୬୦୦ ଟଙ୍କା କମିଲା ସୁନା, ଜାଣନ୍ତୁ ଆଜି କେତେ ଅଛି ସୁନା ଦାମ

ଖୁସି ଖବର ପୁଣି କମିଲା ସୁନା ଦର।‌ ଆଜି ସୁନା ମୂଲ୍ୟ ୨୨ କ୍ୟାରେଟ ପ୍ରତି ୫୫୦ ଟଙ୍କା କମିଥିବାବେଳେ ୬୦୦ ଟଙ୍କା କମିଛି। ଓଡ଼ିଶା ରାଜଧାନୀ ଭୁବନେଶ୍ୱରରେ ଏବେ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୫୦ ତାଙ୍କ ହ୍ରାସ କରି ୪୨,୭୦୦ ଟଙ୍କା ଓ ୨୪ କ୍ୟାରେଟ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୬୦୦ ଟଙ୍କା ହ୍ରାସ ପାଇଁ ୪୬,୫୮୦ ଟଙ୍କା ଛୁଇଁଛି।

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଛି। ମୁମ୍ବାଇରେ ୨୨ କ୍ୟାରେଟ ଓ ୨୪ କ୍ୟାରେଟ ମୂଲ୍ୟ ୪୫,୭୫୦ ଟଙ୍କା ଓ ୪୬,୭୫୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ନୂଆଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୫,୫୫୦ ଟଙ୍କା ଓ ୪୯,୯୬୦ ଟଙ୍କା ରହିଛି। ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୨ କ୍ୟାରେଟ ମୂଲ୍ୟ ୪୩,୭୨୦ ଟଙ୍କା ଥିବା ବେଳେ ୨୪ କ୍ୟାରେଟ ମୂଲ୍ୟ ୪୭,୭୧୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୪୫,୯୫୦ ଟଙ୍କା ଓ ୪୮,୬୫୦ ଟଙ୍କା ରହିଛି । ଅନ୍ୟପଟେ ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୧୦ ଟଙ୍କା ବଢ଼ି ୭୦,୫୧୦ ଟଙ୍କା ରହିଥିବା ନେଇ ରେକର୍ଡ ହୋଇଛି।