ସୁନା ମୂଲ୍ୟରେ ଆସିଛି ବିରାଟ ପରିବର୍ତ୍ତନ, ଜାଣି ରଖନ୍ତୁ ଆଜି କଣ ରହିଛି ଦର

ଲଗାତାର ଦ୍ଵିତୀୟ ଦିନ ପାଇଁ ଭାରତୀୟ ବଜାରରେ ସୁନା ମୂଲ୍ୟରେ ସାମାନ୍ୟ ବୃଦ୍ଧି ଘଟିଛି । ଦିନ ତମାମ ମୂଲ୍ୟରେ ପରିବର୍ତ୍ତନ ଘଟି ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ସୁନା ଦର ୫୦୦ ଟଙ୍କା ବଢ଼ି ୪୭,୬୧୦ ଟଙ୍କାରେ ପହଂଚିଛି । ଯେବେକି ୨୨ କ୍ୟାରେଟ ସୁନା ଦର ୧୦
ଗ୍ରାମ ପ୍ରତି ୪୦୦ ଟଙ୍କା ବଢ଼ି ୪୬,୬୧୦ ଟଙ୍କାରେ ପହଂଚିଛି । ସେହିପରି ଦେଶର ପ୍ରମୁଖ ସହର ମାନଙ୍କରେ ବି କାଲି ଦିନ ତମାମ ସୁନା ଦରରେ ପରିବର୍ତ୍ତନ ଦେଖାଦେଇଥିବା ଲକ୍ଷ କରାଯାଇଛି । ଆର୍ଥିକ ରାଜଧାନୀ ମୁମ୍ବାଇରେ ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨
କ୍ୟାରେଟ ସୁନା ଦର ୪୭,୬୧୦ ଟଙ୍କା ଓ ୪୬,୬୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୪୭,୪୬୦
ଟଙ୍କା ଓ ୪୬,୨୬୦ ଟଙ୍କା ରହିଛି । ଯେବେକି ଦେଶର ଅନ୍ୟତମ ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ

୪୯,୭୨୦ ଟଙ୍କା ଓ ୪୫,୫୮୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ କଲିକତାରେ ଏହି ଦର ଯଥାକ୍ରମେ ୪୮,୨୫୦ ଟଙ୍କା ଓ ୪୬,୯୬୦
ଟଙ୍କାରେ ସ୍ଥିର ରହିଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ବି ଶୁକ୍ରବାର ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ପରିବର୍ତ୍ତନ ଦେଖାଦେଇଛି । ସନ୍ଧ୍ୟା ସୁଦ୍ଧା ୨୪ କ୍ୟାରେଟ ଓ ୨୨ କ୍ୟାରେଟ ସୁନା ଦର ୪୯,୭୨୦ ଟଙ୍କା ଓ ୪୫,୫୮୦ ଟଙ୍କା ଥିବା ରେକର୍ଡ ହୋଇଛି । ସୁନା ପରି ରୁପା ଦର ବି କିଛିଟା ବୃଦ୍ଧି ପାଇଛି । କିଲୋଗ୍ରାମ ପ୍ରତି ୧୯୦ ଟଙ୍କା ବଢି ୪୮,୦୬୦ ଟଙ୍କାରେ ପହଂଚିଛି । ଯେବେକି ପୂର୍ବଦିନ ଏହି ଦର ୪୭,୮୭୦ ଟଙ୍କା ଥିବା ରେକର୍ଡ ହୋଇଥିଲା । ସେପଟେ ଅନ୍ତରାଷ୍ଟ୍ରୀୟ ବଜାରରେ ସୁନା ମୂଲ୍ୟ ୦.୧୯ ପ୍ରତିଶତ ବା ୩.୩୪ ଡ଼ଲାର ବଢି ଆଉନ୍ସ ପ୍ରତି ୧୭୨୬.୨୭ ଡ଼ଲାରରେ ଟ୍ରେଣ୍ଡ କରୁଥିବା ଜଣାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.