରେସ ଛାଡ଼ିବା ପରେ ଜିଲ୍ଲା ରାଜନୀତି ସରଗରମ ହୋଇଛି ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.