ଯଦି ଆପଣଙ୍କ ପାଖରେ ରହିଛି ଏଲପିଜି ଗ୍ଯାସ କନେକସନ୍ ତେବେ ନିଶ୍ଚିତ ପଢ଼ନ୍ତୁ ଏହି ଖବର, ନହେଲେ ଡିସେମ୍ବର ୧ରୁ ମିଳିବନି ସିଲିଣ୍ଡର

ନୂଆଦିଲ୍ଲୀ : କେନ୍ଦ୍ର ସରକାରରଙ୍କ ନିର୍ଦ୍ଦେଶକ୍ରମେ ୧ ଡିସେମ୍ବର ୨୦୧୮ରୁ ଏକ କୋଟି ଏଲପିଜି ଉପଭୋକ୍ତାଙ୍କୁ ଆଉ ମିଳିବ ନାହିଁ ଏଲପିଜି ସିଲିଣ୍ଡର । କାରଣ ବର୍ତ୍ତମାନ ପର୍ଯ୍ଯନ୍ତ ଏହି ବ୍ଯକ୍ତିମାନେ କରିନାହାନ୍ତି କେୱାଇସି। କେନ୍ଦ୍ର ସରକାର ଦ୍ବାରା ଲାଗୁ କରାଯାଇଥିବା ସୂଚନା ମୁତାବକ ଏଲପିଜି ଉପଭୋକ୍ତାଙ୍କୁ ତାଙ୍କର କେୱାସି ଭର୍ତ୍ତି କରିବାର ଶେଷ ତାରିଖ ରହିଛି ନଭେମ୍ବର ୩୦। ଏହି ନିୟମରେ ସାମିଲ ରହିଛନ୍ତି ଭାରତଗ୍ଯାସ, ଏଚପି ଏବଂ ଇଣ୍ଡେନ ଗ୍ଯାସ ଏଜେନ୍ସି। ଏପରକି ଯେଉଁ ଗ୍ରାହକମାନେ ଏଲପିଜି ସବସିଡ଼ି ଛାଡ଼ି ଦେଇଛନ୍ତି ସେମାନଙ୍କୁ ମଧ୍ୟ ଏହି କେୱାଇସି ପୂରା କରିବାକୁ ପଡ଼ିବ। ବିଶେଷ ଭାବେ,ଏପର୍ଯ୍ଯନ୍ତ ଦେଶରେ ଏକ ବଡ଼ ସଂଖ୍ଯାକ ଗ୍ରାହକ କେୱାସିର ପକ୍ରିୟା ପୂରା କରିନାହାନ୍ତି।
ସୂଚନା ଅନୁଯାୟୀ, ସରକାର ସେହି ବ୍ଯକ୍ତିଙ୍କୁ କେୱାଇସି କରିବା ପାଇଁ କହିଛନ୍ତି, ଯେଉଁମାନେ ବର୍ତ୍ତମାନ ପର୍ଯ୍ଯନ୍ତ ଆଧାର କାର୍ଡ ଜମା କରିନାହାନ୍ତି ବା Give It Up ଯୋଜନାର ଚୟନ କରିନାହାନ୍ତି।
ସରକାର ତିନି ବର୍ଷ ପୂର୍ବେ ଗ୍ରାହକଙ୍କର ବ୍ଯାଙ୍କ ଖାତା ସହ ଗ୍ଯାସ କନେକସନକୁ ଯୋଡ଼ିବା ପ୍ରକ୍ରିୟା ଆରମ୍ଭ କରିଥିଲେ। ଯେଉଁଥିରେ ବହୁ ସଂଖ୍ଯାକ ବ୍ଯକ୍ତି ବର୍ତ୍ତମାନ ପର୍ଯ୍ଯନ୍ତ କେୱାଇସି କାରିନାହାନ୍ତି। ଏବେ ସେହି ଗ୍ରାହକଙ୍କୁ ଆଉ ସବସିଡ଼ି ମିଳିବ ନାହିଁ। ତେବେ କେୱାସି ନକରିବା ଗ୍ରାହକଙ୍କ ସଂଖ୍ଯା ଏକ କୋଟିରୁ ଅଧିକ ରହିଥିବା ବେଳେ ଏମାନଙ୍କର ସବସିଡ଼ି ଆସନ୍ତା ନଭେମ୍ବର ୩୦ ସୁଧା ରଦ୍ଧ ହୋଇଯିବ। ତେବେ ଏହି ଗ୍ରାହକ ମାନଙ୍କ ମଧ୍ୟରେ ଅଧିକ ପରିମାଣର ଦିଲ୍ଲୀ , ଉତ୍ତର ପ୍ରଦେଶ ଏବଂ ମହାରାଷ୍ଟ୍ରର ବୋଲି ଜଣାପଡ଼ିଛି।