ଭୁବନେଶ୍ୱର ବଜାରରେ ହ୍ରାସ ପାଇଛି ସୁନା ମୂଲ୍ୟ, ଜାଣନ୍ତୁ ୧୦ ଗ୍ରାମ ପ୍ରତି କେତେ ରହିଛି ଦର

ଗତ କିଛି ଦିନ ହେବ ସୁନା ଦର ଆକାଶ ଛୁଆଁ ଭାବେ ବଢି ଚାଲିଥିବା ବେଳେ କିନ୍ତୁ ଗଲା ୪ ରୁ ୫ ଦିନ ହେବ ଏହି ମୂଲ୍ୟରେ ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ଭାରତୀୟ ବଜାରରେ ୨୪ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୨,୫୧୦ ଟଙ୍କାରେ ପହଁଚିଥିବା ବେଳେ ୨୨
କ୍ୟାରେଟ ସୁନା ମୂଲ୍ୟ ଦଶ ଗ୍ରାମ ପ୍ରତି ୫୧ ହଜାର ୫୧୦ରେ ଟଙ୍କାରେ ପହଁଚିଥିବା ଜଣାଯାଇଛି । ଓଡିଶା ରାଜଧାନୀ ଭୁବନେଶ୍ୱରରେ ଏହି ମୂଲ୍ୟବାନ ଧାତୁ ମୂଲ୍ୟରେ ଏକ ମାଧ୍ୟମ ଧରଣର ହ୍ରାସ ଘଟିଥିବା ଲକ୍ଷ କରାଯାଇଛି । ସୋମବାର ସନ୍ଧ୍ୟା ସୁଦ୍ଧା ୨୪କ୍ୟାରେଟ ଓ ୨୨ କ୍ୟାରେଟ ସୁନା ମୂଲ୍ୟ ୧୦
ଗ୍ରାମ ପ୍ରତି ୫୫,୩୩୦ ଟଙ୍କା ଓ ୫୦,୭୧୦ ଟଙ୍କା ଛୁଇଁଥିବା ଲକ୍ଷ କରାଯାଇଛି । ଯେବେକି ପୂର୍ବଦିନ ଅର୍ଥାତ ରବିବାର ଏହି ଦର ଯଥାକ୍ରମେ ୫୫,୬୭୦
ଟଙ୍କା ଓ ୫୧,୦୨୦ ଟଙ୍କା ରହିଥିଲା ।

gold bangles

ଦେଶର ପ୍ରମୁଖ ସହର ମାନଙ୍କରେ ବି ସୁନା ଦରରେ କିଛିଟା ପରିବର୍ତ୍ତନ ଆସିଥିବା ଲକ୍ଷ କରାଯାଇଛି । ମୁମ୍ବାଇରେ ୨୪ କ୍ୟାରେଟ ଓ ୨୨ କ୍ୟାରେଟ ମୂଲ୍ୟ ସନ୍ଧ୍ୟା ସୁଦ୍ଧା ୫୨,୫୧୦ ଟଙ୍କା ଓ ୫୧,୫୧୦ ଟଙ୍କା ଥିବା ରେକର୍ଡ ହୋଇଥିବା ବେଳେ ଦିଲ୍ଲୀରେ ଏହି ଦର ଯଥାକ୍ରମେ ୫୫,୧୦୦ ଟଙ୍କା ୫୧,୧୬୦ ଟଙ୍କା ରହିଛି । ଦକ୍ଷିଣ ଭାରତର ପ୍ରମୁଖ ସହର ଚେନ୍ନାଇରେ ୨୪ କ୍ୟାରେଟ ମୂଲ୍ୟ ୫୫,୩୩୦ ଟଙ୍କା ଥିବା ବେଳେ ୨୨ କ୍ୟାରେଟ ମୂଲ୍ୟ ୫୦,୭୧୦ ଟଙ୍କା ଥିବା ରେକର୍ଡ ହୋଇଛି । ପୂର୍ବ ଭାରତର ପ୍ରମୁଖ ସହର କୋଲକାତାରେ ଯଥାକ୍ରମେ ୫୪,୫୩୦ ଟଙ୍କା ଓ ୫୧,୮୩୦ ଟଙ୍କା ରହିଛି । ଅନ୍ୟପକ୍ଷରେ ଅନ୍ୟତମ ପ୍ରମୁଖ ଧାତୁ ରୁପା ମୂଲ୍ୟରେ ବି ଧୀରେ ଧୀରେ ହ୍ରାସ ଘଟୁଥିବା ଲକ୍ଷ କରାଯାଇଛି । ରୁପା ମୂଲ୍ୟ କିଲୋଗ୍ରାମ ପ୍ରତି ୬୮,୯୧୦ ଟଙ୍କା ପହଁଚିଥିବା ନେଇ ରେକର୍ଡ ହୋଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.